Rasan କାର୍ଡ଼ ଥିଲେ ଏହି ଖବର ଜଲଦି ପଢ଼ନ୍ତୁ, ନଚେତ ପରେ ଆପଣ ବଡ ହଇରାଣ ହେଇଯିବେ…

ରାସନ କାର୍ଡ଼କୁ ନେଇ ଓଡ଼ିଶା ସରକାରଙ୍କ ତରଫରୁ ଏକ ବଡ଼ ସୂଚନା ଆସିଛି। ଯାହାକି ସମସ୍ତ ଓଡ଼ିଶା ବାସୀଙ୍କୁ ଜାଣିବା ନିତାନ୍ତ ରୂପରେ ଆବଶ୍ୟକ। କାରଣ ସରକାରଙ୍କ ତରଫରୁ ଆସିଥିବା ଏହି ଲାଟେଷ୍ଟ ଅପଡ଼େଟ ବିଷୟରେ ଯଦି ଆପଣ ଅବଗତ ନହୁଅନ୍ତି ତାହେଲେ ଆପଣଙ୍କୁ ବହୁତ ବଡ଼ ପରିଣାମ ଭୋଗିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ରାସନ କାର୍ଡ଼କୁ ନେଇ

ସରକାରଙ୍କ ତରଫରୁ କଣ ସୂଚନା ଆସିଛି।କରୋନାରେ ଲୋକମାନେ ନିଜର ରୋଜଗାର ହରାଇବା ପରେ ସରକାର ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବାପାଇଁ ରାସନ ବଣ୍ଟନ କଲେ ଯାହାଦ୍ୱାରା ଗରିବ ବର୍ଗର ଲୋକମାନେ ଉପକୃତ ହେଲେ ଓ ଦୁଇ ଓଳି ଦୁଇମୁଠା ଖାଦ୍ୟ ପାଇଁ ସେମାନଙ୍କୁ ସମସ୍ୟା ହେଲାନାହିଁ।

କିନ୍ତୁ ସରକାରଙ୍କ ଦ୍ଵାରା ବନାଯାଇଥିବା ଏହି ରାସନ କାର୍ଡ଼ରେ କୌଣସି ପ୍ରକାରର ସିକ୍ୟୁରିଟି ଯାଞ୍ଚ ନଥିବାରୁ ଯୋଗ୍ୟ ବିବେଚିତ ହେଉନଥିବା ବ୍ୟକ୍ତି ବିଶେଷ ମଧ୍ୟ ସରକାରଙ୍କ ଏହି ସେବାର ଫାଇଦା ଉଠାଉଛନ୍ତି।ଯେଉଁଥିରେ ସରକାର ଏହା ଉପରେ ପଦକ୍ଷେପ ନେଇ ଆସିଛନ୍ତି ଓ ଜଣାଇ ଦେଇଛନ୍ତି ଯେ

ଯେଉଁମାନେ ରାସନ ପାଇବାକୁ ଅଯୋଗ୍ୟ ସେମାନେ ଦୟାକରି ରାସନ କାର୍ଡ଼କୁ ଫେରସ୍ତ କରନ୍ତୁ ନଚେତ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ଏହି ଉପଦେଶରେ ଯେଉଁ ମାନଙ୍କ ପାଖରେ ଗାଁରେ ଚାରିଚାକିଆ ଯାନ ଅଛି, ଯାହାର ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ରହିଛି

ସେହିପରି ବ୍ୟକ୍ତି ମାନଙ୍କୁ ନିଜ ନିକଟସ୍ଥ ଡ଼ିଏସ ଅଫିସ କିମ୍ୱା ତହସିଲ ଅଫିସରେ ରାସନ କାର୍ଡ଼ ଫେରସ୍ତ କରିବାକୁ ହେବ।

Leave a Reply

Your email address will not be published. Required fields are marked *