Pinjara ଭିତରେ ପଶି ଶୁଆକୁ ମାରିଦେଲା ନାଗସାପ,ବ୍ୟସ୍ତ ହୋଇପଡ଼ିଲେ ପରିବାର ଲୋକେ ଆଉ ତାପରେ ଯାହା ଘଟିଲା..

ଓଡ଼ିଶାରେ ପ୍ରଚୁର ମାତ୍ରାରେ ନାଗସାପ ଦେଖାଯାଆନ୍ତି ଓ ସେମାନେ ବେଳେବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲିଆସିଥାନ୍ତି। ଯାହାଦ୍ୱାରା ସାପ ଗୁଡ଼ିକ ଲୋକମାନଙ୍କ ପାଳିତ ପକ୍ଷୀ କିମ୍ବା ଛେଳି, ମେଣ୍ଢାଙ୍କୁ ଚୋଟ ମାରିବା ଦ୍ୱାରା ସେମାନଙ୍କ ମୃତ୍ୟୁ ହୋଇଯାଇଥାଏ। ଏହା ସାଧାରଣତଃ ଗ୍ରାମୀଣ ଅଞ୍ଚଳରେ ଦେଖିବାକୁ ମିଳିଥାଏ ଓ ଏହିପରି ଏକ ମାମଲା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।

ଏଠାରେ ଏକ ଗାଁରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ନାଗସାପ ପଶି ଯାଇଥିଲା। ସାପଟି ଘର ସାମ୍ନାରେ ରଖାଯାଇଥିବା ଶୁଆ ପିଞ୍ଜରା ଭିତରେ ପଶିଯାଇ ଶୁଆକୁ କାମୁଡ଼ି ଦେଇଥିଲା ଯାହାଦ୍ୱାରା ମାତ୍ର ୨ ମିନିଟରେ ଶୁଆଟିର ମୃତ୍ୟୁ ହୋଇଯାଇଥିଲା। ଘରଲୋକ ଦୌଡ଼ି ଆସିବାଦ୍ୱାରା ସାପଟି ପିଞ୍ଜରା ଭିତରୁ

ବାହାରି ଅଧା ନିର୍ମାଣ ହୋଇଥିବା ଘରେ ପଶିଯାଇଥିଲା।ଏହାପରେ ସେମାନେ ଭଦ୍ରକ ଜିଲ୍ଲା ବନବିଭାଗକୁ ଖବର ଦେବାପରେ ସ୍ନେକ କ୍ୟାଚର ତୁରନ୍ତ ଆସି ଗାଁ ରେ ପହଞ୍ଚିଥିଲେ। ଘରଲୋକ ତାଙ୍କୁ ସମସ୍ତ ଘଟଣା ବିଷୟରେ କହିଲେ ଓ ସାପ ଲୁଚିଥିବା ସ୍ଥାନ ଦେଖାଇଲେ। ସାପ ଧରାଳି ଆକ୍ସନ ନେଇ ଉଦ୍ଧାର

କାର୍ଯ୍ୟ ଆରମ୍ଭ କରିଦେଲେ। ଘରେ ରଖାଯାଇଥିବା ଇଟା ଓ ଅଖାବସ୍ତାକୁ କାଢ଼ିବାପରେ ସେ ଦେଖନ୍ତି ତ ଏକ ମଧ୍ୟମଧରଣର ନାଗସାପ ପଶିଛି। ସେ ନାଗସାପର ଲାଞ୍ଜକୁ ଧରି ଟାଣିଥିଲେ କିନ୍ତୁ ସାପଟି ବାହାରିନଥିଲା, ଯଦ୍ବାରା ତାଙ୍କୁ ଆଉ ଏକ ହାତ ବ୍ୟବହାର କରି ସାପକୁ ବାହାର କରିବାକୁ ପଡ଼ିଲା।

ସାପଟିକୁ ଧରି ସେ ବାହାରକୁ ଆଣିଲେ ଓ ମରିଥିବା ଶୁଆକୁ ମଧ୍ୟ ଆଉଏକ ହାତରେ ଧରି ସେ ଦେଖିଲେ। ସାପଟିକୁ ନେଉଥିବା ସମୟରେ ଜଣେ ବୁଢ଼ୀ ମାଉସୀ ସେଠାକୁ ଆସି କହିଥିଲେ, ଏହି ସାପଟି ମୋ ଶୋଇଲା ଘର ପାଖରେ ରୁହେ। ଏହିକଥା ଶୁଣି ସାପ ଧରାଳି ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ କହିଥିଲେ ଯେ

ମାଉସୀ ଆପଣ ଶୋଇବା ସମୟରେ ମଶାରୀ ଟାଣି ଶୋଇବେ ଓ ଚାରିପଟ ଭଲ ଭାବରେ ବନ୍ଦ କରିବେ। ଏହାପରେ ସେ ସାପଟିକୁ ନେଇ ଚାଲିଗଲେ।

Leave a Reply

Your email address will not be published. Required fields are marked *