ଯେଉଁ ଅଫିସ୍ ରେ କେବେ ଲୋକଙ୍କୁ ଚାହା ପିଆଉଥିଲେ, ଆଜି ଡେଭଲପର୍ ହୋଇ ସଂମ୍ଭାଳୁଛନ୍ତି ୱେବସାଇଟ୍

ରଙ୍କରୁ ରାଜା ହେବାର ବହୁତ କାହାଣୀ ଆମେ ପଢିଛେ । କିଛି ସେମିତି କାହାଣୀ ଉତ୍ସାହୀ ଯୁବକଙ୍କୁ ଗଢୁଛି, ବିଷମତାରୁ ଭରି ପୃଷ୍ଠଭୁମିରୁ ବାହାରିକରି ସେ ନିଜ ଓ ଆସୁଥିବା ପୀଢିପାଇଁ ନୁଆ ଆୟାମ ନିର୍ଦ୍ଧାରିତ କରୁଛନ୍ତି, ଏମିତି ଏକ ପ୍ରେରଣାଦାୟକ କାହାଣୀର ନାୟକ ଅଟନ୍ତି ରାଜୁ ଯାଦବ ।୧୪ ନଭେମ୍ବର ୧୯୮୮ କୁ ଝାରଖଣ୍ତର ହଜାରୀବାଗ୍ ରେ ଜନ୍ମ ନେଇଥିବା ରାଜୁ ଯାଦବ ଷଷ୍ଠ ଶ୍ରେଣି ପରେ ପାଠପଢା ଛାଡିକରି ୧୨ ବର୍ଷର ଅବସ୍ଥାରେ ସ୍ୱପ୍ନର୍ ନଗରୀ ମୁମ୍ବାଇ ଚାଲି ଆସିଲେ ପାଠ ପଢାରେ ରୁଚି ରଖୁଥିବା ରାଜୁ ନିଜ ବାପାଙ୍କ ଅବସ୍ଥାକୁ ଦେଖି ୨୦୦୦ ରେ କିଛି ନୁଆ କମାଇଦେଉଥିବା ଚାକିରି ଖୋଜାରେ ମୁମ୍ବାଇ ଆସିବାକୁ ପଡିଲା ଯାହାଦ୍ୱାରା ସେ ନିଜ ଘରର ଆର୍ଥିକ ଅବସ୍ଥାରେ କିଛି ସାହାଯ୍ୟ କରିପାରିବେ ,ରାଜୁଙ୍କ ମାଉସା ମୁମ୍ବାଇରେ ଟ୍ୟାକ୍ସି ଡ୍ରାଇଭର୍ ଥିଲେ ଯାହାଙ୍କ ପାଖରେ ସେ ପହଞ୍ଚିଲେ, ତାଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଆର୍ଥିକ ଦୁଷ୍ଚକରୁ ମୁକୁଳିବା ଏକ ବଡ ପରିକଳ୍ପନା ଥିଲା, ଚାହାବାଲାରୁ ଆରମ୍ଭ କରି ଅଫିସ୍ ସହାୟକ ରୁପରେ କାମ କରି ରାଜୁ ଆଜି ସେହି ଅଫିସରେ ଫ୍ରଣ୍ତ ଆଣ୍ତ ଡେଭଲପର୍ ଓ ୱେବସାଇଟ୍ ପାଇଁ କୋଡିଙ୍ଗ୍ କରୁଛନ୍ତି ।

