Bank ସ୍ବାମୀ ପାଇଁ କାନ୍ଦୁଛି ସ୍ତ୍ରୀ,ବ୍ୟାଙ୍କ ସାମ୍ନାରେ ବସିକି ଏଭଳି କଲେ ପ୍ରତିବାଦ କହିଲେ ମୋ ସ୍ୱାମୀ ମୋତେ ଛାଡି…

ଓକିଲ ସ୍ତ୍ରୀ:ଏଇଠୁ ବି କଉଠିକି ଗଲେଣି ମୁଁ କିଛି କହିବିନି?ମୁଁ ଅଘଟଣ କରିବି,ଆଉ ମୁଁ ଅଘଟଣ କଲେ ତା ନା ହିଁ ହେବ ସମସ୍ତେ ଶୁଣିବେ।ମୁଁ ବାରମ୍ବାର ବାରମ୍ବାର ଟ୍ରାନସଫର ହଉଥିବ ମୁଁ ତାକୁ ଖୋଜୁଥିବି,ମୁଁ ସେମିତି କରିପାରିବିନି ସେମିତି କରିବା ପାଇଁ ମୋ ପାଖରେ ସମୟ ନାହିଁ।ମିଡିଆ:ମୁଁ ଜଣେ ବିବାହିତ ମହିଳା ପେସା ମୋର ଓକିଲାତି।ଜଣେ ଓକିଲ ହୋଇ ବି

ମତେ ଆଜି ନ୍ୟାୟ ପାଇଁ ବାର ଦୁଆର ବୁଲିବାକୁ ପଡୁଛି। ଆଇନ ବିଷୟରେ ସବୁ ଜ୍ଞାନ ଥାଇ ମଧ୍ୟ ମତେ ଆଜି ବ୍ୟାଙ୍କ ସାମ୍ନାରେ ଧାରଣାରେ ବସିବାକୁ ପଡୁଛି।କିଛି ଭୁଲ ନକରି ମଧ୍ୟ ମତେ ଆଜି ବହୁତ ବଡ଼ ଦଣ୍ଡ ଭୋଗିବାକୁ ପଡୁଛି।ମୁଁ ବା ଆଉ କଣ କରି ଥାଆନ୍ତି ସବୁଆଡେ ବୁଲି ବୁଲି ନିରାଶ ହେଇ ସାରିଲିଣି।

ଶେଷରେ ବାଧ୍ୟ ହେଇ ମୁଁ ଏହି ଷ୍ଟେଟ ବ୍ୟାଙ୍କ ଆଗରେ ଧାରଣା ଦଉଛି।ମୋର ଦାବି ପୁରଣ ନହେବା ପର୍ଯ୍ୟନ୍ତ ମୁଁ ଏହି ବ୍ୟାଙ୍କ ସାମ୍ନାରେ ବସି ରହିବି ଦରକାର ପଡିଲେ ମୁଁ ଏଇଠି ମୋ ଜୀବନକୁ ମଧ୍ୟ ହାରିଦେବି।ତାଙ୍କ ହାତ ଧରି ମୋର ବାହା ହେବା ଟା ମୋର ଭୁଲ ଥିଲା କି,ସେ କଣ ଗୋଟେ ବ୍ୟାଙ୍କ ଅଫିସର

ବୋଲି ମତେ ଏମିତି ବାର ଦୁଆର ସୁଣ୍ଢି ପିଣ୍ଡା କରେଇବେ।ଯଦି ତମ ମନରେ ଆଉ କିଏ ଥିଲା ତାହେଲେ ମତେ ବାହା ହେଉଥିଲ କଣ ପାଇଁ?ଯଦି ମୁଁ ତମର ପସନ୍ଦ ନଥିଲି ତାହେଲେ ମୋର ହାତ ଧରୁଥିଲ କଣ ପାଇଁ?ତମେ ପରା ମୋର ସ୍ବାମୀ।ମୋ ଇହ କାଳ ପର କାଳର ସାଥୀ,ମୋ ଜୀବନ ସାଥୀ

ତମେ ମତେ ପର କରିଦେଲ କେମିତି?ଏ ଦୁନିଆ ବାଲା ,ମୋ ଦୁଃଖର କାହାଣୀ ଥରେ ଶୁଣିକି ଜାଅ,ମୁଁ ଜଣେ ଶିକ୍ଷିତ ମହିଳା ଜଣେ ଓକିଲ ହେଇକି ମଧ୍ୟ ଏମିତି ଧୋକାର ଶିକାର ହେଇଛି ତାହେଲେ ଏଠି ଅନ୍ୟ ମାନଙ୍କର କଥା କହିବି କଣ?ମୋ ନା ହଉଛି ମିନତି ରାଣୀ ମହାପାତ୍ର। ଏପ୍ରିଲ ମାସ ୨୦୧୯ ମସିହାରେ

ମୁଁ ଷ୍ଟେଟ ବ୍ୟାଙ୍କ ରେ ଚାକିରି କରୁଥିବା ମହେଶ ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲି।ବାହାଘରର ମାସେ ଯାଇନି ମୋ ସ୍ବାମୀ ମତେ ମାଡ଼ ଧର କରିବା ଆରମ୍ଭ କରିଦେଲେ।ମତେ ଧୀରେ ଧୀରେ ଘରୁ ମଧ୍ୟ ବାହାର କରିଦେଲେ।ତାପରେ ତାଙ୍କର ପୁରୀକୁ ବଦଳି ହେଇଗଲା।ବହୁତ ଖୋଜା ଖୋଜି କଲା ପରେ ମଧ୍ୟ ମୁଁ ତାଙ୍କୁ ପାଇ ପାରିଲି ନାହିଁ।

Leave a Reply

Your email address will not be published. Required fields are marked *