ଏହି ୧୦ ଟି ଦେଶଗୁଡିକୁ ଦେବାକୁ ପଡେନାହିଁ ଆୟକର ଟ୍ୟାକ୍ସ, ଯେତେ ଯାହା ରୋଜଗାର କରିବେ ସବୁ ଆପଣଙ୍କର

ଦୁନିଆଁରେ ସବୁଦେଶର ସରକାର ଲୋକଙ୍କ ଉପରେ ଆୟକର ଟ୍ୟାକ୍ସ ଲାଗିଥାଏ, ଓ ଏହି ଆୟକର ରୁପରେ ଏକାଠି ହୋଇଥିବା ପଇସା ଲୋକଙ୍କ କଲ୍ୟାଣ ପାଇଁ ଆଧାରୁଭୁତ ସଂରଚନା ବିକାଶ କରିଥାଏ , କିନ୍ତୁ ଏହି ଦୁନିଆଁରେ ଏମିତି ବହୁତ ଦେଶ ଏମିତି ଅଛି ଯେଉଁଠି ଲୋକଙ୍କର ଆୟକର ଦେବାକୁ ପଡେ ନାହିଁ , ଏହି ଲେଖରେ ଏମିତି କିଛି ଦେଶଗୁଡିକ ବିଷୟରେ କହିବୁ ।

୧) ସାଉଦି ଆରବ- ଏହି ଦେଶ ଦୁନିଆଁ ସବୁଠାରୁ କଞ୍ଚା ତେଲ ନିର୍ଣ୍ଣାୟକ ଦେଶ ଅଟେ । ଏଠାରେ ଅର୍ଥବ୍ୟବସ୍ଥା ମୁଖ୍ୟ ଆଧାର ତେଲ ଓ ଗ୍ୟାସ ନିର୍ୟାତ କରିଥାଏ , ଏହି ଆରବ ଦେଶରେ ଲୋକଙ୍କୁ ଆୟକର ବା ଇନକମ୍ ଟ୍ୟାକ୍ସ ନିଆଯାଏ ନାହିଁ , ଏଠାରେ ଲୋକଙ୍କ ଠାରୁ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସ, ସୋସିଆଲ୍ ସିକ୍ୟୁରିଟି ପେମେଣ୍ଟସ୍ ନିଆଯାଏ , ଏଠାରେ ନିଜର ବିଜନେସ୍ କରିବା ବାଲା ପ୍ରବାସୀଙ୍କୁ ୨୦ ପ୍ରତିଶତ ଟ୍ୟାକ୍ସ ଲାଗିଥଏ ।

୨) କୁବୈତ- ଏହା ଏକ ମଧ୍ୟ ପୁର୍ବ ଦେଶ ଅଟେ । ଏଠାରେ ଲୋକଙ୍କୁ ଆୟକର କିମ୍ବା ଇନକମ୍ ଟ୍ୟାକ୍ସ ଦେବାକୁ ପଡେନାହିଁ , ଲୋକଙ୍କୁ ସୋସିଆଲ୍ ସିକ୍ୟୁରିଟି ପାଇଁ ଏକ ନିଶ୍ଚିତ ରାଶି ଜମା କରିବାକୁ ପଡିବ , ଏହି ଦେଶର ୮୦ ପ୍ରତିଶତ ଆୟ ତେଲ୍ ଓ ସେଥିରୁ ତିଆରି ଅନ୍ୟ ଉତ୍ପାଦ ରୁ ହୋଇଥାଏ ।

୩) ସଂଯୁକ୍ତ ଆରବ ଏମିରତ୍- ତେଲ ଭଣ୍ତାର ମାମଲାରେ ଦୁନିଆଁର ଷଷ୍ଠ ସବୁଠାରୁ ବଡ ଦେଶ ସଂଯୁକ୍ତ ଆରବ ଏମିରତ ଅଟେ ,ଏଠାରେ ଅର୍ଥବ୍ୟବସ୍ଥାରେ ତେଲ ଓ ଗ୍ୟାସ ର ନିର୍ୟାତ ସହ ପର୍ଯ୍ୟଟନ ଉପରେ ଆଧାରିତ ହୋଇଛି, ସଂଯୁକ୍ତ ଆରବ ଏମିରତ ପ୍ରତି ବ୍ୟକ୍ତି ସକଳ ଘରୋଇ ଉତ୍ପାଦ ପ୍ରାୟ ୬୮୨୪୫ ଡଲାର୍ ପ୍ରତିବର୍ଷ ଅଟେ । କିନ୍ତୁ ଏଠାରେ କାହାକୁ ଆୟକର କିମ୍ବା କ୍ୟାପିଟଲ୍ ଟ୍ୟାକ୍ସ ଲାଗେ ନାହିଁ ।