ଏହି ବୟସ ଏମିତି ନଥିଲା, ତାଙ୍କୁ କିଛି କାମ ମିଳୁ ନଥିଲା ଯାହାଦ୍ୱାରା ସେ ପାଠପଢା ପୁରା କରିପାରିବେ , ପରିସ୍ଥିତିର ବଶ ହୋଇ ଆଗାମୀ ଦିନ ରାଜୁଙ୍କୁ ଏକ ଚାହା ବାଲାର କାମ ମିଳିଲା,  ଦକ୍ଷିଣ ମୁମ୍ବାଇର ଚିରା ବଜାରରେ ଅଲଗା ଅଲଗା କାର୍ଯ୍ୟାଳୟରେ ଚାହା ପହଞ୍ଚାଇବା ଓ ଛୋଟ ମୋଟ ସବୁ କାମ କରିବା ରାଜୁଙ୍କ ଦାୟିତ୍ୱ ଥିଲା , ସେ ୨୦୦୦ ଟଙ୍କା ମାସିକ ମିଳୁଥିଲା, ଜଲଦି ହିଁ ତାକୁ Shaadi,comର ଅଫିସରେ ସହାୟକର କାମ ମିଳିଲା,  ଅଫିସ୍ ରେ ସହାୟକ ରୁପରେ ସକାଳ ଅଫିସ୍ ଖୋଲିକରି ସଫାସଫି କରିବା, ଚାହା କଫି ଓ ଅପୁର୍ତ୍ତି ନିଶ୍ଚିତ କରିବା ଓ ବ୍ୟାଙ୍କର କିଛି କାମ କରିବା ଯିବା ଆସିବା କରିବା, ତାଙ୍କ କାମ ଥିଲା , ଏଠାରେ ତାଙ୍କ ସ୍ୱପ୍ନରେ ନୁଆ ଦିଗ ମିଳିଲା ଓ ସେ ସବୁ ତିନି ମାସରେ କିଛି ପଇସା ନିଜ ଘରକୁ ପଠାଉଥିଲେ, ଓ ଆଗକୁ ପଢିବାକୁ ମନ ବଳାଇଲେ, ଏବେ ରାଜୁଙ୍କ ଭୁମିକା ସେହି ଅଫିସରେ କିଛି ଅଲଗା ଅଛି ।

ଅଫିସରେ କାମ କରୁଥିବା ଲୋକଙ୍କୁ ଦେଖିକରି ତାଙ୍କୁ ଏମିତି ଲାଗୁଥିଲା କି ଲୋକ ପାଠପଢା ଦମ୍ ରେ ଏତେ ଭଲ ଜୀବନର ହକଦାର୍ ହୋଇଛନ୍ତି, ସେ ପାଠପଢାର ମହାନତା ବୁଝିଲେ, ଓ ଆଗକୁ ପଢିବାର ସଂକଳ୍ପ କଲେ , ଆଗାମୀ ଛୁଟିରେ ଯେବେ ସେ ଘରକୁ ଫେରିଲେ ସେ ସ୍କୁଲରେ ଦାଖିଲ୍ ହେଲେ , ଏହି ସମୟ ତାଙ୍କ ପାଇଂ ବହୁତ କଠିନ ଥିଲା, ଅଧିକା ସଂନ୍ଧ୍ୟାଯାଏଁ କାମ କରିବା ଓ ସକାଳ ୯ ଟା ସମୟରେ ଡ୍ୟୁଟିକୁ ଯିବା, ଏକ ଥକା ଦେଲା ଭଳି କାମ ଥିଲା , ରାଜୁ ଓ ତିନି ଚାରିଜଣ ଲୋକ ଗୋଟେ ରୁମରେ ରହୁଥିଲେ, ଖାଲି ସମୟରେ ଯେବେ ତାଙ୍କ ସାଙ୍ଗ ଟିଭି ଦେଖୁଥିଲେ କିମ୍ବା ଛୁଟିରେ ବୁଲିଯାଉଥିଲେ ,ତେବେ ରାଜୁ ନିଜ ସମୟ ପାଠପଢାରେ କଟାଉଥିଲେ । ଦଶମ ପରୀକ୍ଷା ଦେଇକରି ଦୁରସ୍ଥ ଶିକ୍ଷା ମାଧ୍ୟମରେ ସେ +୨ ପରୀକ୍ଷା ପାସ୍ କଲେ ଆଗକୁ ପାଠପଢା ଜାରି ରଖିବାପାଈଁ ସେ ବହୁତ ଉତ୍ସାହ ଓ ଉର୍ଜା ମିଳିଲା ,  ବର୍ତ୍ତମାନ ସେ ପୁଣେ ବିଶ୍ୱବିଦ୍ୟାଳୟରେ ବିସିଏ ପାଠପଢୁଛନ୍ତି ।

