Baleswar ରେ ବିଷାକ୍ତ ନାଗସାପ ବିଳମ୍ବିତ ରାତିରେ ବେଙ୍ଗ ଖାଇବା ଉଦ୍ଦେଶ୍ୟରେ ଘରେ ପଶିଗଲା,ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ଓଡ଼ିଶାର ପୂର୍ବ ଉପକୂଳ ଜିଲ୍ଳା ଗୁଡ଼ିକ ଯଥା: ବାଲେଶ୍ଵର, ଭଦ୍ରକ, ପୁରୀ, କଟକ ଇତ୍ୟାଦି ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ ରୂପରେ ନାଗସାପ ଦେଖାଯାଆନ୍ତି ଯାହାକୁ ଆମେ କୋବ୍ରା ବୋଲି ହିନ୍ଦୀରେ କହିଥାଉ। ଏହି ସାପ ମାନଙ୍କ ଖାଦ୍ୟ ହେଉଛି ଝିଣ୍ଟିକା, ବେଙ୍ଗ ଇତ୍ୟାଦି। ନାଗସାପକୁ ଆମେ ଭଗବାନ ଶିବଙ୍କ ସର୍ପ ବୋଲି ପୂଜା କରିଥାଉ ଓ ଏହାଉପରେ ଆମର ଆସ୍ଥା ରଖିଥାଉ।

ଏହିପରି ଏକ ଘଟଣା ନାଗସାପକୁ ନେଇ ଦେଖିବାକୁ ମିଳିଛି କୋପୁର ଗ୍ରାମରେ।ଭଦ୍ରକ ଜିଲ୍ଲା କୋପୁର ଗ୍ରାମରେ ବିଳମ୍ବିତ ରାତିରେ ଏକ ନାଗସାପ ବେଙ୍ଗ ଖାଇବା ଉଦ୍ଦେଶ୍ୟରେ ଗୋଟିଏ ଚାଳ ଛପର ଘରେ ପଶିଯାଇଥିଲା। ଘରଲୋକେ ଏହି ସମୟରେ ଟିଭିରେ ସିରିଏଲ ଦେଖୁଥିଲେ ଓ ସେମାନେ ସୁସୁ ଶବ୍ଦ ଶୁଣି

ଭୟଭୀତ ହୋଇଗଲେ ଓ ଦେଖନ୍ତି ତ ନାଗସାପଟି ଘର ଭିତରକୁ ଚାଲିଆସିଛି। ସେମାନେ ଏହାର ଖବର ଜିଲ୍ଲା ବନବିଭାଗକୁ ଦେଇଥିଲେ ଓ ଖବର ପାଇ ସ୍ନେକ କ୍ୟାଚର ତୁରନ୍ତ ଆସି ଗ୍ରାମରେ ପହଞ୍ଚିଥିଲେ।ସାପ ଧରାଳି ଘର ଭିତରକୁ ପ୍ରବେଶ କଲେ ଓ ଜଣେ ବ୍ୟକ୍ତି ତାଙ୍କୁ ସାପ ଲୁଚିଥିବା ସ୍ଥାନକୁ ନେଇଗଲେ।

ସେଠାରେ ସେ କପଡ଼ା ରଖାଯାଇଥିବା ବସ୍ତ୍ରକୁ ଟେକି ଦେବାବେଳେ ଦେଖିଲେ ଯେ, ସାପଟି ଅଖା ବସ୍ତା ଭିତରେ ପଶିଯାଇଛି। ଏହାପରେ ସେ ବସ୍ତାକୁ ନିଜ ସେଫଟି ଷ୍ଟିକ ଜରିଆରେ ଚିରି ଦେଇଥିଲେ ଓ ସାପର ଲାଞ୍ଜକୁ ଧରି ଟାଣିବାପାଇଁ ଚେଷ୍ଟା କରିଥିଲେ କିନ୍ତୁ ସାପଟି ବସ୍ତା ଭିତରୁ ବାହାରୁ ନଥିଲା।

ଏହି ସମୟରେ ପରିବାର ଓ ପଡ଼ିଶା ଘରର କିଛି ମହିଳା ଆସି ସାପକୁ ମୁଣ୍ଡିଆ ମାରିଥିଲେ ଓ ଜଣେ ମହିଳା ସାପ ସମ୍ମୁଖରେ ନିଜର ଆସ୍ଥା ଦେଖାଇ କାନ୍ଦିବାକୁ ଆରମ୍ଭ କଲେ। ଶେଷରେ ସାପଟିକୁ ବହୁତ ପ୍ରଚେଷ୍ଟାର ସହିତ ଉଦ୍ଧାର କରାଗଲା ଓ ସାପ ଧରାଳି ଏକ ପ୍ଲାଷ୍ଟିକ ଡ଼ବା ଭିତରେ ସାପକୁ ରଖି ନେଇଗଲେ।

Leave a Reply

Your email address will not be published. Required fields are marked *