ଟୁଙ୍ଗୁରୁ କହିଲେ ମାରି ଦେଲା ମୋତେ ଭାଉଜ,ବର୍ଷା ମୋ ଭାଉଜ ଏବେ ମୋତେ BHARATPUR ଥାନା ରେ ଘାଣ୍ଟିଲା…

ମୋର ନାମଟି ଟୁଙ୍ଗୁରୁ ଭୋଳ ଖରାପ ପଡ଼ିଛି ଏବେ ମୋର ବେଳ।କାଲି ମୋତେ ଭାଉଜ କରୁଥିଲା ଗେଲ ଆଜି କରୁଛି କଲବଲ।ଭାରି ପଡ଼ିଗଲା ଭାଉଜ ବଳ ବାହାରି ପଡୁଛି ଏବେ ମୋର ଝାଳ।ଦର୍ଶକ ବନ୍ଧୁ ଏମିତି କିଛି କବିତା ଏବେ ଘୋଷି ହେଉଛି ଟୁଙ୍ଗୁରୁ ଭୋଳ। ବଳକ୍ତାର ଅଭିଯୋଗରେ ଟୁଙ୍ଗୁରୁ ଭୋଳ ଏବେ ଜେଲ ଯାଇଛି।ଜେଲ ଭିତରେ ତାର ପ୍ରେମ କାହାଣୀ ଶେଷ ହୋଇଛି।

ଏବେ ଟୁଙ୍ଗୁରୁ ଜେଲ ଭିତରେ ଖାଲି ମଶା ମାରୁଛି।ତାଙ୍କର ଆଉ ବର୍ଷାଙ୍କ ପ୍ରେମ କାହାଣୀ ଯେପରି ଚର୍ଚ୍ଚା ହେଉଥିଲା ଏବେ ସେ ସବୁର ଅନ୍ତ ଘଟିଛି।ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ସେ ଜେଲ ଯାଇଛି ଆଉ ଏ ସବୁର ଅନ୍ତ ଘଟିଛି। ବର୍ଷାଙ୍କୁ ବଳକ୍ତାର କରିବା ସହିତ ଧମକ ଚମକ କରିବା ଅଭିଯୋଗରେ ଟୁଙ୍ଗୁରୁ

ଭୋଳଙ୍କୁ ଭରତପୁଟ ଥାନା ପୋଲିସ ଗିରଫ କରିଛି। ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସିକିରି ଗ୍ରାମରେ ସେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରି ବସ୍ତିରେ ରହୁଥିଲା।ସେଠାରେ ରହିବା ସମୟରେ ବର୍ଷାଙ୍କ ସହିତ ତାଙ୍କର ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଫୋନରେ ଦିନ ରାତି ଗପା ଗପି ସହିତ ଭେଟ ହୋଇ

ପ୍ରେମ ଦିଆ ନିଆ ହେଉଥିଲେ ସେମାନେ ଦୁଇ ଜଣ।ସିନେମା ଦେଖିବା ଆଉ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ ଟୁଙ୍ଗୁରୁ ଆଉ ବର୍ଷା।ଗୋଟିଏ ପିଲା ଆଉ ସ୍ବାମୀଙ୍କୁ ଛାଡ଼ି ଟୁଙ୍ଗୁରୁ ପ୍ରେମରେ ଉବୁଟୁବୁ ହେଉଥିଲା ବର୍ଷା।ଏହି ସମୟରେ ଖବର ପାଇଲା ବର୍ଷା କି ସେ ଆଉ କାହା ସହିତ ବାହା ହେବ।ଏହା ଶୁଣି ଭରତପୂର୍

ଥାନାରେ ବସି ପଡିଲା ବର୍ଷା।ହାତରେ ଶଙ୍ଖା,ସିନ୍ଦୂର ଆଉ ଫୁଲ ମାଳ ମଧ୍ୟ ଥିଲା। ସେମାନଙ୍କ ମଧ୍ୟରେ କଥା ବାର୍ତା ହୋଇ ଏହି କେସର ରଫା ଦଫା ହୋଇଥିଲା।ହେଲେ ହେବ କଣ ଟୁଙ୍ଗୁରୁ ଆଉ କରିବ କଣ ଆଉ ଥରେ ବର୍ଷା ପାଖକୁ ଗଲା।ତାକୁ କୁଆଡେ ବଳକ୍ତାର କରିବାର ଅଭିଯୋଗ ହୋଇଛି।

ଏହି ଅଭିଯୋଗ ଆଧାରରେ ତାଙ୍କୁ ଏବେ ପୋଲିସ ଗିରଫ କରିଛି।ଏବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ହାଜତକୁ ପଠେଇ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *