ଯାଜପୁର Mangalpur ରେ ବୋହୂକୁ ଲଗାତାର ୧୫ ଦିନ ଧରି ଖରାପ କାମ କଲା ଶଶୁର,ଏହାପରେ ବୋହୂ ଯାହା କରିଲା…

ଆମ ସମାଜରେ ଝିଅଟି ବାହାହୋଇ ପରଘରକୁ ଚାଲିଗଲେ ସେଠାରେ ସେ ବାପା ଓ ମାଆ ରୂପରେ ଶାଶୁ ଏବଂ ଶଶୁର ଙ୍କୁ ପାଇଥାଏ। ନିଜ ମନରେ ଅସୁମାରୀ ଭାବନା ନେଇ ସେ ନିଜର ନୂଆ ସଂସାର ଗଢ଼ିବା ପାଇଁ ଏଠାକୁ ଆସିଥାଏ ଓ ସମସ୍ତଙ୍କ ମନନେଇ ଚାଳିଥାଏ କିନ୍ତୁ କଣହେବ ଯେତେବେଳେ ବାପା ସମାନ ଶଶୁର ନିଜ ଝିଅ ଭଳି ବୋହୂ ଉପରେ ଖରାପ ନଜର ପକାଇବ?

ଏହିଭଳି ପବିତ୍ର ସମ୍ପର୍କକୁ ଦାଗ ଲଗାଇ ଦେବାଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରୁ, ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା।ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚାଉଳିଆଗଞ୍ଜ ଗ୍ରାମରୁ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଗାଁ କୁ ଜଣେ ନବବିବାହିତା ବୋହୂ ଏଇ ଏକମାସ ହେବ ବିବାହ କରି ଆସିଛି।

ମନରେ ସେ ବହୁତ ଆଶା ନେଇ ଆସିଥିଲା ଯେ, କେମିତି ସେ ନିଜ ନୂଆ ସଂସାର ଗଢ଼ିବ କିନ୍ତୁ ବିବାହର କିଛିଦିନ ପରେ ଯୁବତୀଙ୍କୁ ତାଙ୍କ ସ୍ବାମୀ ଛାଡ଼ିଦେଇ ଚାଲିଗଲେ ଓ ସେ ନିଜ ଘରକୁ ଆସିଲେନାହିଁ। ଯୁବତୀ ଜାଣିବାକୁ ପାଇଲେ ତାଙ୍କ ସ୍ବାମୀଙ୍କ ଆଗରୁ ଏକ ପ୍ରେମିକା ଥିଲା ଓ ସେ ତାଙ୍କ ସହ ରହୁଛନ୍ତି।

ସ୍ୱାମୀ ଘରକୁ ନଆସିବାରୁ ଯୁବତୀ ଏକା ନିଜ ଶଶୁର ଘରେ ରହୁଥିଲେ। ଏହାର ସୁଯୋଗ ନେଇ ବୁଢ଼ା ଶଶୁର ସିଏ ଶଶୁର ନୁହେଁ ତ ଅସୁର ଥିଲା। ଶଶୁର ନିଜ ବୋହୂକୁ ଖରାପ ନଜରରେ ଦେଖିବା ଆରମ୍ଭ କଲା ଏବଂ ବୁଢ଼ା ସବୁବେଳେ ଯୁବତୀଙ୍କୁ ଧମକ ଦେଉଥିଲା। ଘରେ ନିଜ ବୋହୂକୁ ଏକଲା ପାଇ ସେ

ଶେଷରେ ଛୁରୀ ଓ ପନିକି ଦେଖାଇ ନିଜ ବୋହୂ ସହ କରିବାକୁ ଲାଗିଲା। ଯେତେବେଳେ ବୋହୂ ତାଙ୍କୁ ପ୍ରତିରୋଧ କରୁଥିଲା ସେତେବେଳେ ସେ ଛୁରୀ ଦେଖାଇ ମାରିଦେବାର ଧମକ ଦେଉଥିଲା।ଦୀର୍ଘ ୧୫ ଦିନଧରି ନିଜ ବୋହୂକୁ ରାକ୍ଷସ ଶଶୁର କରିବାପରେ ଏଥିରେ ଆଉ ସହ୍ୟ କରିନପାରି ଝିଅଟି ନିଜ ଭଉଣୀକୁ

ଫୋନ କରି ଜଣାଇଥିଲେ ଓ ସବୁ ସତକଥା କହିବାପରେ ଝିଅର ଘରଲୋକ ସେଠାକୁ ଆସି ତାଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଗଲେ। ଏହାପରେ ମିଡ଼ିଆ ଘଟଣା ବିଷୟରେ ଜାଣିବାପରେ ମହିଳାଙ୍କ ପାଖକୁ ଯାଇଥିଲେ, ମିଡ଼ିଆକୁ ନିଜ ସହିତ ଘଟିଥିବା ସମସ୍ତ କଥାର ବିବରଣୀ ଦେବାପରେ ଯୁବତୀ ଜଣକ ନ୍ୟାୟ ପାଇଁ ଗୁହାରି କରିଥିଲେ।

ଯୁବତୀ ଜଣକ ନିଜ ପରିବାର ସହିତ ପୋଲିସ ଷ୍ଟେସନ ଯାଇ ନିଜ ଶଶୁର ଓ ସ୍ୱାମୀ ବିରୁଦ୍ଧରେ ଏଫଆଇଆର କରିଥିଲେ। ଏହା ଜାଣିବାପରେ ଶଶୁର ଓ ସ୍ୱାମୀ, ଯୁବତୀଙ୍କୁ ଧମକ ଦେଇ କହୁଛନ୍ତି କି ଅଭିଯୋଗ ଫେରାଇ ଆଣେ ନଚେତ ଆମେ ତୋ ସମ୍ପୂର୍ଣ୍ଣ ପରିବାରକୁ ମାରିଦେବୁ। ଏବେ ଦେଖିବାକୁ ବାକି ରହିଲା ପୋଲିସ ଏହି ମାମଲାରେ ଆରୋପୀକୁ କୋର୍ଟ ଚାଲାଣ କରୁଛି କି ନାହିଁ।

Leave a Reply

Your email address will not be published. Required fields are marked *