ଘସିଭାଡ଼ି Bhitaru ଉଦ୍ଧାର ହେଲା ହଳଦିଆ ରଙ୍ଗର ନାଗସାପ, ଲୋକମାନେ ଏହାପରେ ଯାହାକଲେ

Uncategorized

ନାଗସାପକୁ ଆମ ହିନ୍ଦୁ ଧର୍ମ ଭଗବାନ ଶିବଙ୍କ ସାପ ରୂପରେ ମାନାଯାଇଥାଏ। ଏଥିପାଇଁ ଆମେ ଏହି ନାଗସାପକୁ ଯେଉଁଠାରେ ଦେଖିଥାଉ ଏହାକୁ ପ୍ରଣାମ କରିଥାଉ ଯଦି କୌଣସି ଗାଢ଼ ହଳଦିଆ ରଙ୍ଗର ନାଗସାପ ନଜର ଆସିଯାଉଛି ତାହେଲେ ବହୁତସାରା ଲୋକେ ଏହାକୁ ମହାଦେବଙ୍କ ସାପ ବୋଲି କହି ଏହାକୁ କ୍ଷୀର ପିଇବାକୁ ଦେଇଥାନ୍ତି।

ଏହିପରି ଏକ ହଳଦିଆ ରଙ୍ଗର ନାଗସାପ ଭଦ୍ରକ ଜିଲ୍ଲା ର ଏକ ଗ୍ରାମରୁ ଉଦ୍ଧାର କରାଯାଇଛି। ସାପଟି ଗାଁ ରେ ଜଣେ ବ୍ୟକ୍ତିଙ୍କ ଘସିଭାଡ଼ି ଭିତରେ ଥିଲା,ସାପର ଭୟରେ ଘସି ଆଣିବାକୁ ସେଠାକୁ କେହି ଯାଉନଥିଲେ। ଯାହାଦ୍ୱାରା ସେମାନେ ସାପକୁ ଧରିବାପାଇଁ ଜିଲ୍ଳା ବନବିଭାଗକୁ ଖବର ଦେଇଥିଲେ ଓ ଟିମ

ତରଫରୁ ଜଣେ ଅଭିଜ୍ଞ ସାପ ଧରାଳି ଗାଁରେ ଆସି ପହଞ୍ଚିଥିଲେ ଓ ସଙ୍ଗେସଙ୍ଗେ ସେ ସାପ ଧରିବା କାମରେ ଲାଗିଗଲେ।ନିଜ ଷ୍ଟିକ ଜରିଆରେ ସେ ସାପକୁ ଧରିବାପାଇଁ ଚେଷ୍ଟା କଲେ କିନ୍ତୁ ସାପଟି ତାଙ୍କୁ ଚକମା ଦେଇ ଘସିଭାଡ଼ି ଭିତରୁ ବାହାରି ପଥର ସନ୍ଧି ଭିତରେ ପଶିଗଲା। ପଥରକୁ ହଟାଇ ପ୍ରଥମେ ସେ

ସାପର ଲାଞ୍ଜକୁ ଧରି ତାକୁ ନିଜ ଆୟତ୍ତକୁ ଆଣିଥିଲେ ଓ ଏହାପରେ ଗାଁ ମଝିକୁ ସାପକୁ ଆଣିଲେ।ଏଠାରେ ଲୋକେ ଭଗବାନ ଶିବଙ୍କ ପ୍ରତି ନିଜର ଆସ୍ଥା ଦେଖାଇ ମନ୍ଦାର ଫୁଲ, ହଳଦୀ ପାଣି ସାପ ଉପରକୁ ପକାଇଲେ ଓ ଗାଁ ର ବହୁତ ସାରା ସ୍ତ୍ରୀ ଲୋକେ ହୁଳହୁଳି ଦେଇଥିଲେ। ଗାଁ ର କିଛି ବ୍ୟକ୍ତି ନିଜର ଗାମୁଛା

ଆଣି ସାପ ପାଖରେ ପକାଇଲେ କାରଣ ସେମାନଙ୍କ ମାନିବା ଥିଲା ଯେ, ଏହା କରିବା ଦ୍ୱାରା ଘରେ ସବୁପ୍ରକାର ଶୁଭ ହୋଇଥାଏ।ସାପ ଧରାଳି ଲୋକମାନଙ୍କୁ ସେମାନଙ୍କ ଆସ୍ଥା କରିବାକୁ ଦେଇଥିଲେ ଓ ସବୁ ପ୍ରକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସାପର ନିକଟତର ହେବାକୁ ଦେଉନଥିଲେ କାରଣ

ଯଦି ଏହି କୋବ୍ରା ସ୍ନେକ କାହାକୁ କାମୁଡ଼ିଦିଏ ତାହେଲେ ବ୍ୟକ୍ତିକୁ ବହୁତ ଯନ୍ତ୍ରଣା ହେବାସହ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ଏହିସବୁକୁ ଧ୍ୟାନରେ ରଖି ସାପ ଧରାଳି ସେମାନଙ୍କ ଆସ୍ଥାକୁ ନିଭାଉଥିଲେ

Leave a Reply

Your email address will not be published. Required fields are marked *