Train ଭିତରେ ଗାଈ ମୁଣ୍ଡ ନେଇ ଯାଉଥିବା ବେଳେ ଧରାପଡିଲେ ମହିଳା,ଆଉ ତାପରେ ଯାହା କହିଦେଇଗଲେ…

Uncategorized

ହିନ୍ଦୁ ଧର୍ମରେ ଆମେ ଆସ୍ଥା ଉପରେ ଭରସା କରିଥାଉ ଓ ଏହି ଆସ୍ଥାକୁ ଯିଏ ଗୋଡ଼ରେ ଆଡ଼େଇ ଦିଏ ତା’ଉପରେ ଭଗବାନ ଅଶାନ୍ତି ରୁହନ୍ତି ବୋଲି ଆମେ ମାନିଥାଉ। ଏହାସହ ହିନ୍ଦୁ ଧର୍ମରେ ଆମେ ଗୋରୁ ମାତାଙ୍କୁ ମାନିଥାଉ ଓ ତାଙ୍କର ପୂଜା କରିଥାଉ। କଣହେବ ଯେତେବେଳେ ଜଣେ ଗୋରୁ ମାତାଙ୍କ ମୁଣ୍ଡକୁ ଧରି ସାଧାରଣ ସ୍ଥାନରେ ବୁଲିବ?

ଏହିପରି ଏକ ଘଟଣା ଯାତ୍ରୀବାହୀ ଟ୍ରେନରେ ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।ଘଟଣାଟି ବ୍ରହ୍ମପୁର ରୁ ଭୁବନେଶ୍ୱର ଯାଉଥିବା ଏକ ପାସେଞ୍ଜର ଟ୍ରେନ ଭିତରେ ଘଟିଥିବା ସାମ୍ନାକୁ ଆସିଛି। ଟ୍ରେନ ଭିତରେ ଜଣେ ମହିଳା ହାତରେ ମାଳି ବାନ୍ଧି, ମୁଣ୍ଡରେ ସିନ୍ଦୂର ଟୀକା ମାରି ଏକ ବଡ଼ ବ୍ୟାଗ

ଭିତରେ କିଛି ଜିନିଷ ରଖି ଯାଉଥିଲେ। ମହିଳାଙ୍କୁ ଦେଖି ଅନ୍ୟ ଯାତ୍ରୀମାନେ ତାଙ୍କ ଉପରେ ସନ୍ଦେହ କଲେ ଓ ସେମାନେ ଜାଣିବାକୁ ପାଇଲେ କି ଉକ୍ତ ମହିଳା ଜଣକ ନିଜ ବ୍ୟାଗ ଭିତରେ ଏକ ଗାଈର କଟାମୁଣ୍ଡ ନେଇ ଯାତ୍ରା କରୁଛି।ଏହିକଥା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେମାନେ ମହିଳା ଜଣକୁ ବିରୋଧ

କରିବାରୁ ମହିଳା ଜଣକ କହିଥିଲେ କି,ମୋ ଇଛା ମୁଁ ଯାହା କରିବି। ଏଥିରେ ରାଗିଯାଇ ପାସେଞ୍ଜର ତାଙ୍କୁ କିଛି କହିଥିଲେ ଓ ଉକ୍ତ ମହିଳା ଜଣକ ନିଜ ବ୍ୟାଗ ଭିତରୁ ଅରୁଆ ଚାଉଳ ବାହାର କରି ଯାତ୍ରୀ ମାନଙ୍କ ଉପରକୁ ଫିଙ୍ଗି କିଛି ମନ୍ତ୍ରପାଠ କରିଥିଲେ। ଏଥିରେ ଲୋକେ ଆହୁରି କ୍ରୋଧିତ ହୋଇଗଲେ ଓ ସେମାନେ

ଆରପିଏଫ ପୋଲିସଙ୍କୁ ଡ଼ାକି ମହିଳାଙ୍କୁ ଧରାଇଥିଲେ।ପୋଲିସ ଯାଞ୍ଚ କରିବାପରେ ଜଣାପଡ଼ିଲା ମହିଳା ଜଣକ ଭୁବନେଶ୍ୱରର ଅଟନ୍ତି। ସେ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ ଓ ଟ୍ରେନ ଜରିଆରେ ଭୁବନେଶ୍ୱର ଆସିବା ସମୟରେ ଏକ ଗାଈର କଟାମୁଣ୍ଡ ନେଇ ଆସିଥିଲେ। ପୋଲିସକୁ ଏଯାଏଁ ଜଣାପଡ଼ିନାହିଁ ଯେ

ଏହି କଟାମୁଣ୍ଡଟି କେଉଁଠୁ ଆସିଲା ଓ କେଉଁ ଉଦ୍ଧେଶ୍ୟରେ ମହିଳା ଜଣକ ବ୍ରହ୍ମପୁର ଯାଇଥିଲେ। ବର୍ତ୍ତମାନ ପୋଲିସ ଏହାଉପରେ ନିଜର ଯାଞ୍ଚ କାର୍ଯ୍ୟ ଜାରି ରଖିଛି।

Leave a Reply

Your email address will not be published. Required fields are marked *