ପ୍ରେମ ଏକ ପବିତ୍ର ସମ୍ପର୍କ, ପ୍ରେମ କରି ଯାହାକୁ ନିଜର ପ୍ରେମ ମିଳୁଛି ଓ ସେ ନିଜ ପ୍ରେମ ସହିତ ବାହାହୋଇ ଜୀବନ କାଟୁଛି ତାହାଠାରୁ ଭାଗ୍ୟବାନ ପୁରୁଷ ଆଉ କେହି ନଥାଏ। କିନ୍ତୁ ପ୍ରେମ ପାଇଲାପରେ ଜଣେ ଯଦି ଆଉକାହା ସହିତ ସମ୍ପର୍କ ସ୍ଥାପନା କରୁଛି ତାହେଲେ ଏହି ଘଟଣା ଠାରୁ ଲଜ୍ୟାଜନକ ଆଉ କିଛି ହେବନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ରୁ ଯେଉଁଠାରେ ଉଭୟ ପ୍ରେମିକ ଓ ପ୍ରେମିକା ଭଲ ପାଇଥିଲେ ଓ ବିବାହ ମଧ୍ୟ କରିଥିଲେ କିନ୍ତୁ ଏହାପରେ ଯାହା ହୋଇଥିଲା ଆପଣ ବିଶ୍ବାସ କରି ପାରିବେନାହିଁ।
ନୟାଗଡ଼ ଜିଲ୍ଲାରୁ ଘଟଣାଟି ସାମ୍ନାକୁ ଆସିଛି ଯେଉଁଠାରେ ଉଭୟ ପ୍ରେମିକ ଓ ପ୍ରେମିକା ବିବାହ ବନ୍ଧନରେ ବାନ୍ଧି ହେବାପରେ ନିଜ ଶୁଖଶାନ୍ତିର ଭବିଷ୍ୟତ ଗଢ଼ିବା ପାଇଁ ଭୁବନେଶ୍ବର ଆସିଲେ ଓ ସେଠାରେ ଘରଭଡା ନେଇ ରହିଥିଲେ। ଉଭୟ କପଲଙ୍କର ଏକ କୁନି ପୁଅ ମଧ୍ୟ ରହିଛି।ସେମାନଙ୍କ ବୈବାହିକ ଜୀବନ କିଛିଦିନ ବହୁତ ଭଲ ଭାବରେ ଚାଲିଥିଲା
ଓ କପଲଙ୍କ ଘର ପାଖରେ କିଛି ଯୁବକ ମଧ୍ୟ ଭଡ଼ାଘର ନେଇ ରହୁଥିଲେ। ଏହି ସ୍ଥିତିରେ ମହିଳାଙ୍କର ଭେଟ ଜଣେ ଯୁବକ ସହିତ ହୋଇଥିଲା ଓ ଚିହ୍ନା ପରିଚୟ ହେବାପରେ ଯୁବକ ଜଣକ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲା।ସମୟ ବିତିଚାଲିଲା ଏହାପରେ ଯୁବକ ଜଣକ ମହିଳା ଜଣଙ୍କୁ ଭାଉଜ ବୋଲି ଡାକୁଥିଲା
ଓ ସେ ନିଜର ନମ୍ବର ଭାଉଜଙ୍କୁ ଦେଇଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ଉଭୟଙ୍କ ଲଭ ଷ୍ଟୋରୀ। ମହିଳା ଜଣକ ଯାହାକୁ ଭଲ ପାଇଥିଲେ ତାଙ୍କୁ ବାହାହେଲେ ସତ କିନ୍ତୁ ବାହାଘର ପରେ ଆଉଜଣେ ପର ପୁରୁଷର ଭଲ ପାଇବା ତାଙ୍କୁ ମୋହିତ କରିଥିଲା ଓ ନିଜ ସ୍ୱାମୀର ଭଲ ପାଇବା ତାକୁ ଦେଖାଗଲା ନାହିଁ।
