ରାଇଙ୍କର ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତମାମ ଭିଡିଓ ଭାଇରାଲ ହେବାରେ ଲାଗିଛି,ଏବେ ୧୯ ତାରିଖ ରେ ଜଉ ଭିଡିଓ ଭାଇରାଲ ହେଇଛି ଏଇ ହଉଚି ସେହି ହୋଟେଲ,ରସୁଲଗଡ଼ ସ୍ଥିତ ଏହି ହୋଟେଲ,ଯେଉଁ ହୋଟେଲକୁ ସେ ଶେଷଥର ପାଇଁ ୧୯ ତାରିଖରେ ଦିନ ୨ଟା ସମୟରେ ଆସିଥିଲେ ଏବଂ ୧୯ ତାରିଖ ଆସି ସେ ଏଇଠୁ ଖାଇବା ଅର୍ଡର କରିଥିଲେ।
ରାଇମୋହନ ପରିଡ଼ାଙ୍କ ପ୍ରତି ଜଉ ଭଲ ପାଇବା ଥିଲା ଲୋକଙ୍କର ସେ ଭଲ ପାଇବା ଆପଣ ତାଙ୍କ ମୃତ୍ୟୁ ପରେ ଘର ଠାରୁ କ୍ୟାପିଟାଲ ହସ୍ପିଟାଲ ଯାଏ ଲାଗିଥିବା ଗହଳି ରୁ ଜାଣିପାରୁଥିବେ।ସେ ହୋଟେଲ ରେ ୧୯ ତାରିଖ ଦିନ ୨ ଜଣ ଯୁବତୀ ମଧ୍ୟ ଥିଲେ ଆଉ ସେମାନେ ସେଦିନ ରାଇଙ୍କ ସହ ସେଲଫି ମଧ୍ୟ ନେଇଥିଲେ।
ରାଇମୋହନ ପ୍ରଥମେ ହୋଟେଲକୁ ଆସି ପଚାରିଥିଲେ ଖାଇବା କଣ କଣ ଅଛି ଆଉ ପରେ ଖାଇବା ଅର୍ଡର ଦେଇଥିଲେ।ହୋଟେଲ ମାଲିକ କଳନ୍ଦୀ କହୁଛନ୍ତି,ରାଇ ସାର୍ ୪ ଦିନ ,୫ ଦିନ ଥରେ ଥରେ ଆସନ୍ତି ଆଉ ଖାଇବା ନିଅନ୍ତି,ତାଙ୍କୁ ଆମ ହୋଟେଲର ଖାଇବା ଭଲ ଲାଗେ,ଆଉ ସେ କୁହନ୍ତି କି ଆଳୁ କମ ପକେଇବୁ
ଅଧିକ ଟିକେ ପନିର ପକେଇବୁ,ଆଉ ସାର ଭେଜ ଖାଇବାକୁ ଅଧିକ ପସନ୍ଦ କରନ୍ତି।ସେ ମତେ କୁହନ୍ତି ତୁ ଭଲ ସ୍ପେଶାଲ୍ ବନାଉଛୁ ଆହୁରି ଭଲ ବନା ଲୋକ ଅଧିକ ପସନ୍ଦ କରିବେ,ରାଇମୋହନ ୧୯ ତାରିଖ ରେ ଶେଷ ଅର୍ଡର ଦେଇଥିଲେ ଆଉ ୨୩ ରେ ତାଙ୍କ ଡ୍ରାଇଭର ଫୋନ୍ କରିଥିଲେ ଅର୍ଡର ଦେଇଥିଲେ।
ଆଉ ସେ ୬ ଟି ବଟର ନାନ ଆଉ ମିକ୍ସ ନେଇଥିଲେ ଆଉ।ରାଇମୋହନ ୧୯ ରେ ଆସି ହୋଟେଲ ମାଲିକ କୁ କହିଥିଲେ କାଳନ୍ଦୀ ଭଲ ଅଛୁ? ଆଉ। ମୁଁ କହିଥିଲେ ସାର୍ ହିଁ ବୋଲି,ଆଉ ସେ ସେଦିନ ସ୍ପେସଲ ମିକ୍ସ ଆଉ ନାନ୍ ନେଇକି ଗଲେ,ସାର୍ ସବୁବେଳେ ଆସନ୍ତି ପ୍ରାଇ ଏହି ହୋଟେଲକୁ।ଆଉ ମୋର ସବୁଠୁ ଦୁଃଖ ଏୟା ରହିଲା
କି ସାର୍ ମୋର ବିରୀୟାନି ଟେଷ୍ଟ କରିଥାନ୍ତେ କିନ୍ତୁ କରିପାରିଲେ ନାହିଁ।ତେବେ ରାଇମୋହନଙ୍କୁ ତ ପ୍ରାୟ ଆପଣ ଜାଣିଥିବେ।ସେ ଜଣେ ଜବରଦସ୍ତ ଅଭିନେତା ଥିଲେ।ସେ ଓଡ଼ିଆ ଫିଲ୍ମ ଛଡା ଯାତ୍ରା ଜଗତରେ ବି ବେସ ଲୋକପ୍ରିୟ ଅଟନ୍ତି।ସେ ଅନେକ ଫିଲ୍ମସ କରିଛନ୍ତି।ସେ ଫିଲ୍ମସରେ ସୁନ୍ଦର ଅଭିନୟ କରିଥାନ୍ତି।