Health ବିଶେଷ,ଆପଣଙ୍କ ଶରୀରର ବୃଦ୍ଧି ଓ ମନର ଶାନ୍ତି ପାଇବାର ଉପାୟ,ବଦ ଅଭ୍ୟାସ ଓ କୁସଙ୍ଗ ରୁ ଦୂରେଇବାର ଏହି ଉପାୟ ଜାଣିରଖନ୍ତୁ

ଆଜିକାଲି ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବିଭିନ୍ନ କାର୍ଯ୍ୟ କାରଣରୁ ନିଜକୁ କଳୁଷିତ ମାନେ କରନ୍ତି।ଏହା ସହିତ ସେମାନେ ନିଜ ଜୀବନରେ ନିଜର ସବୁକିଛି ହରାଇ ସାରିଛନ୍ତି ବୋଲି ଭାବି ନେଇଥାନ୍ତି।ତେବେ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଚାହିଁଲେ ନିଜକୁ ସମାଜରେ ଅନେକ ପ୍ରତିଷ୍ଠିତ କରି ପାରିବେ କିନ୍ତୁ ସେମାନେ ନିଜକୁ ଅନେକ ଖରାପ କାର୍ଯ୍ୟରେ ଲିପ୍ତ ରଖିବା କାରଣରୁ ସମାଜରେ ସେମାନଙ୍କ ମାନ ସମ୍ମାନ ଚାଲି ଯାଇଥାଏ।ଏହା ସହିତ ନିଜର ପୁନଶ୍ଚ ଏକ ଭଲ ପରିଚୟ ଆପଣମାନେ କିପରି ଆଣି ପାରିବେ ଆମେ ବର୍ତ୍ତମାନ ସେହି ଘଟଣା ସମ୍ପର୍କରେ ଆଲୋଚନା କରିବା।

ପ୍ରଥମ ଉପାୟ:- ତେବେ ଆପଣ ଯଦି ନିଜର ମାର୍ଗ ହରାଇ ସାରିଛନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ଉଠିବା ପରେ ନିଜର ଭଗବାନଙ୍କ ଫଟୋ ଆଗରେ ଅଳ୍ପ ସମୟ ପର୍ଯ୍ୟନ୍ତ ସ୍ଥିର ହୋଇ ବସି ଯାଆନ୍ତୁ।ଏହା ସହିତ ଆପଣ ଓଁ କାର ଜପ କରନ୍ତୁ।ଏପରି କରିବା ଫଳରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ସହିତ ଆପଣଙ୍କ ମନ ଶାନ୍ତ ରହିବ।ଏହା ସହିତ ଆପଣଙ୍କ ମନ ଖରାପ କାର୍ଯ୍ୟ ଠାରୁ ଦୁରେଇଯିବ।

ଦିତୀୟ ଉପାୟ:- ଆପଣ ପ୍ରତିଦିନ ସକାଳୁ ଏକ ଗ୍ଲାସ ପାଣିରେ ଦୁଇ ଚାମଚ ଅଁଳା ରସ ଓ କିଛି ଅସ୍ଵଗନ୍ଧା ଚୂର୍ଣ୍ଣ ପକାଇ ପିଅନ୍ତୁ।ଏହାପରେ ଆପଣ ଏହାକୁ ପ୍ରତିଦିନ କରିବା ଫଳରେ ଆପଣ ନିଜ ଜୀବନରେ ଧୀରେ ଧୀରେ ଅନେକ ପରିବର୍ତନ ହେବାର ଅନୁଭବ କରିବେ।ଏହା ସହିତ ଆପଣ ଧୀରେ ଧୀରେ ସମସ୍ତ ଖରାପ କାର୍ଯ୍ୟରୁ ମଧ୍ୟ ନିଜକୁ ଦୂରେଇ ନେଇଯିବେ।

ତୃତୀୟ ଉପାୟ:- ଆପଣ ପ୍ରତିଦିନ ସକାଳୁ ଶୌଚ ହେବା ପରେ ପାଦପଶ୍ଚିମାତ୍ତନାସନ କରିବା ଆବଶ୍ୟକ।ଏହା କରିବା ଫଳରେ ଆପଣଙ୍କ ହାଡ଼ ଓ ଶରୀର ସୁସ୍ଥ ରହିଥାଏ।ଏହା ସହିତ ଆପଣ ଏହାକୁ କରିବା ଫଳରେ ଆପଣଙ୍କ ଏକାଗ୍ରତା ବୃଦ୍ଧି ପାଇବ।ଏହା ସହିତ ଆପଣ ଏହାକୁ କରିବା ଫଳରେ ଧୀରେ ଧୀରେ ନିଜ ମନ ଉପରେ ନିୟନ୍ତ୍ରଣ ହୋଇଯିବ।

ଚତୁର୍ଥ ଉପାୟ:- ଏହା ସହିତ ଆପଣ ସର୍ବଦା ନିଜକୁ କୌଣସି ନା କୌଣସି କାର୍ଯ୍ୟରେ ବ୍ୟସ୍ତ ରଖିବାକୁ ପ୍ରୟାସ କରନ୍ତୁ।ଏପରି କରିବା ଫଳରେ ଆପଣ ନିଜକୁ ଅନ୍ୟ କୌଣସି ଖରାପ କାର୍ଯ୍ୟରେ ବ୍ୟସ୍ଥ ରଖି ପାରିବେ ନାହିଁ।ତେବେ ଏହା ସହିତ ଆପଣ ନିଜକୁ ସର୍ବଦା ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବାକୁ ପ୍ରୟାସ କରନ୍ତୁ।ଯାହା ଫଳରେ ଆପଣଙ୍କ ମନରେ ଭଗବାନଙ୍କ ଭାବନା ଊତ୍ପନ ହୋଇ ରହିବ।

ପଞ୍ଚମ ଉପାୟ:- ଆପଣ ରାତିରେ ଶୀଘ୍ର ଶୋଇବା ଓ ଶୀଘ୍ର ଉଠିବାର ପ୍ରୟାସ କରନ୍ତୁ।ସବୁବେଳେ ଖୁସି ରହିବା ପାଇଁ ପ୍ରୟାସ କରନ୍ତୁ।ଏହା ସହିତ ଆପଣ ନିଜର ଖରାପ ସମୟରେ ମଧ୍ୟ କେବେବି ଧର୍ଯ୍ୟ ହରାନ୍ତୁ ନାହିଁ।ସର୍ବଦା ଭଗବାନଙ୍କ ଚିନ୍ତନର ନିଜକୁ ବ୍ୟସ୍ତ ରଖନ୍ତୁ।ଏହା ସହିତ ଆପଣ ନିଜକୁ ସମସ୍ତ ପ୍ରକାରର ଖରାପ କାର୍ଯ୍ୟରୁ ଦୁରେଇ ରଖିବା ପାଇଁ ପ୍ରୟାସ କରନ୍ତୁ।ଯାହା ଫଳରେ ଆପଣ ନିଜ ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ପାଇ ପାରିବେ।

Leave a Reply

Your email address will not be published. Required fields are marked *