Thakura ଘରେ ତମ୍ପ ସାପକୁ କ୍ଷୀର ପିଆଇବାକୁ ଦେବା ପଡ଼ିଗଲା ମହଙ୍ଗା,କ୍ଷୀର ପିଇ ସାରିବା ପରେ ସାପ ଯାହା କରିଲା ଜାଣିଲେ ଆପଣ ହେଇଯିବେ ତାଯୁବ…

Uncategorized

ଓଡିଶାରେ ମୁଖ୍ୟତଃ ରୂପରେ ନାଗ ପ୍ରଜାତିର ସାପ ବହୁତ ମାତ୍ରାରେ ଦେଖିବାକୁ ମିଳିଥାଏ। ଖାଆସ କରି ଆମକୁ ଦୁଇପ୍ରକାରର ନାଗ ପ୍ରଜାତିର ସାପ ଦେଖିବାକୁ ମିଳିଥାନ୍ତି ଗୋଟିଏ ହେଲା ସାଧାରଣ ନାଗ ଯାହା ଫଣାରେ ଚଷମା ଆକୃତିର ଚିହ୍ନ ଦେଖିବାକୁ ମିଳେ ଓ ଅନ୍ୟଟି ହେଉଛି ଚନ୍ଦ୍ରନାଗ। ଯାହାର ଫଣାରେ ଗୋଲାକୃତି ଚିହ୍ନ ରହିଥାଏ

କୁହାଯାଏ ଏହି ଚନ୍ଦ୍ରନାଗ ବା ତମ୍ପ ଏହା ଅତ୍ୟନ୍ତ ରାଗି ଅଟେ ଓ ମଣିଷକୁ ଦେଖିବା ମାତ୍ରକେ ଗର୍ଜନ କରିବାସହ କାମୁଡ଼ିବାକୁ ଆଗେଇ ଆସିଥାଏ।ଏହିପରି ଏକ ତମ୍ପ ସାପ ଭଦ୍ରକ ଜିଲ୍ଳା ଏକ ଗ୍ରାମରେ ଦେଖିବାକୁ ମିଳିଛି। ସାପଟି ଗ୍ରାମରେ ଥିବା ଏକ ଠାକୁର ଘରେ ପଶି ଯାଇଥିଲା। ଲୋକେ ଏହାକୁ ବାହାର କରିବାପାଇଁ

ଚେଷ୍ଟା ନକରି ଏହାକୁ କ୍ଷୀର ପିଇବାକୁ ଦେଇଥିଲେ। କ୍ଷୀର ପିଇବାକୁ ଦେବା ସମୟରେ ସାପଟି କିଛି ବୁଝିନଥିଲା ଓ ସେ କ୍ଷୀର ଦେଉଥିବା ଲୋକକୁ ଗୋଡ଼ାଇ ଆସିଥିଲା। ଏଥିରେ ଗ୍ରାମର ଜଣେ ଲୋକ ବାଧ୍ୟ ହୋଇ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ଓ ଖବର ପାଇ ସାପ ଧରାଳି ଜଣକ ତୁରନ୍ତ ଆସି ପହଞ୍ଚିଥିଲେ

ଓ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଲେ।ପ୍ରଥମେ ସେ ସାପକୁ ନିଜ ଷ୍ଟିକ ଜରିଆରେ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ କିନ୍ତୁ ସାପଟି ବହୁତ ରାଗି ଯାଇଥିଲା ଓ ତାଙ୍କୁ ଗୋଡ଼ାଇ ଆସିଥିଲା। ଏଥିରେ ସେ ଜାଣିଗଲେ ଯେ, ସାପଟି ବହୁତ କ୍ରୋଧିତ ଅଛି ଓ ସେଥିପାଇଁ ସେ କିଛିସମୟ ତା’ ସହିତ ଖେଳିଥିଲେ ଓ ଦୀର୍ଘ

୧୦ ମିନିଟ ପରେ ସାପଟିକୁ ସେ ନିଜ କାବୁରେ ଆଣିଥିଲେ। ସାପକୁ ଧରିବାପରେ ସେ ବାହାରକୁ ଆସିଲେ ଓ ଲୋକଙ୍କୁ କହିଥିଲେ କି, ମୁଁ ଏହି ଗ୍ରାମକୁ ଆଗରୁ ସାପ ଧରିବାକୁ ଆସିଛି କି? ଏଥିରେ ଗ୍ରାମଲୋକେ ନା ଆପଣ ପ୍ରଥମଥର ପାଇଁ ଆସିଛନ୍ତି।ଏହାପରେ ସାପ ଧରାଳି ଜଣକ ପଚାରିଲେ କଣ ଏହି

ଗାଁ ର୍ବ କାହାକୁ ବିଷାକ୍ତ ତମ୍ପ ସାପ କାମୁଡ଼ିଛି? ଏଥିରେ ଗାଁ ଲୋକେ କହିଥିଲେ, ହଁ। ସାପ କାମୁଡ଼ାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ସାପ କାମୁଡ଼ିବା ପର୍ବ ତାକୁ ଝଡାଫୁଙ୍କା କରାଯାଇଥିଲା ଓ ପାଞ୍ଚଦିନ ପରେ ବ୍ୟକ୍ତିର ମୃତ୍ୟୁ ହୋଇଗଲା।ଏହାପରେ ସାପ ଧରାଳି ଜଣକ ଲୋକଙ୍କୁ ସୂଚନା ଦେଇ କହିଲେ ଯଦି

କାହାରିକୁ ସାପ କାମୁଡୁଛି ତାହେଲେ ଅନ୍ଧବିଶ୍ବାସରେ ନପଡ଼ି ହସ୍ପିଟାଲ ଯାଆନ୍ତୁ ଓ ଆପଣ ଭଲ ଚିକିତ୍ସା ଦ୍ୱାରା ବଞ୍ଚି ଯାଇପାରନ୍ତି। ଏହାକହି ସେ ସାପକୁ ଧରି ଗାଁ ରୁ ଚାଲିଗଲେ ଓ ସାପକୁ ଜଙ୍ଗଲ ଭିତରେ ଛାଡ଼ି ଦେଇଗଲେ।

Leave a Reply

Your email address will not be published. Required fields are marked *