ପାଇଖାନା Toilet ଭିତରେ ଲୁଚି ରହିଥିଲା ତମ୍ପ, ଅଳ୍ପକେ ବର୍ତ୍ତିଗଲେ ମହିଳା,ଯାହା ଘଟିଲା ଜାଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବାଲେଶ୍ବରରୁ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ପାଇଖାନା ଭିତରେ ଏକ ବିଷାକ୍ତ ତମ୍ପସାପ ଲୁଚି ରହିଥିଲା। ଘରର ଜଣେ ମହିଳା ସକାଳ ସମୟରେ ପାଇଖାନା ଯିବା ସମୟରେ ସାପଟିକୁ ପାଇଖାନା ଭିତରେ ଦେଖିଲେ ଓ ସାପ ମଧ୍ୟ ମହିଳାଙ୍କୁ ଦେଖି ପାଇଖାନା ଭିତରେ ଏକ ଗାତ ଦେଇ ଲୁଚିଗଲା।

ଭୟରେ ମହିଳା ଆଉ ଶୌଚ ହେବାକୁ ନଯାଇ ନିଜ ଘରେ ଏହିକଥା କହିଥିଲେ। ମହିଳାଙ୍କ ସ୍ୱାମୀ ପାଇଖାନା ଭିତରକୁ ଆସି ଦେଖନ୍ତି ତ ସାପଟି ମୁଣ୍ଡ କାଢ଼ିଥିଲା ଓ ମଣିଷ ଦେଖିବା ମାତ୍ରକେ ପୁଣିଥରେ ଲୁଚିଗଲା। ଏହାପରେ ଘରଲୋକେ କୌଣସି ଉପାୟ ନପାଇ ଜିଲ୍ଲା ବନବିଭାଗ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ।

ଖବର ପାଇ ସାପ ଧରାଳି ଉକ୍ତ ଗ୍ରାମରେ ପହଞ୍ଚିଥିଲେ ଓ ସାପ ଥିବା ଜାଗାକୁ ଯାଇଥିଲେ। ଅଧଘଣ୍ଟା ପରେ ସାପ ଧରାଳି ଆସି ଗାଁ ରେ ପହଞ୍ଚିବାପରେ ପାଇଖାନା ଭିତରୁ ସାପକୁ ବାହାର କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରାଗଲା। ସାପ ଧରାଳି ବହୁତ ପରିଶ୍ରମ କଲେ ଓ ପାଇପ ଲାଇନକୁ ବନ୍ଦ କରି ସାପକୁ

ବାହାରକୁ ବାହାର କଲେ।ସାପକୁ ଉଦ୍ଧାର କରିବାପରେ ସେ ଲୋକଙ୍କୁ ଏହି ସାପ ବିଷୟରେ ଅବଗତ କରାଇ କହିଥିଲେ କି, ଏହା ଏକ ତମ୍ପସମ୍ପ ଯାହାର ବିଷ ବହୁତ ମାରାତ୍ମକ ଅଟେ। ଏହି ସାପର କାମୁଡ଼ାରେ ପ୍ରତିବର୍ଷ ଓଡ଼ିଶାରେ ବହୁସଂଖ୍ୟାରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଲୋକଙ୍କୁ ଏହା ବିଷୟରେ

ଜଣାଇବାପରେ ସେ ସାପକୁ ଏକ ବ୍ୟାଗ ଭିତରେ ନେଇ ଜଙ୍ଗଲରେ ଛାଡ଼ିଦେଲେ।

https://www.youtube.com/watch?v=tG_ZLiXPN5c

Leave a Reply

Your email address will not be published. Required fields are marked *