Mahanga ରେ ଯେତେବେଳେ ଦୁଇଜଣ ଭକ୍ତଙ୍କୁ ଦର୍ଶନ ଦେଲେ ମହାଦେବଙ୍କ ଶେଷନାଗ,ଆଉ ମାତ୍ର କିଛି ସମୟ ମଧ୍ୟରେ ଚାରି ଆଡେ…

ଆମ ଧର୍ମରେ ଆମେ ଶିବଙ୍କୁ ଦେବଙ୍କ ଦେବ ମହାଦେବ ବୋଲି ମାନିଥାଉ ଓ ଶିବଙ୍କ ସହ ଜଡ଼ିତ ନାଗସାପକୁ ମଧ୍ୟ ପୂଜା କରିଥାଉ। ନାଗସାପ ତ ସାଧାରଣତଃ ସମସ୍ତେ ଦେଖିଥିବେ କିନ୍ତୁ କଣ ଆପଣ କେବେ ପଞ୍ଚଫେଣୀ ନାଗସାପ ଦେଖିଛନ୍ତି କି, ଯାହାର ଅସ୍ଥିତ୍ଵ ଏବେବି କିଛି ସ୍ଥାନରେ ରହିଛି। ଏହିଭଳି ଏକ ଘଟଣା ଆମ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ଶିବଭକ୍ତଙ୍କୁ ଶେଷନାଗ ଦର୍ଶନ ଦେଇଥିଲେ।

ଘଟଣାଟି ହେଉଛି ମହାରାଷ୍ଟ୍ରର କନ୍ଧାର ଅଞ୍ଚଳର, ଏଠାରେ ଏକ ଶିବ ମନ୍ଦିର ରହିଛି। ଏହି ଶିବ ମନ୍ଦିର ଅତ୍ୟନ୍ତ ଘନ ଜଙ୍ଗଲ ଭିତରେ ଅବସ୍ଥିତ ଥିବାରୁ ବହୁତ ସାରା ଲୋକେ ଏହା ଭିତରକୁ ପ୍ରବେଶ କରି ଦର୍ଶନ କରିବାକୁ ଭୟ କରିଥାଆନ୍ତି କାରଣ ଜଙ୍ଗଲ ବାଟଦେଇ ଯିବାସମୟରେ ବହୁତସାରା ନାଗସାପ ବୁଲନ୍ତି ଓ

ଏଥିପାଇଁ ଲୋକଙ୍କ ମନରେ ଭୟ ଊ ସେଥିପାଇଁ ସେମାନେ ଦର୍ଶନ କରିବାକୁ ଯାଇ ପାରନ୍ତିନାହିଁ।ଦିନେ ରମେଶ ଓ ଅନୁରାଗ ଦୁଇବନ୍ଧୁ ନିର୍ଣ୍ଣୟ ନେଲେ କି, ଆଜି ଯାହା ହୋଇଯାଉ ସେମାନେ ଜଙ୍ଗଲ ବାଟଦେଇ ମନ୍ଦିରକୁ ଯିବେ ଓ ଭଗବାନ ଶିବଙ୍କର ଦର୍ଶନ କରି ଆସିବେ। ଏହାପରେ ଦୁଇବନ୍ଧୁ ଜଙ୍ଗଲ ବାଟରେ

ଯିବା ଆରମ୍ଭ କଲେ। ମନ୍ଦିର ଭିତରେ ମହାଦେବ ବହୁତ ତଳେ ପାଣି ଭିତରେ ରୁହନ୍ତି।ଯେତେବେଳେ ଜଙ୍ଗଲ ବାଟଦେଇ ଦୁଇବନ୍ଧୁ ଯିବାକୁ ଆରମ୍ଭ କଲେ ସେତେବେଳେ ସେମାନଙ୍କୁ ବହୁତସାରା ନାଗ ସାପଙ୍କ ସୁସୁ ଗର୍ଜନ ଶୁଣିବାକୁ ମିଳୁଥିଲା ଓ ସେ ଏହାଶୁଣି ଭୟଭୀତ ହୋଇଗଲେ ସତ କିନ୍ତୁ କୌଣସି ସାପ

ତାଙ୍କୁ ଆଘାତ ପହଞ୍ଚାଇ ନଥିଲେ। ସେମାନଙ୍କୁ। ଲାଗିଲା ସତେ ଯେପରି ସାପମାନେ ତାଙ୍କର ସ୍ୱାଗତ ଜଣାଉଛନ୍ତି।ଶେଷରେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କଲେ ଓ ପାଣି ଭିତରେ ପଶି ମହାଦେବଙ୍କ ଲିଙ୍ଗକୁ ଦର୍ଶନ କରିବାପାଇଁ ଟର୍ଚ୍ଚ ମାରିଲେ। ଏହି ସମୟରେ ସେମାନଙ୍କୁ ଅନୁଭବ ହେଲା ଯେ, ସେମାନଙ୍କ ଗୋଡ଼

ପାଖରେ କିଛି ଏକ ବଡ଼ ଜିନିଷଟି ରହିଛି। ଅନୁରାଗ ଜାଣିଦେଲା ଯେ, ଏହା ଏକ ବିଶାଳ ସାପ ଓ ସେ ତା’ ଜୀବନରେ ଏତେ ବଡ଼ ସାପ ଦେଖିନଥିଲା।ସାପଟି ଅଚାନକ ଉଠିଗଲା ଓ ସେ ଗର୍ଜନ କରିବାକୁ ଲାଗିଲା। ରାମେଶ ଓ ଅନୁରାଗ ଅତ୍ୟନ୍ତ ଭୟଭୀତ ହୋଇଗଲେ ଓ ତାଙ୍କ ହାତରୁ ଟର୍ଚ୍ଚ ପାଣି ଭିତରକୁ ଖସିଗଲା।

ଏହାପରେ ସାପଟି ଆପେଆପେ ଶାନ୍ତ ପଡ଼ିଗଲା ଓ ତାଙ୍କୁ ଅନାଇ ରହିଲା। ଉଭୟ ବନ୍ଧୁ ବୁଝିଗଲେ ଯେ, ସାପ ତାଙ୍କର କିଛି କରିବନାହିଁ ଓ ସେମାନେ ଭଗବାନ ଶିବଙ୍କ ଲିଙ୍ଗ ଉପରେ ପାଣି ଚଢ଼ାଇ ସେଠାରୁ ଚାଲିଆସିଲେ।ସେଠାରୁ ଆସିବାପରେ ସେ ଚକିତ ଥିଲେ ଯେ, ସେ ଆଜି ଏତେ ବଡ଼ ସାପକୁ ଦେଖିଲେ ଓ

ଏହିକଥା ସମସ୍ତଙ୍କୁ କହିଥିଲେ। ନିଜ ଆଖିରେ ଭଗବାନ ଶିବଙ୍କ ଏହି ଚମତ୍କାର ଦେଖିବାପରେ ରମେଶ ଓ ଅନୁରାଗ ପ୍ରତିବର୍ଷ ଜାଗରରେ ସେହି ମନ୍ଦିରକୁ ପୂଜା କରିବାପାଇଁ ଗଲେ।

Leave a Reply

Your email address will not be published. Required fields are marked *