୪) ବେହେରିନ୍- ବେହେରିନ୍ ପ୍ରତି ବ୍ୟକ୍ତି ସକଳ ଘରୋଇ ଉତ୍ପାଦ ପ୍ରାୟ ୫୧,୮୪୫ ଡଲାର ପ୍ରତିବର୍ଷ ଅଟେ । କିନ୍ତୁ ଲୋକଙ୍କ ଠାରୁ ଆୟକର ନିଆଯାଏ ନାହିଁ , ନାଗରିକଙ୍କୁ ତାଙ୍କ ଆୟରୁ ୭ ପ୍ରତିଶତର ଭାଗ ସୋସିଆଲ୍ ସିକ୍ୟୁରିଟି ଦେବାକୁ ହୋଇଥାଏ , ଯେବେ କି ଅପ୍ରବାସିୟଙ୍କୁ ତାଙ୍କ ଆୟର ୧ ପ୍ରତିଶତ ଭାଗ ସୋସିଆଲ୍ ସିକ୍ୟୁରିଟି ଦେବାକୁ ପଡିଥାଏ । ଏହିଦେଶରେ ଭଡାରେ ଘର ଦେବାପାଇଁ ଷ୍ଟାମ୍ପ୍ ଡ୍ୟୁଟି, ଓ ରିୟଲ ଷ୍ଟେଟ୍ ର ଟ୍ରାନ୍ସଫର୍ ଉପରେ ଟ୍ୟାକ୍ସ ଦେବାକୁ ହୋଇଥାଏ,  ଏଠାରେ ସବୁ ନିଯୁକ୍ତା ଙ୍କୁ ନିଜ କର୍ମଚାରୀଙ୍କ ପାଇଁ ୧୨ ପ୍ରତିଶତ ସୋସିଆଲ୍ ଇନସ୍ୟୁରାନ୍ସ ଦେବାକୁ ପଡେ ।

୫) ଓମାନ୍- ଓମାନର ଅର୍ଥବ୍ୟବସ୍ଥା ଆଧାର ବି ତେଲ ଓ ଗ୍ୟାସ ନିର୍ଯ୍ୟାତ ହୋଇଥାଏ , ଏହି ଦେଶରେ ପ୍ରତି ବ୍ୟକ୍ତି ସକଳ ଘରୋଇ ଉତ୍ପାଦରୁ ପ୍ରାୟ ୪୫,୪୬୪ ଡଲାର୍ ପ୍ରତିବର୍ଷ ଅଟେ, ଓମାନରେ ନାଗରିକଙ୍କୁ କିଛି ବି ଆୟକର ଦେବାକୁ ପଡେନାହିଁ , ଏଠାରେ ନାଗରିକ ସାମାଜିକ ସୁରକ୍ଷା ସ୍କିମରେ ନିଜ ଯୋଗଦାନ ନିଶ୍ଚିତ ଦିଅନ୍ତି ।

୬) କତର୍- ଫାରସର ଖାଡି ପାଖରେ ଥିବା ଏହି ଦେଶ ନିଜ ଶାନ୍ ପାଇଁ ଓ ଭଲ ଆର୍କିଟେକ୍ଚର ପାଇଁ ପ୍ରସିଦ୍ଧି ହୋଇଛି, ଏଠାରେ ପ୍ରତିବ୍ୟକ୍ତି ସକଳ ଘରୋଇ ଉତ୍ପାଦରୁ ପ୍ରାୟ ୧,୨୪,୯୨୭ ଡଲାର୍ ପ୍ରତିବର୍ଷ ଅଟେ,  କତରରେ ସରକାରଙ୍କ ଆୟର ମୁଖ୍ୟ ସ୍ରୋତ ତେଲ ଓ ଗ୍ୟାସ ନିର୍ୟାତ ଅଟେ । ଏହି ଦେଶର ଗଣନା ଦୁନିଆଁର ସବୁଠାରୁ ଧନୀ ଦେଶ ହୋଇଥାଏ,  ଏଠାରେ ଲୋକଙ୍କୁ ଆୟକର ଦେବାକୁ ପଡେନାହିଁ ।

୭) ମୋନାକୋ- ଏହି ଦେଶ ୟୁରୋପରେ ଅଛି, ମୋନାକୋ ଦୁନିଆଁର ସବୁଠାରୁ ଛୋଟ ଦେଶ ଅଟେ । ମୋନାକୋରେ କୋଟିପତି ରହୁଥିବା ଲୋକ ଅଧିକା ଅଛନ୍ତି, କିନ୍ତୁ ତା ସତ୍ତ୍ୱେ ବି ସେଠିକାର ଲୋକଙ୍କ ଠାରୁ ଆୟକର ଆଦାୟ ହୁଏ ନାହିଁ ।

