ରୋଷେଇ ଘରେ ପଶିଲା ତମ୍ପ Sapa,ଲୋକେ କହିଲେ ଠାକୁରଙ୍କ ସାପ ଏହାପରେ ଯାହାହେଲା…

ଭଦ୍ରକ ଜିଲ୍ଲାରୁ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି। ଭିଡ଼ିଓରେ ଜଣେ ସାପ ଧରାଳି ଜଣେ ବ୍ୟକ୍ତିଙ୍କ ରୋଷେଇ ଘରୁ ଏକ ସାପକୁ ଉଦ୍ଧାର କରିବାର ନଜର ଆସିଛନ୍ତି। ସାପଟିକୁ ବହୁତ ଚେଷ୍ଟା କରି ଉଦ୍ଧାର କରାଗଲା ସତ କିନ୍ତୁ ଏହାପଛର କାହାଣୀ ଯାହାଥିଲା ଆପଣ ଶୁଣିଲେ ବିଶ୍ବାସ କରି ପାରିବେନାହିଁ। ଆସନ୍ତୁ ଜାଣିବା ଅସଲରେ ଘଟଣା କଣ ଘଟିଥିଲା।

ଭଦ୍ରକ ଜିଲ୍ଲାର ଏକ ଗ୍ରାମରୁ ଏହି ଭିଡ଼ିଓଟି ସାମ୍ନାକୁ ଆସିଛି। ସୂଚନା ଏହାକି ଯେ, ବିଳମ୍ବିତ ରାତିରେ ଏକ ତମ୍ପସାପ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପ୍ରବେଶ କରି ଯାଇଥିଲା। ସାପଟି ଘର ଭିତରେ ଥିବା ଗ୍ୟାସ ଚୁଲା ତଳେ ଲୁଚିଗଲା ଓ ସୁସୁ ଗର୍ଜନ କରିବାକୁ ଲାଗିଲା। ଲୋକେ କହିଲେ, ଏହା ଠାକୁରଙ୍କ ସାପ ଅଟେ ଯାହାଦ୍ୱାରା

ଲୋକେ ସାପକୁ କ୍ଷୀର ପିଇବାକୁ ଦେଲେ ଓ ଅପେକ୍ଷା କରି ରହିଲେ କେମିତି ସାପ ବାହାରକୁ ଚାଲିଯିବ ଓ ଘରଲୋକେ ରୋଷେଇ କରି ଖାଇବେ। ବହୁତ ସମୟ ଅପେକ୍ଷା କରିବାପରେ ମଧ୍ୟ ସାପଟି ବାହାରକୁ ଗଲାନାହିଁ ଏବଂ ଘରଲୋକେ ମଧ୍ୟ ସେଦିନ ଉପାସ ରହିଲେ।ପରଦିନ ସକାଳୁ ଘରଲୋକେ ବାଧ୍ୟ

ହୋଇ ଜିଲ୍ଲା ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ଓ ହେଲ୍ପଲାଇନ ତରଫରୁ ଜଣେ ବ୍ୟକ୍ତି ସାପକୁ ଧରିବାପାଇଁ ଆସିଥିଲେ। ସାପକୁ ସେ ଘର ଭିତରୁ ବହୁତ ପ୍ରଚେଷ୍ଟାର ସହିତ ଉଦ୍ଧାର କରିଥିଲେ ଓ ଏହାପରେ ଘରଲୋକଙ୍କ ସହିତ ଘଟିଥିବା ସମସ୍ତ ଘଟଣା ବିଷୟରେ ଶୁଣି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ସେ ଲୋକଙ୍କୁ ବୁଝାଇ କହିଥିଲେ ଯଦି ଆପଣ ସାପକୁ ପୂଜା କରୁଛନ୍ତି ତାହେଲେ ଏହାକୁ ଫୋଟୋ ଜରିଆରେ ପୂଜା କରନ୍ତୁ। ଯଦି ଆପଣ ତାକୁ କ୍ଷୀର ପିଆଇବାକୁ ଦେବେ ତାହେଲେ ସେ କ୍ଷୀର ପିଇବ ନାହିଁ ଓ ଆପଣଙ୍କୁ କାମୁଡ଼ିଦେବ କାରଣ ସାପ ପାଖରେ ବୁଝିବାର ଶକ୍ତି ନାହିଁ।

Leave a Reply

Your email address will not be published. Required fields are marked *