ଅଦ୍ଭୁତ ଘର – ଯାହାର ଅଗଣା ରାଜସ୍ଥାନରେ ଓ ଘର ହରିଆଣାରେ – ମାତ୍ର ୧୦ ପାଦ ଚାଲିଲେ ହିଁ ମୋବାଇଲ୍ ରେ ରୋମିଙ୍ଗ୍ ଲାଗିଥାଏ

ରାଜସ୍ଥାନ ଓ ହରିଆଣା ସୀମାରେ ଏମିତି ଏକ ଘର ଅଛି ଯାହାର ସ୍ଥାନ ଦୁହେଁ ରାଜ୍ୟର ସୀମାରେ ବଣ୍ଟା ହୋଇଛି, ଅଗଣା ଅଛି ରାଜସ୍ଥାନରେ ଓ ଘରର ୮ ଟି ରୁମ୍ ହରିୟାଣାରେ , ଘରର ଗୋଟେ କବାଟ ହରିଆଣାରେ ଖୋଲିଥାଏ, ଓ ଦ୍ୱିତୀୟ ରାଜସ୍ଥାନରେ ଖୋଲିଥାଏ,  ପାଣିପାଇଁ ନଳ ରାଜସ୍ଥାନର ସୀମାରେ ଲାଗିଛି, ସେଠାରୁ ପାଣି ଆସେ , କିନ୍ତୁ ରାଜସ୍ଥାନରୁ ଆସୁଥିବା ପାଣି ଭରୁଥାଏ ହରିଆଣାରେ ରଖିଥିବା ଟାଙ୍କିରେ , ଏହି ଘର ହରିଆଣାର ରେବାଡି ଜିଲ୍ଲାର ଧାରୁହେଡା ଏକ ଗାଁରେ ଅଛି, ରାଜସ୍ଥାନର ଭିବାଡି ସୀମାରେ ହୋଇଛି, ଏହି ଘର ନୁହେଁ ବରଂ ଘରବାଲାଙ୍କ ବିଷୟରେ କିଛି ଅଲଗା ଖବର ଅଛି । ଏଠାରେ ଦାଦା ପୁତୁତା ଦୁହେଁ ନଗର ପରିଷଦ ଅଛନ୍ତି, ସେ ଅଲଗା ଅଲଗା ରାଜ୍ୟରୁ ନଗର ପାରିଷଦ ଅଛନ୍ତି

ଦାଦା କୃଷ୍ଣ ଦାୟମା ହରିୟାଣାର ଧାରୁହେଡା ନଗର ପାଳିକା ଓ ପୁତୁରା ହବା ସିଂ ରାଜସ୍ଥାନର ଭିବାଡିର ପାରିଷଦ ଅଛନ୍ତି, କୃଷ୍ଣ ଦାୟମା ୨୦୦୮ ଓ ୨୦୧୪ ରେ ଯେବେ କି ହବା ସିଂ ୨୦୦୯ ଓ ୨୦୧୪ ରେ ଲଗାତାର ଦୁଇଥର ନିର୍ବାଚନ ଜିତିକରି ନିଜ କ୍ଷେତ୍ରରୁ ପାରିଷଦ ହୋଇଥିଲେ । ଏହି ଘରରେ ହରିୟାଣା ଓ ରାଜସ୍ଥାନ ଦୁହେଁ ରାଜ୍ୟର ମତଦାତା ଅଛନ୍ତି, କୃଷ୍ଣ ଦାୟମା ଙ୍କ ମୁତାବିକ ଗୋଟେ ଦଶକ ପୁର୍ବରୁ ତାଙ୍କ ନାଁ ରାଜସ୍ଥାନର ଭୋଟିଙ୍ଗ୍ ଲିଷ୍ଟରେ ଥିଲା,  ୨୦୦୮ ରେ ସେ ସେଠାରୁ ନାଁ ହଟାଇକରି ହରିୟାଣାରେ ଯୋଡିଦେଲେ, ହବା ସିଂ, ତାଙ୍କ ସ୍ତ୍ରୀ, ମା ବାପା, ଜେଜେମା ଭୋଟ୍ ରାଜସ୍ଥାନରେ ଅଛି, ଏହି ପରିବାର ପ୍ରାୟ ୫୦ ବର୍ଷରୁ ଅଛି, କିନ୍ତୁ ପ୍ଲଟ୍ ୧୯୯୬ ରେ କିଣିଥିଲେ, ୫ ହଜାର ବର୍ଗମିଟର ଏହି ପ୍ଲାଟ୍ ପ୍ରାୟ ଏକ ହଜାର ବର୍ଗମିଟର ଭାଗ ହରିୟାଣାରେ ଅଛି ।

ଘରେ ବିଜୁଳି କନେକ୍ସନ୍ ବି ଦୁହେଁ ରାଜ୍ୟରୁ ଆସେ , ଘରେ ରାଜସ୍ଥାନର ବିଜୁଳି ଅଛି, ଓ ଦୋକାନକୁ ଯାଇଥିବା କନେକ୍ସନ୍ ହରିୟାଣାର, ମୋବାଇଲ୍ ନେଟୱର୍କ ଘର ଲୋକଙ୍କୁ ବହୁତ ହଇରାଣ କରେ,  କୃଷ୍ଣଙ୍କ କହିବା କଥାକି ଘର ଭିତରେ ୧୦ ପାଦ ଚାଲିଗଲେ ଘରେ ରୋମିଙ୍ଗ୍ ଲାଗିଯାଏ, ଦିନରେ କେବେ ମେସେଜ୍ ଆସିଥାଏ କି ଆପଣଙ୍କୁ ରାଜସ୍ଥାନର ନେଟୱର୍କକୁ ସ୍ୱାଗତ ତ କେବେ ହରିୟାଣାର ନେଟୱର୍କରେ ସେହି ମେସେଜ୍ ଆସିଯାଏ , ଘରର ରୋଷେଇ ହରିୟାଣାର ସୀମାରେ ଅଛି, କିନ୍ତୁ ଚୁଲ୍ଲୀର ଅଗଣା ସେଠି ଅଛି ଯେଉଁଠି ରାଜସ୍ଥାନର ସୀମା ଲାଗିକରି ଯାଏ

Leave a Reply

Your email address will not be published. Required fields are marked *