ଓଡ଼ିଆ Album କରିକି ଟୁଙ୍ଗୁରୁ ଭୋଳ ଠାରୁ ଅଧିକ ଟଙ୍କା କମାଇଲେ ବର୍ଷା ଭୋଳ,ଏହା ବ୍ୟତୀତ ଏହି କାମ କରିକି ଟଙ୍କା ରୋଜଗାର କରୁଛନ୍ତି ଏବେ…

କିଛିମାସ ତଳେ ଓଡ଼ିଶାରେ ଟୁଙ୍ଗୁରୁ ଭୋଳ ଓ ବର୍ଷାର ଘଟଣା ଭାଇରାଲ ହୋଈ ସାମ୍ନାକୁ ଆସିଥିଲା। ଯାହାପରେ ସାରା ଓଡ଼ିଶା ଲୋକଙ୍କ ମୁହଁରେ କେବଳ ବର୍ଷା ଓ ଟୁଙ୍ଗୁରୁର ନାମ ଶୁଣିବାକୁ ମିଳୁଥିଲା। ପାରିବାରିକ ମାମଲାକୁ ନେଇ ଭାଇରାଲ ହେବାପରେ ସେମାନେ ଏବେ ଟିଭି ରେ ନଜର ଆସିବାରେ ଲାଗୁଛନ୍ତି। ଏବେ ତାଙ୍କୁ ଗୋଟିକ ପରେ ଗୋଟିଏ ଅଭିନୟରେ କାମ କରିବାକୁ ମିଳୁଛି।

ଏହି କିଛିଦିନ ତଳେ ଆମ ଓଡ଼ିଶାର କିଛି ମିଡ଼ିଆ ଭାଇ ମାନଙ୍କୁ ବର୍ଷା, ଭୁବନେଶ୍ୱରରେ ନଜର ଆସିଥିଲେ। ସେମାନେ ସଙ୍ଗେ ସଙ୍ଗେ ବର୍ଷାଙ୍କ ପାଖକୁ ଯାଇ ତାଙ୍କ ସହିତ ଏବେ ପରିସ୍ଥିତି କେମିତି ଚାଲୁଛି ତା’ ବିଷୟରେ ପଚାରିଥିଲେ। କିନ୍ତୁ ସେଠାରେ ସେମାନେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯାଇଥିଲେ

କାରଣ ବର୍ଷା ମିଡ଼ିଆ ସାମ୍ନାରେ ବହୁତ ଖୁସି ନଜର ଆସୁଥିଲେ।ବର୍ଷା ମିଡ଼ିଆ ସାମ୍ନାରେ କହିଥିଲେ କି, ତାଙ୍କ ଖବର ଭାଇରାଲ ହେବା ପରଠାରୁ ସେ ଫେମସ ହୋଇଯାଇଛନ୍ତି ଓ ତାଙ୍କୁ ପ୍ରତିଦିନ କିଛିନା କିଛି ଗୀତରେ ଶୁଟିଂ କରିବାର ସୁଯୋଗ ମିଳୁଛି। ଯେଉଁଦିନ ମିଡ଼ିଆ ତାଙ୍କ ସହିତ ଭେଟ ହୋଇଥିଲା

ସେଦିନ ବର୍ଷାଙ୍କର ତିନୋଟି ଶୁଟିଂ ଥିଲା ବୋଲି ବର୍ଷା କହିଥିଲେ।ସେ କହିଥିଲେ, ଭୁବନେଶ୍ୱରରେ ଆଜି ତାଙ୍କର ଦୁଇଟି ଶୁଟିଂ ଥିବାବେଳେ କଟକରେ ଗୋଟିଏ ଶୁଟିଂ ରହିଛି। ସେ ଆଜି ଗୋଟିଏ ଶୁଟିଂ କରିଛନ୍ତି ଓ ବାକି ଦୁଇଟି ଶୁଟିଂ ସେ କରିବେ। ଏହାକହି ବର୍ଷା ବହୁତ ଖୁସି ଜଣାପଡୁଥିଲେ ଓ ଟୁଙ୍ଗୁରୁକୁ ନେଇ

ପ୍ରଶ୍ନ କରିବାରୁ ବର୍ଷା କହିଥିଲେ କି, ଟୁଙ୍ଗୁରୁ ଏବେ ଶୁଟିଂରେ ବ୍ୟସ୍ତ ଅଛି ଓ ମୋତେ ସେ କାଲି ଫୋନ କରିଥିଲା କିନ୍ତୁ ମୁଁ ଉଠାଇଲି ନାହିଁ କାରଣ ମୁଁ ମଧ୍ୟ ମୋ କାମରେ ବର୍ତ୍ତମାନ ବ୍ୟସ୍ତ ରହିଛି।ବର୍ଷା ଏହାପରେ କହିଥିଲା, କାମସାରି ଆମେ କଥାବାର୍ତ୍ତା ହେଉ ଓ ଟୁଙ୍ଗୁରୁ ମୋତେ ଆଇ ଲଭ ୟୁ କହେ। ଏହାପରେ

ମିଡ଼ିଆ ପଚାରିଥିଲା କି ତୁମେ ଟୁଙ୍ଗୁରୁ ଭୋଳଙ୍କୁ କଣ କହିବ। ଏହି ପ୍ରଶ୍ନରେ ବର୍ଷା କହିଥିଲେ ମୁଁ ତାଙ୍କୁ କହିବି କି, ତୁମେ ଶୁଟିଂ ମନଦେଇ କର ଓ ଏଞ୍ଜୟ କର। ଆଉ ମୁଁ ବି ଶୁଟିଂ କରି ମୋତେ ବହୁତ ଖୁସି ଲାଗୁଛି

Leave a Reply

Your email address will not be published. Required fields are marked *