ଭଦ୍ରକ ରେ ବିଷଧର Banded Racer ସାପ ଧରିବା ସମୟରେ ଜଣେ ଲୋକ ଯାହା କରିଲା ସମସ୍ତେ ହେଇଗଲେ ଭୟଭୀତ,ଆଉ ସାପ ଧରାଳି ଆସିବା ବେଳକୁ…

ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ବହୁତ ଗୁଡ଼ିଏ ସାପ ଏକ ଘର ଭିତରୁ ଉଦ୍ଧାର ହୋଇଥିବାର ସାମ୍ନାକୁ ଆସିଥିଲା। ଯେଉଁଠି ଏହି ସାପକୁ ଗାଁ ଲୋକେ ଦେଖିବାପରେ ବହୁତ ଭୟଭୀତ ହୋଇଯାଇଥିଲେ ଏପରିକି ଗାଁ ଲୋକେ ସାପକୁ ଦେଖିବାପରେ ଏହାକୁ ବିଭିନ୍ନ ନାମରେ ବୁଲାଇଥିଲେ ଓ ଭୟ କରିଥିଲେ କି, ଏଗୁଡ଼ିକ ତମ୍ପ ସାପ ଅଟନ୍ତି

ଓ ଏହା ଲୋକଙ୍କୁ କାମୁଡ଼ିଦେବ। ଯାହାଦ୍ୱାରା ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ।ବନବିଭାଗରୁ ଜଣେ ସାପ ଧରାଳି ଖବର ପାଇ ଏଠାରେ ଆସି ପହଞ୍ଚିଥିଲେ। ଉଦ୍ଧାର କରିବାକୁ ଯିବାବେଳେ ସେ ଦେଖନ୍ତି କି, ସାପ ଗୁଡ଼ିକ ଦୁଇଟି କାନ୍ଥ ମଧ୍ୟରେ ଥିବା ଏକ ଫାଙ୍କା ସ୍ଥାନ ଭିତରେ ରହିଛନ୍ତି।

ଏହାପରେ ସେ ନିଜ ଷ୍ଟିକ ଜରିଆରେ ଫାଙ୍କା ସ୍ଥାନ ଭିତରୁ ସାପ ଗୁଡ଼ିକୁ କାଢ଼ିବାକୁ ପ୍ରୟାସ କରିଥିଲେ। ଏହି ଫାଙ୍କା ସ୍ଥାନ ଭିତରୁ ସେ ସାପକୁ ଗୋଟିକ ପରେ ଗୋଟିଏ କରି କାଢ଼ି ବାହାରକୁ ଆଣିଲେ। ତାଙ୍କ ହାତରେ ବହୁତ ଗୁଡ଼ିଏ ସାପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତୁରନ୍ତ ଏହାକୁ ବ୍ୟାଗ ଭିତରେ ରଖିବାକୁ କହିଥିଲେ।

ଲୋକଙ୍କୁ ଏହିଭଳି ବ୍ୟସ୍ତ ହେଉଥିବାର ଦେଖି ସେ ଲୋକଙ୍କୁ ପ୍ରଥମେ ଶାନ୍ତ ହୋଇଯିବାକୁ କହିଲେ ଓ ଏହାପରେ ସେ ଲୋକଙ୍କୁ ଜଣାଇ କହିଥିଲେ କି, ଏଗୁଡ଼ିକ ହେଉଛନ୍ତି Banded Racer ସ୍ନେକ ଯାହାକୁ ଆମେ ଓଡ଼ିଆରେ ଢମଣା ସାପ ବୋଲି କହିଥାଉ। ପ୍ରକୃତି ଏହି ସାପ ମାନଙ୍କୁ ବିଷ ଦେଇନଥାଏ ଓ ଏହି ସାପର କୌଣସି ବିଷ ନଥାଏ।

ଏହାପରେ ସେ ଲୋକଙ୍କୁ କହିଥିଲେ, ବହୁତ ଭଲ ଭାବରେ ଏହି ସାପ ମାନଙ୍କୁ ଚିହ୍ନନ୍ତୁ କାରଣ ଲୋକେ ସାପ ଚିହ୍ନବାରେ ଅବହେଳା କରିବା ଯୋଗୁଁ ସେମାନେ ଏମାନଙ୍କୁ ଦେଖି ଭୟଭୀତ ହୋଇଯାଆନ୍ତି। ଯଦି ଏହି ସାପ କାହାକୁ କାମୁଡ଼ିଦେଉଛି ତାହେଲେ ଭୟ କରିବାର କୌଣସି କଥା ନାହିଁ କାରଣ ଏହି ସାପର ବିଷ ନାହିଁ ଓ ମଣିଷକୁ କାମୁଡ଼ିଲେ କିଛି ହୋଇନଥାଏ।

Leave a Reply

Your email address will not be published. Required fields are marked *