୮) କ୍ୟାମେନ୍ ଆଇସଲ୍ୟାଣ୍ତ- କ୍ୟାମେନ୍ ଦ୍ୱିପ ପଶ୍ଚିମ କାରାବିୟନ୍ ସାଗରରେ ଏକ ସ୍ୱାୟତ୍ତ ବ୍ରିଟିଶ୍ ବିଦେଶୀ କ୍ଷେତ୍ର ଅଟେ, ଏହି ଦେଶର ଅର୍ଥବ୍ୟବସ୍ଥା ଆକାର ପ୍ରାୟ ୩,୪୮ ଆରବ ଡଲାର୍ ଅଟେ , ଏଠାରେ ଲୋକଙ୍କ ଠାରୁ ଇନକମ୍ ଟ୍ୟାକ୍ସ ଓ କ୍ୟାପିଟାଲ୍ ଟ୍ୟାକ୍ସ ନିଆଯାଏ ନାହିଁ  ଏହା ଛଡା ଏଠାରେ ସୋସିଆଲ୍ ସିକ୍ୟୁରିଟି ପାଇଁ ବି କିଛି ଦେବାକୁ ପଡେନାହିଁ , ଦେବା ନଦେବା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ, ଏଠାରେ ଇମ୍ପୋର୍ଟ ଡ୍ୟୁଟି ଦେବାକୁ ପଡେ,,,, ଯାହାର ସୀମା ୨୫ ପ୍ରତିଶତ ଅଟେ । ସବୁ ନିଯୁକ୍ତ ନିଜ କର୍ମଚାରୀଙ୍କ ପାଇଁ ପେନସନ୍ ସ୍କିମ୍ ଚଲାନ୍ତି, ଏଥିରେ ପ୍ରାୟ ୯ ମାସରୁ କାମ କରୁଥିବା ବାହାର କର୍ମଚାରୀ ସାମିଲ୍ ଅଛନ୍ତି ।

୯) ବରମୁଣ୍ତା- ବରମୁଣ୍ତା ନାଁ ଶୁଣିଲେ ବରମୁଣ୍ତା ଟ୍ରାଙ୍ଗେଲ୍ ରହସ୍ୟ ଦିମାଗରେ ଆସିଯାଏ , ବରମୁଣ୍ତା ବ୍ରିଟିଶ୍ ଶାସନର ଅଧିନରେ ଅଛି, ଓ ଏହା ବ୍ରିଟେନର ଉପନିବେଶୀ କ୍ଷେତ୍ରରେ ଅଛି, ଏଠାରେ ଅଧିକାଂଶ ଲୋକ ଛୁଟି କଟାଇବାପାଇଁ ଆସିଥାନ୍ତି, ଏହି କାରଣରୁ ଦୁନିଆଁର ସବୁଠାରୁ ମହଙ୍ଗା  ଜାଗାରୁ ଗୋଟ୍ ଅଟେ । ଏଠାରେ ଲୋକଙ୍କୁ କେଉଁ ପ୍ରକାରର ଇନକମ୍ ଟ୍ୟାକ୍ସ ନିଆଯାଏ ନାହୀଁ , କିନ୍ତୁ ଏଠାରେ ଲୋକଙ୍କୁ ୨୫ ପ୍ରତିଶତ ସିମା ଶୁଳ୍କ ଓ ନିଯୁକ୍ତା କିମ୍ବା କର୍ମଚାରୀଙ୍କୁ ୧୪ ପ୍ରତିଶତ ପେ ରୋଲ୍ ଟ୍ୟାକ୍ସ ଦେବାକୁ ପଡିଥାଏ,  ଏହା ଛଡା ଲୋକଙ୍କୁ ସୋସିଆଲ୍ ସିକ୍ୟୁରିଟି ଟ୍ୟାକ୍ସ ,ପ୍ରୋପଟି ଟ୍ୟାକ୍ସ ନିଆଯାଏ ।

୧୦) ବହାମାସ୍- ଟୁରିଜିମ୍ ଦୃଷ୍ଟିରୁ ଏହା ଦୁନିଆଁର ଆକର୍ଷକ ପର୍ଯ୍ୟଟନ ସ୍ଥଳ ଅଟେ । ଏଠାରେ ପ୍ରତି ବ୍ୟକ୍ତି ସକଳ ଘରୋଇ ଉତ୍ପାଦ ୨୫୦୭୯ ଡଲାର୍ ପ୍ରତିବର୍ଷ ଅଟେ, ଏଠାରେ ଲୋକଙ୍କୁ ଆୟକର ଦେବାକୁ ପଡେନାହିଁ , ଏଠାରେ ଷ୍ଟାମ୍ପ୍ ଡ୍ୟୁଟି, ନେଶନ୍ୟାଲ୍ ଇନସୁରାନ୍ସ ଓ ପ୍ରୋପଟି ଟ୍ୟାକ୍ସ ଦେବାକୁ ପଡିଥାଏ । ଏହି ପ୍ରକାରର ଆପଣ ପଢିଲେ ଯେଉଁ ଦେଶରେ ଆୟକର ନିଆଯାଏ ନାହିଁ,  ସେଥିରୁ ଅଧିକାଂଶ ଗଲଫ୍ କ୍ଷେତ୍ରର ତେଲ ଓ ଗ୍ୟାସ୍ ଉତ୍ପାଦକ ଦେଶ ଅଟେ । ଏହି ଦେଶର ସରକାର ଭଲ କମାଇଥୁବା ତେଲ ଓ ଗ୍ୟାସ ନିର୍ୟାତ ହୋଇଥାଏ , ଏଥିପାଇଁ ଏଠାକାର ସରକାର ଲୋକଙ୍କୁ ଆୟର ଉପରେ ଆୟକର ଟ୍ୟାକ୍ସ ଦେବାକୁ ପଡେନାହିଁ ।

Leave a Reply

Your email address will not be published. Required fields are marked *