High Court ପରିସରରେ ସୁମିତ ରଖିଲେ ନିଜର ମତ,କହିଲେ ନିଜ ମନର କଥା ଦେଖି ନିୟନ୍ତୁ ଏହି Video

ତେବେ ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ କଳହ ସବୁ ସମୟରେ ନୂଆ ନୂଆ ମୋଡ଼ ନେଇ ଚାଲିଛି।ଏହି ଘଟଣାର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁ ନାହିଁ।ତେବେ ଏହି ଘଟଣାର ସମାଧାନ କରିବା ପାଇଁ ଅନେକ ପ୍ରୟାସ କରାଗଲେ ମଧ୍ୟ ସବୁକିଛି ବୃଥା ଚାଲି ଯାଉଛି।ତେବେ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବେ ଏହା ସହିତ ତାଙ୍କୁ ତାଙ୍କର ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ସୁମିତ ପ୍ରଦାନ କରିବେ।

ତେବେ ଏହି ଘୋଷଣାରେ ସୁମିତ ସନ୍ତୁଷ୍ଟ ନାହାନ୍ତି।ଯାହା ଫଳରେ ସେ ବର୍ତ୍ତମାନ ହାଇକୋର୍ଟରେ ଏହି କଥାକୁ ନେଇ ବର୍ତ୍ତମାନ ପିଟିସନ ଦାଖଲ କରିଛନ୍ତି।ସେ ଜିଲ୍ଲା କୋର୍ଟଙ୍କ ରାୟରେ ସମ୍ପୂର୍ଣ୍ଣ ଭାବରେ ଅସନ୍ତୁଷ୍ଟ ଅଛନ୍ତି।ଏହା ସହିତ ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜର ମତ ରଖିଥିଲେ।ସେ କହିଥିଲେ କି ସେ କୌଣସି ପ୍ରକାରରେ ମଧ୍ୟ ଫେରାର ହୋଇ ନାହାନ୍ତି।ସେ ସମସ୍ତଙ୍କ ସମ୍ମୁଖରେ ଅଛନ୍ତି।

ତାଙ୍କର ମାନସିକ ଓ ଶାରିରୀକ ଅବସ୍ଥା ଭଲ ନଥିବାରୁ ସେ ବର୍ତ୍ତମାନ କାହା ସମ୍ମୁଖକୁ ଆସିବା ପାଇଁ ଚାହୁଁ ନାହାନ୍ତି।ଏହା ସହିତ ସେ କହିଥିଲେ କି ତପସ୍ଵିନୀ ଯେଉଁ ଭଳି ଭାବରେ ଧାରଣାରେ ବସି ଘରର କଥାକୁ ବାହାରକୁ ଆଣିଲେ।ଏହା ସହିତ ଏପରି ଭାବରେ ସମସ୍ତଙ୍କ ସମ୍ମୁଖରେ ଏହି କଥାକୁ ଏପରି ଭାବରେ ପ୍ରଚାର କଲେ ତାହା କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଥିଲା।ସେପରି ନ କରି ଘରର କଥାକୁ ଘରେ ରଖିବା ଠିକ ହୋଇ ଥାଆନ୍ତା।

ଏହା ସହିତ ସେ କହିଥିଲେ କି ଜିଲ୍ଲା କୋର୍ଟଙ୍କ ରାୟରେ ସେ ସମ୍ପୂର୍ଣ୍ଣ ଭାବରେ ଅସନ୍ତୁଷ୍ଟ ଅଛନ୍ତି।ସେହି କାରଣ ପାଇଁ ସେ ବର୍ତ୍ତମାନ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି।ଏହା ସହିତ ସେ କହିଛନ୍ତି କି ଏହି ଘଟଣାର ସମାଧାନ କରିବା ପାଇଁ ସେ ମଧ୍ୟ ଅନେକ ପ୍ରୟାସ କରୁଛନ୍ତି କିନ୍ତୁ ଯାହା କଲେ ମଧ୍ୟ ଏହାର ସମାଧାନ ହୋଇ ପାରୁ ନାହିଁ।ଏହା ସହିତ ସେ କହିଥିଲେ କି ଅନେକ ଲୋକ କହିଛନ୍ତି କି ସେ ଲୁଚି ରହୁଛନ୍ତି ମାତ୍ର ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

ତାଙ୍କର ମାନସିକ ଅବସ୍ଥା ସଠିକ ନଥିବାରୁ ସେ କାହା ସମ୍ମୁଖକୁ ଆସିବା ପାଇଁ ଚାହୁଁ ନାହାନ୍ତି।ଏହା ସହିତ ସେ କହିଥିଲେ କି ତପସ୍ଵିନୀ ଯାହା ମଧ୍ୟ କରୁଛନ୍ତି ତାହା ବହୁତ ଅଧିକ ହୋଇ ଯାଉଛି।ଏପରି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ।ଏହା ସହିତ ଏହି କଥାର ସମାଧାନ ଆହୁରି ସହଜ ଉପାୟରେ ମଧ୍ୟ ହୋଇ ପାରି ଥାନ୍ତା ବୋଲି ସେ କହିଥିଲେ।ତେବେ ସେ କହିଛନ୍ତି କି ସେ ମଧ୍ୟ ପ୍ରୟାସ କରୁଛନ୍ତି ଏହି ଘଟଣାର ସମାଧାନ ଯଥା ଶୀଘ୍ର ହୋଇଯାଉ।ଯାହା ଫଳରେ ସମସ୍ତେ ଖୁସିରେ ରହି ପାରିବେ।ତେବେ ଏହି କଥାକୁ ନେଇ ସେ ମଧ୍ୟ ଅନେକ ମାନସିକ ଚିନ୍ତାରେ ଅଛନ୍ତି ବୋଲି କହିଥିଲେ।

https://www.youtube.com/watch?v=fMTGj-eWLRI

Leave a Reply

Your email address will not be published. Required fields are marked *