ଏପରିକି ନିଜ ଛୁଆ କଥା ମଧ୍ୟ ସେ ଟିକେ ଭାବିନଥିଲା।ରାତିରେ ନିଜ ସ୍ୱାମୀ ଶୋଇବାପରେ ତାଙ୍କର ଅନଲାଇନ ଚାଟିଂ ଆରମ୍ଭ ହୋଇଯାଉଥିଲା ଓ ସେମାନେ ରାତିରେ ମୋବାଇଲ ଫୋନ ଜରିଆରେ ରୋମାନ୍ସ କରିବା ଆରମ୍ଭ କରିଦେଲେ। ଏମିତି କିଛିଦିନ ଚାଲିଲା ଓ ମହିଳା ଜଣକ ଭାବିଲା ଏମିତି ଆଉ କେତେଦିନ
ଚୋରା ଲୁଚା ପ୍ରେମ ଚାଲିବ। ଶେଷରେ ମହିଳା ଜଣକ ନିଜ ସ୍ୱାମୀ ଓ ପିଲାଛୁଆ ଛାଡ଼ି ସେହି ଯୁବକ ସହିତ ଫେରାର ହୋଇଥିଲେ।ସ୍ୱାମୀ ଏହାଜାଣି ବହୁତ ମନକଷ୍ଟ କରିଥିଲେ ଓ ଯାହାକୁ ସେ ଭଲ ପାଇଥିଲେ ସେ ତାଙ୍କ ସହ ଏମିତି କରିବ ବୋଲି ତାଙ୍କୁ ବିଶ୍ବାସ ହେଉନଥିଲା। ଶେଷରେ ବାଧ୍ୟହୋଇ ସେ ପୋଲିସରେ
ଅଭିଯୋଗ କଲେ ଓ ନିଜ ଲଭ ମ୍ୟାରେଜ ବିଷୟରେ ପୋଲିସକୁ ସବୁ ଡ଼ିଟେଲସ ଦେଇଥିଲେ।ବ୍ୟକ୍ତି ଜଣକ କୁହନ୍ତି କି, ଯୁବକ ଜଣକ ପଟିଆ ଅଞ୍ଚଳର ଓ ସେ ଆମ ଭଡ଼ାଘର ପାଖରେ ଭଡ଼ା ନେଇ ରହୁଥିଲା ଓ ପ୍ରେମ ଜାଲରେ ତାଙ୍କ ସ୍ତ୍ରୀ କୁ ଫସାଇ ଫେରାର କରି ନେଇଯାଇଥିଲା। ପୋଲିସ ବର୍ତ୍ତମାନ ଏଫଆଇଆର
ରୁଜୁ କରି ତନାଘନା ଆରମ୍ଭ କରିଦେଇଛି।ଡ଼ିଜିଟାଲ ଯୁଗରେ ଲୋକେ ନିଜର ଚିନ୍ତା ଶକ୍ତି ହରାଇ ବସିଲେଣି ଓ ଆଜିର କିଛି ଅମାନସିକ ପୁରୁଷ ଓ ମହିଳା ନିଜ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଛାଡ଼ି ଏମିତି କାମ କରୁଛନ୍ତି। ଏସବୁ କାମ କରି ସେମାନେ ଯେଉଁ ପାପ କରୁଛନ୍ତି କଣ ସତରେ ଏହା ସମାଜ ଦୃଷ୍ଟିରୁ ଗ୍ରହଣୀୟ?
ନିଜ ପିଲାଛୁଆ କଥା ଭୁଲିଯାଇ ଓ ସାଧାରଣ ଜ୍ଞାନ ଓ ଜଣକର ଭଲ ପାଇବାକୁ ଏଡାଇ ତାଙ୍କୁ ଧୋଖା ଦେବା ଏସବୁ ମାନବିକତାରେ ଗଣା ଯିବନାହିଁ।ସେଥିପାଇଁ ଆମ ହିନ୍ଦୁ ଶିକ୍ଷା ଓ ସଂସ୍କାରକୁ ଆଖି ଆଗରେ ରଖି ଯାହା ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ଯାହା ସହିତ ଆପଣଙ୍କ ପବିତ୍ର ମନ ଥରେ ମିଶିଛି ତା’ ସହିତ ସାରାଜୀବନ ରୁହନ୍ତୁ।