ଏମାନେ ମଣିଷ ଥିଲେ କିନ୍ତୁ ମୃତ୍ୟୁ ପରେ ପାଲଟିଗଲେ ଭଗବାନ। ମଣିଷ ପଣିଆ ପାଇଁ ଏମାନଙ୍କୁ ଛୁଇଁପାରିଲା ନାହିଁ ମୃତ୍ୟୁ କାରଣ ନିଜ ଜୀବନ ଦେଇ ଏମାନେ ବଞ୍ଚାଇଦେଲେ ଅନେକ ଜୀବନ ଓ ବଞ୍ଚିବାର ରାହା। ସେଇଥି ପାଇଁ ତ ସୁରଟର ଏହି ମେଡିକାଲରେ ଶୁଭୁଛି କ୍ରିସ-ମିତ ଅମର ରହେ ଅମର ରହେ। ଗୁଜୁରାଟର ଦୁଇ ବନ୍ଧୁ କ୍ରିସ ଗାନ୍ଧୀ ଓ ମିତ ପାଣ୍ଡିଆ ପଢୁଥିଲେ +୨ ରେ।କ୍ରିସଙ୍କ ଜନ୍ମଦିନ ପାଳନ କରି ଫେରିବା ବେଳେ ବାଟରେ ହୋଇଥିଲା ଦୃଘଟଣା।
ଶେଷରେ ଡାକ୍ତରଖାନାରେ ମୃତ୍ୟୁସହ ଲଢ଼ି ଲଢ଼ି ଦୁଇ ବନ୍ଧୁ ହାରିଗଲେ। କିନ୍ତୁ ଶୋକରେ ଭାଙ୍ଗିପଡିଥିବା ଦୁଇ ପରିବାର ନେଇଗଲେ ଏକ ବଡ଼ ନିସ୍ପତି ଦେଖାଇଲେ ମଣିଷ ପଣିଆ। ଦୁଇଙ୍କର ଲଙ୍ଗସ, କିଡନୀ, ହାର୍ଟ ଓ ଆଖି ଦାନ କରି ୧୨ ଜଣଙ୍କୁ ଦେଲେ ନୂଆ ଜୀବନ। ଜଣଙ୍କର ଅଙ୍ଗଗଲା ସୁରଟରୁ ହାଇଦ୍ରାବାଦ ୯୨୯ କିଲୋମିଟର।ଆଉଜଣଙ୍କର ଅଙ୍ଗ ଗଲା ସୁରଟରୁ ଅହମ୍ମଦାବାଦ ୨୮୮ କିଲୋମିଟର।
ଗୋଟେ ପଟେ ଦୁଇ ପରିବାର ନିଜ ପୁଅକୁ ହରାଇ ଦୁଃଖରେ ଥିବା ବେଳେ ସେମାନେଙ୍କ ମହତପଣିଆ ପାଇଁ ମୁଣ୍ଡ ଉଚ୍ଚା ହେଇଯାଉଥିଲା କାରଣ ଚାରିଆଡେ କବେଳ ଗୋଟେ କଥା ଶୁଭୁଥିଲା କ୍ରିସ-ମିତ ଅମର ରହେ। ଦୁଇ ସାଙ୍ଗଙ୍କ ଏହି ବଳୀଦାନ ବୃଥା ଗଲା ନାହିଁ କାରଣ ୧୨ ଜଣଙ୍କ ଭିତରେ ଆଜିବି ସେମାନେ ଜୀବିତ।ବହୁତ କମ ପରିବାର ଏପରି ଥାନ୍ତି ଯେଉଁମାନେ ଏପରି କାର୍ଯ୍ୟ କରିବାର ସାହାସ ଦେଖାଇଥାନ୍ତି।
ଦୁଇ ମାଙ୍କ ଆଖିରେ ଠିଲା ଲୁହ। ନିଜର ପ୍ରିୟ ପୁତ୍ରକୁ ହରାଇ ସେମାନେ ଆତ୍ମହରା ହୋଇପଡିଥିଲେ। ଜନ୍ମଦିନ ଭଳି ଏକ ଖୁସି ସମୟରେ ଏଭଳି ଘଟିଯିବ କିଏ ବା ଜାଣିଥିଲା।କିନ୍ତୁ ମୃତ୍ୟୁ କେଉଁ ସମୟରେ କେଉଁ ବାଟରେ ଆସିବ କିଏ ବା ଜାଣେ। ମୃତ୍ୟୁ ସେମାନଙ୍କୁ ଅଟକାଇ ପାରିନଥିଲା ଅମର ହେବାରୁ।
ଏବେ ସେମାନେଙ୍କ ଅଙ୍ଗ ଦ୍ଵାରା ୧୨ ଜଣ ବ୍ୟକ୍ତିଙ୍କୁ ବଂଚିବାର ଏକ ବାଟ ମିଳିଗଲା।ଏଭଳି ମହାନ କାମ ବହୁତ କମ ଲୋକଙ୍କ ଭାଗ୍ୟରେ ଥାଏ।ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ସାରାଜୀବନ ପାଇଁ ଅମର ହୋଇଯାଇଥାନ୍ତି। ଏବେ ଚାରିଆଡେ ଦୁଇ ପରିବାରର ଏଭଳି ମହାନ କାର୍ଯ୍ୟ ପାଇଁ ପ୍ରଶଂସା କରାଯାଉଛି।
କେବଳ ସେମାନେ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ଅଙ୍ଗ ଦାନ ପାଇ ଆଗରୁ ଆଗଜପତ୍ରରେ ଦସ୍ତଖସ୍ତ କରିବା ଆବଶ୍ୟକ।କାରଣ ଜନ୍ମ ମୃତ୍ୟୁ କାହାରି ହାତରେ ନାହିଁ କିଏ ଜାଣେ କେତେବେଳେ କାହା ସହ କଣ ହେବ କିନ୍ତୁ ଏଭଳି କାର୍ଯ୍ୟ କରୁଥିବା ଲୋକ ମରିଗଲେ ମଧ୍ୟ ଲୋକଙ୍କ ହୃଦୟରେ ଅମର ହୋଇରହିଥାନ୍ତି। ଆମେ ମଧ୍ୟ କ୍ରିସ-ମିତଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ।