ଆମ ହିନ୍ଦୁ ଧର୍ମରେ ନାଗକୁ ଶକ୍ତିର ପ୍ରତୀକ ରୂପରେ ମାନାଯାଇଥାଏ। ହିନ୍ଦୁ ଧର୍ମ ଅନୁସାରେ କିଛି ଶକ୍ତିଶାଳୀ ନାଗ ପୂର୍ବକାଳରେ ରହୁଥିଲେ ଓ ସେମାନେ ବହୁତ ବିଶାଳ ଥିଲେ। ଆଜି ଆମେ ସେହି ନାଗଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛେ ଯାହା କଥା ଶୁଣିଲେ ଆପଣ ଚକିତ ହୋଇଯିବେ।୧. କାଳିଆ ନାଗ:- କାଳିଆ ନାଗ ଦ୍ଵାପର ଯୁଗରେ ବୃନ୍ଦାବନରେ ଥିବା ଯମୁନା ନଦୀ ଭିତରେ ରହୁଥିଲା।
ପୁରାଣରେ ଏହା ଲେଖାଅଛି ଯେ, ଗରୁଡ଼ ଦେବଙ୍କ ଭୟରେ କାଳିଆ ନାଗ ବୃନ୍ଦାବନରେ ଆସି ଲୁଚିଥିଲା କାରଣ ଗରୁଡ଼ ଦେବ କୌଣସି କାରଣ ଯୋଗୁଁ ୠଷିଙ୍କ ଠାରୁ ଅଭିଶାପ ପାଇଥିଲେ ଯେ, ସେ ବୃନ୍ଦବନ ଭିତରକୁ ପ୍ରବେଶ କରି ପାରିବେନାହିଁ। ଯାହାର ଫାଇଦା କାଳିଆ ନାଗକୁ ହୋଇଗଲା ଓ ସେ ଆସି ବୃନ୍ଦାବନରେ
ଥିବା ଯମୁନା ନଦୀରେ ସୁରକ୍ଷିତ ରହୁଥିଲା। ଦିନେ ଭଗବାନ ଶ୍ରୀ କୃଷ୍ଣ ଯମୁନା ନଦୀ ଭିତରକୁ ଯାଇଥିବାବେଳେ ଏହି କାଳିଆ ନାଗ ତାଙ୍କ ଉପରକୁ ଆକ୍ରମଣ କରିଦେଲା ଓ ଶ୍ରୀ କୃଷ୍ଣ ତା’କୁ ମାତ୍ର କିଛି ସମୟରେ କାବୁ କରିନେଇଥିଲେ ଓ ତା’ ମୁଣ୍ଡ ଉପରେ ଛିଡ଼ା ହୋଇ ନାଚିବାକୁ ଲାଗିଥିଲେ।୨. ତକ୍ଷକ ନାଗ:- ଅର୍ଜୁନ ଖାଣ୍ଡବ ବନରେ ନିଆଁ ଲଗାଇଦେବା
ଫଳରେ ତକ୍ଷକ ନାଗ ତକ୍ଷଶିଳାରେ ଆସି ରହିଥିଲେ। କୁହାଯାଏ, ଏହି ତକ୍ଷକ ନାଗ କୁଆଡ଼େ ଭଗବାନ ଇନ୍ଦ୍ରଙ୍କର ବନ୍ଧୁ ଅଟେ। ତକ୍ଷକ ନାଗ ଯେତେବେଳେ ରାଜା ପରୀକ୍ଷିତଙ୍କୁ ଦଂଶନ କରିଥିଲେ ସେତେବେଳେ ରାଜାଙ୍କ ମୃତ୍ୟୁ ହୋଇଯାଇଥିଲା ଓ ପରୀକ୍ଷିତଙ୍କ ପୁଅ ଜନ୍ମଇଜ ସମସ୍ତ ନାଗଙ୍କ ବିନାଶ ପାଇଁ ଏକ ଯଜ୍ଞ କଲେ ଯେଉଁଥିରେ ଯଜ୍ଞ କୁଣ୍ଡରେ
ସବୁ ନାଗ ଆସି ପ୍ରାଣ ହରାଇଲେ। ତକ୍ଷକ ନାଗ ଭସ୍ମ ହେବାସମୟରେ ଏକ ଋଷି ଆସି ଜନ୍ମଇଜଙ୍କୁ ଅନୁରୋଧ କରିଥିଲେ ଯାହାଦ୍ୱାରା ଯଜ୍ଞ ଅଟକିଥିଲା ଓ ତକ୍ଷକ ନାଗର ଜୀବନ ବଞ୍ଚି ଯାଇଥିଲା।୩. କର୍କଟ ନାଗ:-କର୍କଟ ନାଗ ମଧ୍ୟ ଜନ୍ମଇଜଙ୍କ ଯଜ୍ଞରେ ବିନାଶ ହେବାପୂର୍ବରୁ ଭଗବାନ ଶିବଙ୍କର ବହୁତ ପ୍ରାର୍ଥନା କରିଥିଲେ।
ତାଙ୍କ ପୂଜାରେ ଭଗବାନ ଶିବ ଖୁସି ହୋଇ ତାଙ୍କୁ ନିଜ ଶରଣ ଦେଇଥିଲେ। ଏହି ଦିନଠାରୁ ଆମେ ଭଗବାନ ଶିବଙ୍କ ପାଖରେ ଥିବା ସେହି ନାଗକୁ ପୂଜା କରିବାରେ ଲାଗିଛେ।୪. ମନସା ଦେବୀ:-ସେ ଶିବଙ୍କ ପୁତ୍ରୀ ନାମରେ ପରିଚିତ। ଏପରିକି ସେ ମଧ୍ୟ ବାସୁକୀ ଓ ନାଗ ଓ ଶେଷନାଗଙ୍କ ଭଉଣୀ ଅଟେ। ଯେତେବେଳେ ପୃଥିବୀରେ ବିଷ ବାହାରିବାକୁ ଲାଗିଲା ସେତେବେଳେ ମନସା ଦେବୀ ନିଜ ଚକ୍ଷୁ ଦ୍ୱାରା ବହୁତ ସାପଙ୍କୁ ବାହାର କରିଥିଲେ ଓ ସେମାନେ ଏହିସବୁ ବିଷକୁ ପାନ କରି ପୃଥିବୀକୁ ରକ୍ଷା କରିଥିଲେ।
୫. ବାସୁକୀ ନାଗ:-ବାସୁକୀ ନାଗକୁ ସବୁଠାରୁ ବିଷାକ୍ତ ନାଗ କୁହାଯାଏ ଓ ସେ ଶେଷନାଗଙ୍କ ସାନଭାଇ ଅଟେ। ଭଗବାନ ଶିବଙ୍କ ଅତିପ୍ରିୟ ହୋଇଥିବାରୁ ସେ ଭଗବାନଙ୍କ ବେକରେ ରହିଥାଏ। ସମୁଦ୍ର ମନ୍ଥନ ସମୟରେ ବାସୁକୀ ନାଗ ଦ୍ୱାରା ହିଁ ସମୁଦ୍ର ମନ୍ଥନ ହୋଇଥିଲା। ଏପରିକି ଭଗବାନ ଶିବ ତ୍ରିପୁରାସୁରକୁ ମାରିବା ସମୟରେ ଏହି ସାପ ତାଙ୍କର ଧନୁ ହୋଇଥିଲା।
୬. ଶେଷନାଗ:-ଶେଷନାଗକୁ ନାଗ ମାନଙ୍କ ରାଜା ବୋଲି କୁହାଯାଇଥାଏ। ଏହି ସାପ ନିଜ ତପସ୍ୟା ବଳରେ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିଥିଲା ଓ ଭଗବାନ ବିଷ୍ଣୁଙ୍କ ପାଖରେ କ୍ଷୀର ସମୁଦ୍ରରେ ରହିଲା। ଏହାପରେ ଭଗବାନ ବିଷ୍ଣୁ ଶେଷନାଗକୁ ସମୟଚକ୍ର ନିୟନ୍ତ୍ରଣ ପ୍ରଦାନ କରିଥିଲେ।