କିଙ୍ଗ କୋବ୍ରାକୁ ଉଦ୍ଧାର କରିବା ସମୟରେ ଧରାପଡ଼ିଲା ବନସୁନ୍ଦରୀ ସାପ,Kingkobra କଲା ଏଭଳି କାଣ୍ଡ ଯେ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ବନସୁନ୍ଦରୀ ସାପ ବହୁତ ବିରଳ ଅଟେ ଓ ଏହା ଦକ୍ଷିଣ ଏସିଆର ଦେଶ ଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ଦକ୍ଷିଣ ଏସିଆ ଦେଶ ମୁଖ୍ୟତଃ ଭାରତ, ଇଣ୍ଡୋନେସିଆ, ମିଆଁମାର ଭଳି ଦେଶରେ ଏହା ଦେଖିବାକୁ ମିଳିଥାଏ। ବନସୁନ୍ଦରୀ ସାପ ଯାହାକୁ ଇଂରାଜୀରେ Trinket snake ବୋଲି କୁହାଯାଏ। ଏହିସାପ ଦେଖିବାକୁ ବହୁତ ସୁନ୍ଦର ଅଟେ ଓ ଏହାର

ଆକ୍ରମଣ କରିବାର ଶୈଳୀ ମଧ୍ୟ ବହୁତ ଖାଆସ ହୋଇଥାଏ। ଏହିପରି ଏକ ସାପ ଭଦ୍ରକ ଜିଲ୍ଲାର ଏକ ଗ୍ରାମାଞ୍ଚଳରୁ ଦେଖିବାକୁ ମିଳିଛି।ଏହି ଗ୍ରାମରେ ଜଣେ ସାପ ଧରାଳି କିଙ୍ଗ କୋବ୍ରା ସାପକୁ ଉଦ୍ଧାର କରିବା ନିମନ୍ତେ ଯାଇଥିଲେ ଓ ସେ ନିଜର ଅଭିଜ୍ଞତା ଓ କୁଶଳତା ଆପଣାଇ ବିଶାଳ କିଙ୍ଗ କୋବ୍ରା ସାପକୁ

ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ସତ କିନ୍ତୁ ଏହାପରେ ଗାଁ ର ଜଣେ ଲୋକ ତାଙ୍କୁ ଡ଼ାକିଥିଲେ ଓ କହିଥିଲେ ଏକ ବିଚିତ୍ର ସାପ ଦେଖିବାକୁ ମିଳିଛି ଓ ସେ ଜାଳ ଭିତରେ ଲୁଚିଥିବାର ଦେଖିବାକୁ ମିଳିଛି।ଏହାଶୁଣି ସାପ ଧରାଳି କିଙ୍ଗ କୋବ୍ରା ସାପକୁ ନିଜ ମୁଣି ଭିତରେ ରଖିଦେଇ ଅନ୍ୟ ସାପଟିକୁ ଉଦ୍ଧାର

କରିବାପାଇଁ ଚାଲିଗଲେ। ଏଠାରେ ସେ ପହଞ୍ଚି ଲୋକଙ୍କୁ ସାପ ଲୁଚିଥିବା ସ୍ଥାନ ବିଷୟରେ ପଚାରିଲେ ଓ ଲୋକେ ତାଙ୍କୁ ଜାଗା ଦେଖାଇଦେଲେ। ସେ ଏହାପରେ ସାପକୁ ଖୋଜିଲେ ଓ ତାଙ୍କ ହାତରେ ଏକ ଚମତ୍କାରୀ ସାପ ଲାଗିଲା ଯିଏକି ତାଙ୍କୁ ଆକ୍ରମଣ କରିବାକୁ ପଛାଉନଥିଲା।ସେ ବହୁତ ଚେଷ୍ଟା କରି ସାପକୁ ଧରିଲେ

ଓ ସ୍ଥାନୀୟ ଲୋକଙ୍କୁ କହିଲେ ଏହା ଏକ ବନସୁନ୍ଦରୀ ସାପ, ଏହାର କୌଣସି ବିଷ ନଥାଏ ଓ ଏହି ସାପ ଆକ୍ରମଣ ପାଇଁ ଏମିତି ରୂପ ନେଇଥାଏ ଯାହାକି ଆପଣଙ୍କୁ ଭୟଭୀତ କରିଦେବ। ବନସୁନ୍ଦରୀ ସାପଟି ମଧ୍ୟ ତାଙ୍କୁ ଛିଡ଼ା ହୋଇ ନିଜ ଢ଼ଙ୍ଗରେ ଆକ୍ରମଣ କରିଥିଲା। ଏହାପରେ ସେ ସାପକୁ ଉଦ୍ଧାର କରି ନିଜ ସହ ନେଇଗଲେ।

Leave a Reply

Your email address will not be published. Required fields are marked *