ବିଳମ୍ବିତ ରାତିରେ ଘର ଭିତରେ ପଶି କୁକୁଡ଼ାକୁ ଆକ୍ରମଣ କଲା Tampa ସାପ, ଅଳ୍ପକେ ବର୍ତିଲେ ମହିଳା,ଆଉ ଏଭଳି ଘଟଣା ଜାଣିଲେ ଆପଣ ଚମକି ପଡିବେ…ଦେଖନ୍ତୁ Video

Uncategorized

ବର୍ତ୍ତମାନ ଓଡ଼ିଶାରେ ବର୍ଷ ଦିନର ସମୟ ଚାଲିଛି। ଏହିଦିନେ ଜନ୍ତୁଜୁନ୍ତା ଙ୍କ ବାସସ୍ଥଳୀରେ ପାଣି ପଶିଯିବାରୁ ସେମାନେ ମାନବ ରହୁଥିବା ବସତି ଆଡ଼କୁ ଚାଲିଆସନ୍ତି ଓ ଯଦି ଆପଣଙ୍କ ଘରକୁ ଆପଣ ପରିଷ୍କାର ପରିଛନ୍ନ ରଖୁନାହାଁନ୍ତି ତାହେଲେ ମଧ୍ୟ ଆପଣଙ୍କ ଘରେ ଜନ୍ତୁଜୁନ୍ତା ପଶିବା ସହିତ ସାପ ମଧ୍ୟ ପଶିଯିବାର ସମ୍ଭାବନା ରହିଥାଏ। ଖାଆସ କରି ନାଗ ଓ ତମ୍ପ ଭଳି ସାପ ଆମ ଓଡିଶାରେ ପ୍ରାୟତଃ ଦେଖିବାକୁ ମିଳନ୍ତି।

ଆଜି ଆମେ ତମ୍ପ ସହିତ ଜଡ଼ିତ ଏକ ଘଟଣା ଘଟିଥିବା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ।ଘଟଣାଟି ହେଉଛି ଭଦ୍ରକ ଜିଲ୍ଲାର ଏକ ଗ୍ରାମର ଅଟେ। ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଘରେ ବିଳମ୍ବିତ ରାତିରେ ଏକ ତମ୍ପ ସାପ ପଶିବାର ଘଟଣା ସାମ୍ନାକୁ ଆସିଥିଲା। ସାପଟି କୁକୁଡ଼ା ଖାଇବା ଉଦ୍ଧେଶ୍ୟରେ ରାତିରେ ଘର ଭିତରକୁ ପଶିଥିଲା।

ଏହି ସମୟରେ ଘରର ସମସ୍ତ ସଦସ୍ୟ ନିଦ୍ରା ସ୍ଥିତିରେ ଥିଲେ।ସାପଟି କୁକୁଡ଼ା ରହିବା ସ୍ଥାନରେ ଶୁଶୁ ଶବ୍ଦ କରିବା ଆରମ୍ଭ କରିଥିଲା ଓ ଘରଲୋକଙ୍କ ମଧ୍ୟରୁ ଜଣେ ମହିଳା ଏହାଶୁଣି ଡିବି ଆଲୋକ ନେଇ ସେଠାକୁ ଯାଇଥିଲେ ଓ ସେ ଦେଖନ୍ତି ତ ଗୋଟିଏ ବିଶାଳ ତମ୍ପ ସାପ ଦୁଇଟି କୁକୁଡ଼ାକୁ ମାରିଦେଇଛି ଓ ଗର୍ଜନ କରୁଛି।

ଏହାପରେ ମହିଳା ଜଣକ ଚିତ୍କାର କରବାକୁ ଲାଗିଲେ ଏବଂ ଘରର କିଛି ପୁରୁଷ ସଦସ୍ୟ ସେଠାକୁ ଆସି ତୁରନ୍ତ ସ୍ନେକ ହେଲ୍ପଳାଇନକୁ ଏହାର ଖବର ଦେଇଥିଲେ।ମାତ୍ର କିଛି ମିନିଟ ଭିତରେ ସ୍ନେକ ହେଲ୍ପଳାଇନ ସେଠାକୁ ଆସି ସାପଟିକୁ ଉଦ୍ଧାର କରିନେଲେ ଓ ସାପ ଧରାଳି ଜଣକ ମହିଳାଙ୍କୁ ଗାଳି କରିଥିଲେ କାରଣ ମହିଳା

ଜଣକ କହିଥିଲେ,ଶୁଶୁ ଶବ୍ଦ ହେବା ମାତ୍ରକେ ସେ ଡିବି ଆଲୋକ ନେଇ କୁକୁଡ଼ା ରହିଥିବା ଘରେ ହାତ ପୁରାଇ ଦେଇଥିଲେ।ଏହାଶୁଣି ସ୍ନେକ ହେଲ୍ପଲାଇନର ଅଭିଜ୍ଞ ସାପ ଧରାଳି ତାଙ୍କୁ ଗାଳି ଦେଇ କହିଥିଲେ କି, ତମ୍ପ ସାପ ହେଉଛି ସବୁଠାରୁ ବିଷଧର ସର୍ପ ଓ ଏହି ସାପ ନାଗ ଠାରୁ ବି ବିଷଧର।

ଯେଉଁ ସାପ କାମୁଡ଼ିବା ଦ୍ୱାରା ମଣିଷର ମୃତ୍ୟୁର ସମ୍ଭାବନା ବହୁତ ଅଧିକ ଥାଏ। ଏହା ମହିଳାଙ୍କୁ କରିବାର ଉଚିତ ନଥିଲା ବୋଲି ସେ କହିଥିଲେ।ଏହାସହ ସାପ ଧରାଳି ଜଣକ ଜନ ସାଧାରଣଙ୍କୁ ଜରୁରୀ ସୂଚନା ଦେଇ ଏହାମଧ୍ୟ କହିଥିଲେ ଯେ, ଯଦି କୌଣସିବି ସାପ ମଣିଷକୁ କାମୁଡ଼ି ଦେଉଛି ତାହେଲେ ଅନ୍ଧବିଶ୍ୱାସ ଚକ୍କରରେ ନରହି ତୁରନ୍ତ ସାପ କାମୁଡ଼ି ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଯାଆନ୍ତୁ।

ଓଡ଼ିଶାରେ ଅଧିକ ମାତ୍ରାରେ ଦେଖାଯାଉଥିବା ତମ୍ପ ସାପକୁ ଚିହ୍ନଟ କରିବେ କେମିତି?ଏହି ତମ୍ପ ସାପ ନାଗ ପ୍ରଜାତିର ଅଟେ ଓ ଏହା ଦେଖିବାକୁ ପ୍ରାୟତଃ ହଳଦିଆ, ମାଟିଆ ଓ କିଛି କ୍ଷେତ୍ରରେ କଳା ରଙ୍ଗର ଅଟନ୍ତି। ଖାଆସ କରି ଏହି ସାପର ଫଣାରେ ଆପଣଙ୍କୁ ଚନ୍ଦ୍ର ଆକୃତିର ଚିହ୍ନ ଦେଖିବାକୁ ମିଳିବ ଓ ଏହିସାପ ମଣିଷକୁ ଦେଖିଲେ ରାଗିଯାଏ ଓ ଶୁଶୁ ଶବ୍ଦ କରିବା ଆରମ୍ଭ କରିଥାଏ।

https://www.youtube.com/watch?v=sjq-5VS09K0

Leave a Reply

Your email address will not be published. Required fields are marked *