ଅର୍ଚନା ର ଗେଲ୍ହା ସ୍ୱାମୀ Jaggu କୁ ଶେଷରେ ଧରିଲା ପୋଲିସ,ଆଉ ତାପରେ ସବୁ ସତ ଓଗାଳିଦେଲେ ନିଜେ ଜଗବନ୍ଧୁ…

ଅର୍ଚ୍ଚନାଙ୍କ ମାମଲାରେ ସମ୍ପୂର୍ଣ୍ଣ ମାଷ୍ଟର ମାଇଣ୍ଡ କୁହାଯାଉଥିବା ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ପୋଲିସର ବାରମ୍ବାର ଆଦେଶ ସତ୍ତ୍ୱେ ମଧ୍ୟ ଧରା ଦେଉନଥିଲେ ଓ ସେ ବହୁତ ଦିନ ହେବ ଫେରାର ଥିଲେ, ପୋଲିସ ମଧ୍ୟ ତାଙ୍କର କୌଣସି ସୁରାକ ଖୋଜି ପାଉନଥିଲା କିନ୍ତୁ ଗତକାଲି ପୋଲିସ ଜଗବନ୍ଧୁର ସୁରାକ ପାଇ ତାକୁ ଗିରଫ କରିଛନ୍ତି। ଭୁବନେଶ୍ୱରର ସତ୍ୟବିହାର ସ୍ଥିତ

ଥିବା ଜଗବନ୍ଧୁଙ୍କ ଏକ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି।ସ୍ଥାନୀୟ ଲୋକଙ୍କ କହିବାହେଲା, ଚାରିଜଣିଆ ପୋଲିସ ଟିମ ସିଭିଲ ପୋଷାକରେ ଘର ଭିତରକୁ ପଶି ଜଗବନ୍ଧୁଙ୍କୁ ଗିରଫ କରିଥିଲେ। ଏବେ ପୋଲିସ ଜଗବନ୍ଧୁଙ୍କୁ କେଉଁଠାକୁ ନେଇଛି ଓ କେଉଁଠାରେ ତାଙ୍କୁ ପଚରା ଉଚରା କରୁଛି ଏଯାବତ କିଛି ଜଣାପଡ଼ିନାହିଁ।

ଏକ ଅଜ୍ଞାତ ସ୍ଥାନକୁ ପୋଲିସ ତାଙ୍କୁ ନେଇ ରଖିଛି ବୋଲି କୁହାଯାଉଛି। ଜଗବନ୍ଧୁ ଏହିସବୁ କାରନାମାର ମାଷ୍ଟର ମାଇଣ୍ଡ ଥିଲେ ବୋଲି କୁହାଯାଉଛି।ଅର୍ଚ୍ଚନା ଓ ଜଗବନ୍ଧୁ ନିଜ ଡ଼ାଏରୀ ମାଧ୍ୟମରେ ପାଖାପାଖି ୫୦ ଜଣ ପ୍ରତିଷ୍ଠିତ ଲୋକଙ୍କ ନାମ ଉଲ୍ଲେଖ କରି ରଖିଥିଲେ ଓ ସେମାନଙ୍କୁ କେଉଁଭଳି ଭାବରେ କରାଯିବ

ତାହାର ବ୍ଲୁ ପ୍ରିଣ୍ଟ ମଧ୍ୟ ଏଥିରେ ଉଲ୍ଲେଖ ହୋଇ ରହିଥିଲା। କୁହାଯାଉଛି ଜଗବନ୍ଧୁ ସବୁ ଟଙ୍କାର ହିସାବ କିତାବ ରଖୁଥିଲେ। ଏହାସହ ଅର୍ଚ୍ଚନା ଓ ଜଗବନ୍ଧୁ ମାତ୍ର ୫ ବର୍ଷ ଭିତରେ ୩୦ କୋଟି ଟଙ୍କା କମାଇ ସାରିଥିଲେ।ସେ ଯେଉଁ ଘରେ ରହୁଛନ୍ତି ଓ ସେ ଘର ଭିତରେ ଯେଉଁ ସବୁ ଲାୟାବିଲିଟି ଓ ଆସେଟ ରହିଛି

ତାହାର ଦାମ ହିସାବ କଲେ ମୋଟ ୨୦୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ଏବେ ପୋଲିସ ଜଗବନ୍ଧୁ ଚାନ୍ଦଙ୍କୁ ଅଜ୍ଞାତ ଜେରା କରୁଛି ଓ କିଛି ଦିନପରେ ସାମ୍ନାକୁ ଆସିବ ଯେ, କାହା ଟଙ୍କାରେ ଏସବୁ ଘର ନିର୍ମାଣ କରିଥିଲେ ଓ ଏହି ଲିଷ୍ଟରେ କେଉଁ ମାନଙ୍କର ସବୁ ନାଁ ରହିଛି।

Leave a Reply

Your email address will not be published. Required fields are marked *