ପ୍ରେମିକ Ranjan ଦେଲା ଧୋକା ଏବେ ଘର ସାମ୍ନାରେ ଧାରଣ ଦେଇ ବସିଛି ପ୍ରେମିକା,ଆଉ କହିଲେ ମୋତେ ହୋଟେଲ ନେଇକି…

ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବନ୍ଧଘଟା ଗ୍ରାମରୁ, ଏଠାରେ ଜଣେ ଯୁବକ ଏକ ଯୁବତୀକୁ ଇଂଷ୍ଟାଗ୍ରାମରେ ନିଜ ପ୍ରେମରେ ପକାଇଲା ପାଖାପାଖି ଦୀର୍ଘ ଦେଢ଼ବର୍ଷ ଧରି ସେମାନେ ପରସ୍ପରକୁ ଭଲ ପାଇଲେ ଓ ଝିଅଟି ଟୋକା ଉପରେ ଭରସା ରଖୁ ତା’ସହ ରାତି କଟାଇଲା ଓ ଝିଅଟି ଭାବିଥିଲା ଯୁବକ ତାକୁ ବିବାହ କରିବ କିନ୍ତୁ କିଛି ଅଲଗା ଘଟଣା ଘଟିଥିଲା।

ଯୁବତୀ ସହିତ ବାରମ୍ବାର ସମ୍ପର୍କ ରଖିବାପରେ ଯୁବକର ମନ ଭରି ଯାଇଥିଲା ଓ ସେ ଏହାପରେ ଯୁବତୀ ସହିତ ସବୁ ସମ୍ପର୍କ କାଟିଦେଲା। ଏଥିରେ ଯୁବତୀ ଜଣକ ଭାଙ୍ଗିଯାଇ କୌଣସି ଉପାୟ ପାଇନଥିଲେ ଓ ସେ ସିଧା ଯାଇ ଯୁବକଙ୍କ ଘର ସାମ୍ନାରେ ଧାରଣା ଦେଇ ବସିଲେ ମିଡ଼ିଆକୁ ମଧ୍ୟ ଡ଼କାଇଥିଲେ।

ଯୁବତୀ ଜଣକ ମିଡ଼ିଆକୁ କୁହନ୍ତି କି, ବିବାହର ପ୍ରତିଶ୍ରୁତି ଦେଇ ଯୁବକ ତାଙ୍କୁ ପ୍ରେମ କଲେ ଓ ସମ୍ପର୍କ ମଧ୍ୟ ରଖିଲେ କିନ୍ତୁ ମନ ଭରିଯିବାପରେ ସେ ତାଙ୍କୁ ଧୋକା ଦେଲେ ଓ ଝାଡ଼ଖଣ୍ଡ ଚାଲିଗଲେ।ଏହାସହ ଯୁବତୀ କହିଥିଲେ, ମୁଁ ଯୁବକର ମାଆଙ୍କ ସହିତ ବହୁତଥର ଭେଟିଛି ଓ ସେ ବି ମୋତେ ପ୍ରତିଶ୍ରୁତି ଦେଇ କହିଥିଲେ

ତାଙ୍କ ଘରକୁ ମୋତେ ବୋହୂ କରିନେବେ। ଏବେ ସେ ମଧ୍ୟ ମୋତେ କହୁଛନ୍ତି ଆମ ଜାତି କୁଆଡ଼େ ତାଙ୍କ ଜାତି ଠାରୁ ଅଲଗା ଆଉ ୫ ଲକ୍ଷ ଟଙ୍କା ଡିମାଣ୍ଡ ଦେଲେ ସେ ତାଙ୍କ ପୁଅକୁ ମୋ ସହ ବାହାଘର କରାଇବେ। ଏବେ ମୁଁ ଶୁଣିବାକୁ ପାଇଥିଲି କୁଆଡେ ଜଣେ ଶିକ୍ଷୟିତ୍ରୀଙ୍କ ସହ ତାଙ୍କ ବାହାଘର ଠିକ ହୋଇଛି।

ଏଥିରେ ମୁଁ ଆଉ କୌଣସି ରାସ୍ତା ନପାଇ ତାଙ୍କ ଘର ସାମ୍ନାକୁ ଚାଲିଆସିଲି। ମିଡ଼ିଆ ସମ୍ମୁଖରେ ମୁଁ ମୋ ସହ ଘଟିଥିବା ଅତ୍ୟାଚାର ବିଷୟରେ ଜଣାଇବାକୁ ବାଧ୍ୟ ହେଲି ଓ ମୋତେ ଯଥାଶୀଘ୍ର ନ୍ୟାୟ ମିଳୁ ବୋଲି ମୁଁ ଦାବି କରୁଛି

Leave a Reply

Your email address will not be published. Required fields are marked *