ସ୍କୁଲ ରେ ପଢ଼ୁଥିବା ପିଲା Bag ଭିତରେ କ-ଣ୍ଡୋ-ମ ନେଇ ଯାଉଥିବାରୁ ଏହା ଉପରେ ମହିଳା କହିଦେଲେ ଏତେ ବଡ କଥା…

Uncategorized

ଗତଦିନରେ ବାଙ୍ଗାଲୋରର ଏକ ଅଞ୍ଚଳରେ ଗୋଟିଏ ସ୍କୁଲ ଯାଉଥିବା ପିଲାର ବ୍ୟାଗ ଭିତରୁ କଣ୍ଡୋମ ମିଳିଥିଲା। ଏହାପରେ ଏହି ଘଟଣା ନିଆଁ ଭଳି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଓ ସାରା ଦେଶର ଲୋକେ ଏହିକଥାକୁ ନେଇ ଗମ୍ଭୀର। ହୋଇପଡିଥିଲେ କାରଣ ଆଗକୁ ଆସୁଥିବା ଯୁବ ସମାଜ ଯଦି ଏହିଭଳି

ମାମସିକତାର ସହିତ ରହିବ ତାହେଲେ ଦେଶର ଭବିଷ୍ୟତ କଣ ହେବ? ଏହି କଥାକୁ ନେଇ ମିଡ଼ିଆ ଜଣେ ମହିଳାଙ୍କୁ ଏହା କେତେ ଦୂର ଠିକ ଓ ଭୁଲ ଥିଲା ବୋଲି ପଚାରିଥିଲେ।ଏଥିରେ ମହିଳା ଜଣକ କହିଲେ, ଆମେ ଆମ ଘରେ ଯେଉଁ ମଞ୍ଜି ଲଗାଇବା ତାହା ଫଳ ଫଳିବ। ତାଙ୍କ କହିବାର ଅର୍ଥ ଥିଲା ଆମେ ମାତା

ପିତା ପିଲାଙ୍କ ସହିତ ସମୟ କାଟିବା ଉଚିତ କାରଣ 12 ରୁ 20 ବର୍ଷ ବୟସରେ ପିଲାମାନେ ବହୁତ ଆଗ୍ରେସିଭ ରୁହନ୍ତି, ଠିକ ଓ ଭୁଲ କୁ ସେମାନେ ଜାଣିପାରନ୍ତି ନାହିଁ। ସେମାନେ ଭୁଲ ସଙ୍ଗତରେ ପଡ଼ି ବିଭିନ୍ନ ପଦକ୍ଷେପ ଉଠାଇଥାନ୍ତି ଯାହାକି ସେମାନଙ୍କ ଭବିଷ୍ୟତ ବିଗାଡ଼ିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତି କରିଥାଏ।

ଯଦି ଆମେ ପ୍ୟାରେଣ୍ଟସ ମାନେ ପିଲାସହ ସମୟ ଅତିବାହିତ କରିବା ଓ ତାକୁ ଠିକ ଓ ଭୁଲ ବିଷୟରେ ଜଣାଇବା ତାହେଲେ ସେମାନେ ଏମିତି ରାସ୍ତାକୁ ଯିବେନାହିଁ କାରଣ ସେମାନେ ବୁଝି ସାରିଥିବେ ଏମିତି କାମ ଏହି ବୟସରୁ କରାଯାଏ ନାହିଁ। ଯଦି ଆମେ ପ୍ୟାରେଣ୍ଟସ ହୋଇ ପିଲାକୁ ସମୟ ନଦେବା ଓ ତା’

ପାଠପଢ଼ା ଠାରୁ ଆରମ୍ଭ କରି ସବୁକଥା ଯଦି ଆମେ ତା ସହ ଆଲୋଚନା ନକରିବା ତାହେଲେ ପିଲାଟି ସମ୍ପୂର୍ଣ୍ଣ ଭାବରେ ଦିଗହରା ହୋଇପଡ଼ିବ ଓ ଏହିଭଳି ଘଟଣା ସୋସିଆଲ ମିଡ଼ିଆରେ ଆମକୁ ଦେଖିବାକୁ ମିଳୁଥିବ।

Leave a Reply

Your email address will not be published. Required fields are marked *