ରାଜୁଙ୍କ ଉତ୍ସାହ ଓ ଲଗନ୍ ଦେଖିକରି ତାଙ୍କୁ ଅଫିସ୍ ରେ ୧୦ ଟା ରାତି ପର୍ଯ୍ୟନ୍ତ ଅଟକି ଅନଲାଇନ୍ ପାଠପଢିବାର ଅନୁମତି ମିଳିଲା,  ଅଫିସରେ ଯେବେ ଡେଭଲପର୍ ଭର୍ତ୍ତି ଆସିଲା ତେବେ ରାଜୁ ନିଜ ମନ ବଳାଇଲେ , ରାଜୁଙ୍କ୍ ଯାଞ୍ଚ ପାଇଁ ତାଙ୍କୁ ଏକ ପ୍ରୋଜେକ୍ଟ ମିଳିଲା ଯାହାକୁ ସେ ସଫଳତାପୁର୍ବକ କରିଦେଖାଇଲେ , ୧ ଅପ୍ରେଲ୍ ୨୦୧୫କୁ ସେ ପ୍ରୋନ୍ନତି ଡେଭଲପର୍ ରୁପରେ ହେଲା। ସେ ଏକ ବିଶେଷ କଥାବାର୍ତ୍ତାରେ କହିଲେ କି ଗାଁରେ ମୋର ଗରିବ ମା ବାପା ଛୁଆଙ୍କୁ ଜଲଦି କାମରେ ଲଗାଇଦିଅନ୍ତି, ଓ ଯଦି ପଇସା ଅଛି ତେବେ ଜମି ବାଡି କିଣିବାରେ ଖର୍ଚ୍ଚ କରିଦିଅନ୍ତି, ବହୁତ ଏମିତି ଯୁବକ ଅଛନ୍ତି ଯିଏକି ସରକାରୀ ଚାକିରି ପାଇଁ ଅପେକ୍ଷାରେ ଅଛନ୍ତି , ତାଙ୍କୁ ନିଜ ସମୟର ସଦୁପଯୋଗ କରି କିଛି ଆହୁରି କୌଶଳ ଶିଖିବାରେ ଲଗାଇବା ଉଚିତ୍ ।

ରାଜୁଙ୍କ ଅଭିଳାଷା ନିଜ ଗ୍ରାମୀଣ କ୍ଷେତ୍ରରେ ପ୍ରାଇଭେଟ୍ ସରକାରୀ ସଂସ୍ଥା ବନାଇବାର କରିଛନ୍ତି, ଯେଉଁଥିରେ ଶିକ୍ଷାର ମହତ୍ତ୍ୱ ପ୍ରଚାର ପ୍ରସାର କରିପାରିବେ , ସେ ଚାହଁନ୍ତି କି ଯେଉଁ କଠିନତା ସାମ୍ନା ସେ କଲେ ଆଉ କେହି ନ କରନ୍ତୁ, ଏକ ଚାହା ବାଳା ଡେଭଲପର୍ ହେବାର କାହାଣୀ ଏହା ପ୍ରମାଣିତ କରେ କି ସଚ୍ଚା ଲଗନ ଓ ସଂକଳ୍ପ ଆପଣଙ୍କ ସବୁ ବିକଳ୍ପ ଖୋଲିଦେଇଥାଏ,  ଯାହାକୁ ଆପଣ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଶିକ୍ଷା ର ମହତ୍ତ୍ୱ ବୁଝୁଥିବା ରାଜୁ ଙ୍କ କାହାଣୀ ଏକ ପ୍ରେରଣା ଦାୟକ ଅଟେ, ତାଙ୍କୁ କୋଟିଏ ସଂଘର୍ଷ କରୁଥିବା ଯୁବାଙ୍କ ପାଈଁ ଯାହା ପରିସ୍ଥିତିରେ ଏବେ ଆଗକୁ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *