ଯାଜପୁର ରେ ମହିଳା ସରପଞ୍ଚକୁ ରୁମ ଭିତରକୁ ଡାକୁଛନ୍ତି ନାଳୁଆ JEE,ଏହାପରେ ସରପଞ୍ଚ ଯାହାକଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହରିପୁର ପଞ୍ଚାୟତରୁ ଏକ ଘଟଣା ଘଟି ସାମ୍ନାକୁ ଆସିଛି। ଏଠାରେ ହରିପୁର ପଞ୍ଚାୟତର ମହିଳା ସରପଞ୍ଚଙ୍କ ଯେଉଁ ଅଭିଯୋଗ ଆସିଥିଲା ତାହା ବିଷୟରେ ଜାଣିବାପରେ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କଣ କଣ ସବୁ ମହିଳା ସରପଞ୍ଚଙ୍କ ସହିତ ଘଟିଥିଲା ଆସନ୍ତୁ ଏହି ଖବର ମାଧ୍ୟମରେ ଜାଣିବା।

ଘଟଣାଟି ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପଞ୍ଚାୟତର ଅଟେ। ଏଠାରର ମହିଳା ସରପଞ୍ଚ ପଞ୍ଚାୟତ ସମ୍ମୁଖରେ ଯାଇଥିବା ରାସ୍ତାର ମରାମତି ପାଇଁ ଜେଇ ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଜେଇ ମହିଳା ସରପଞ୍ଚଙ୍କୁ ଭିଡ଼ିଓ କଲିଂ କରିବାକୁ କହିଥିଲେ। ମହିଳା ସରପଞ୍ଚ ଏଭଳି କଥା ଶୁଣି ସେ ସିଧାସଳଖ

ଜେଇଙ୍କ ପାଖକୁ ଯାଇଥିଲେ ଓ ସେଠାରେ ସେ ଯାହା ଦେଖିଲେ ସେ ନିଜେ ବିଶ୍ବାସ କରି ପାରିଲେନାହିଁ।ମହିଳା ଜଣକ ସେଠାରେ ପହଞ୍ଚି ଦେଖନ୍ତି କି, ଜେଇ ବାବୁ ଆଉ ତାଙ୍କର କିଛି ସାଙ୍ଗମାନେ ବସି ମଦ୍ୟପାନ କରୁଛନ୍ତି। ଏହାଦେଖି ମହିଳା ସରପଞ୍ଚ ସେଠାରୁ ଚାଲିଆସିବା ପାଇଁ ବାହାରିଥିଲେ

କିନ୍ତୁ ଜେଇ ତାଙ୍କୁ ଅଟକାଇଥିଲେ ଓ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ମିଡ଼ିଆ ଏହାପରେ ଜାଣିବାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସରପଞ୍ଚ ମିଡ଼ିଆକୁ କହିଥିଲେ, ଦେଖନ୍ତୁ ଆଜ୍ଞା ମୁଁ ପଞ୍ଚାୟତ କାର୍ଯ୍ୟ ପାଇଁ ଜେଇଙ୍କୁ ଯୋଗାଯୋଗ କରିଥିଲି କିନ୍ତୁ ସେ ମୋତେ ଭିଡ଼ିଓ କଲ କରିବାକୁ କହିଲେ

ଓ ମୁଁ ସିଧା ତାଙ୍କ ପାଖକୁ ଆସିଥିଲି ଓ ଏଠାରେ ସେ ନିଶାରେ ଥାଇ ମୋତେ ଖରାପ ଭାଷାରେ ଗାଳିଗୁଲଜ କଲେ।ମିଡ଼ିଆ ଏଥିରେ ଜେଇଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ବି ଉତ୍ତର ଦେଇନଥିଲେ। ଶେଷରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ନେଇ ସୁକିନ୍ଦା ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଜେଇ ବିରୁଦ୍ଧରେ ଅଭିଯୋଗ

ଜାରିକରି ଚାଲିଆସିଥିଲେ। ଜେଇ ର ଏଭଳି ବ୍ୟବହାର ପାଇଁ ସ୍ଥାନୀୟ ବାସିନ୍ଦା ଏଥିରେ କ୍ଷୁବ୍ଧ ହୋଇଥିଲେ।

Leave a Reply

Your email address will not be published. Required fields are marked *