ଠାକୁର ଘରେ ପୂଜା କରିବା ସମୟରେ ମହିଳାଙ୍କ Saree ଭିତରେ ପଶିଲା ବିରାଟ ନାଗ ସାପ,ତାପରେ ଯାହା ଘଟିଲା…ଦେଖନ୍ତୁ Video

ଭଦ୍ରକରେ ବିଷାକ୍ତ ସାପକୁ ନେଇ ପୁଣିଏକ ଖବର ସାମ୍ନାକୁ ଆସିଛି। ଏଥିରେ ଜଣେ ମହିଳା ନିଜ ଘରେ ଶୋଇ ରହି ଫିଲ୍ମ ଦେଖୁଥିବା ସମୟରେ ଏକ ସାପ ଆସି ତାଙ୍କ ଲୁଗା ଭିତରେ ପଶିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ହଠାତ ମହିଳା ଜଣକ ସଚେତନ ହୋଇଗଲେ ଓ ଚମକିପଡି ସେଠାରୁ ଚାଲିଆସିଲେ ଓ ଦେଖନ୍ତି ତ

ଏକ ବିଷାକ୍ତ ସାପ ଘର ଭିତରକୁ ପଶି ଆସିଛି। ସେ ଦୌଡ଼ି ବାହାରକୁ ଚାଲିଆସିଲେ ଓ ଘର ଲୋକଙ୍କୁ ଜଣାଇଥିଲେ।ଏହାପରେ ଘରର ଜଣେ ସଦସ୍ୟ ଭଦ୍ରକର ସ୍ନେକ କ୍ୟାଚରଙ୍କୁ ସାପ ଘର ଭିତରକୁ ପଶିଆସିବା ବିଷୟରେ ଜଣାଇଲେ। ଖବର ପାଇ ସାପ ଧରାଳି ଜଣକ ଗାଁ ରେ ଆସି ପହଞ୍ଚି ଯାଇଥିଲେ।

ଘର ଭିତରକୁ ପଶିଥିଲେ ଓ ସାପକୁ ଖୋଜିବାରେ ଲାଗିଗଲେ। ସାରା ଘର ଛାନ ମାରି ଆସିଲେ କିନ୍ତୁ ସେ ସାପକୁ ବିଲକୁଲ ପାଇଲେନାହିଁ। ଶେଷରେ ସେ ଦେଖିଲେ ସାପଟି ଭଗବାନଙ୍କ ଫୋଟୋ ପୂଜା ପାଉଥିବା ସ୍ଥାନରେ ଲୁଚିଛି।ଏହାପରେ ସେ ସେଠାରୁ ସାପକୁ ଆୟତ୍ତରେ ଆଣିବାକୁ ଚେଷ୍ଟାକଲେ କିନ୍ତୁ

ସାପଟି ଚନ୍ଦ୍ରନାଗ ହୋଇଥିବାରୁ ବହୁତ କ୍ରୋଧିତ ହୋଇଗଲା ଓ ଫଁଫଁ ଗର୍ଜନ ବାହାର କଲା। ଏହି ସମୟରେ ଗାଁ ର କିଛିଲୋକ ଘର ଭିତରକୁ ସାପ ଦେଖିବାକୁ ଆସି ସାପ ଧରାଳିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଓ କୋଳାହଳ ପରିସ୍ଥିତି ଉପୁଜାଇଥିଲେ।ସାପ ଧରାଳି ସେମାନଙ୍କୁ ବୁଝାଇଥିଲେ

ଓ ଘରୁ ଚାଲିଯିବାପାଇଁ କହିଥିଲେ। ଏହାପରେ ବ୍ୟକ୍ତି ଜଣକ ସୁରୁଖୁରୁରେ ସାପକୁ ଧରି ବାହାରକୁ ଆଣିଲେ ଓ ଲୋକଙ୍କୁ ସତର୍କ କରାଇ ଜଣାଇଦେଲେ ଯେ, ଏହା ଏକ ମନୋକଲଡ଼ କୋବ୍ରା ଯାହାକୁ ଆମେ ଚନ୍ଦ୍ରନାଗ ବା ତମ୍ପ ସାପ ବୋଲି କହିଥାଉ। ଏହି ସାପର ବିଷ ବହୁତ ଖତରନାକ ଯଦି କାହାରିକୁ

ଏହି ସାପ କାମୁଡ଼ିଦିଏ ତାହେଲେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେବା ଉଚିତ କାରଣ ଏହି ସାପର କାମୁଡ଼ିବାରେ ବହୁତ ଲୋକଙ୍କ ଜୀବନ ଚାଲିଗଲାଣି।

Leave a Reply

Your email address will not be published. Required fields are marked *