Balianta ରେ ଶାଶୁ ଶଶୁର ଆଗରେ ବୋହୂ କରି ବସିଲା ଏମିତି କାଣ୍ଡ,ବାରଣ କରିବାରୁ କହିଲା ଏମିତି କଥା ଯେ ଆପଣ କାନରେ ହାତ ଦେଇଦେବେ…

ଘଟଣାଟି ବାଲିଅନ୍ତା ଅଞ୍ଚଳରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ବୋହୂ ବିରୁଦ୍ଧରେ ଅଭିଯୋଗ ଆଣି ସାମ୍ନାକୁ ଆସିଛନ୍ତି। ଘଟଣାଟି କଣ ଓ କାହିଁକି ବୃଦ୍ଧ ଶାଶୁ ଓ ଶଶୁର ନିଜ ବୋହୂ ଉପରେ ଅଭିଯୋଗ ଆଣିଲେ, ତାହାର ସମ୍ପୂର୍ଣ୍ଣ ବିବରଣୀ ଆଜି ଆମେ ଏହି ଆର୍ଟିକଲ ମାଧ୍ୟମରେ ଆଲୋଚନା କରିବାକୁ ଯାଉଛେ।

ଘଟଣାଟି ଏହାକି ଯେ, ବାଲିଅନ୍ତାରେ ଏକ ପରିବାରରେ ଶାଶୁ ଶଶୁର ଓ ତାଙ୍କର ବୋହୂ ରୁହନ୍ତି। ଘରେ ପୁଅ ବିଦେଶରେ ରହି କାମ କରନ୍ତି ଓ ସ୍ତ୍ରୀ କୁ ଏଠାରେ ସେ ନିଜ ବାପା ଓ ମାଆଙ୍କ ପାଖରେ ଛାଡ଼ିଦେଇ ଯାଇଛନ୍ତି। କିନ୍ତୁ ତାଙ୍କ ପତ୍ନୀ ଏଠାରେ ଶାଶୁ, ଶଶୁରଙ୍କ ମନନେଇ ଚଳିବ କଣ ସିଧା ସେମାନଙ୍କ ବିରୋଧୀ ଓ ଅସାମାଜିକ

ଭାବରେ ଘରେ ରହୁଛି।ଘରେ ବୃଦ୍ଧ ଶାଶୁ ଓ ଶଶୁରଙ୍କ ପାଖରେ ବୋହୂଟି ଛୋଟ ଡ୍ରେସ ପିନ୍ଧି ଚଲାବୁଲା କରୁଛି ଓ ନିଜ ରୁମ ଭିତରେ ସିଗାରେଟ, ହୁକା ଓ ମଦ୍ୟପାନ କରିବାରେ ଲାଗିଛି। ଶାଶୁ, ଶଶୁର ବାରଣ କରିବାରୁ ସେ ତାଙ୍କୁ ଉତ୍ତର ଦେଇ କହୁଛି, ମୋତେ ଘରକୁ ଆଣିବା ପୂର୍ବରୁ କଣ ପଚାରିଥିଲ ମୁଁ

ପାନ କରୁଛି କି ନାହିଁ? ବୋହୂର ଏହି ଜବାବ ଶୁଣି ଶାଶୁ, ଶଶୁର ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ପୋଲିସ ପାଖକୁ ଯାଇଥିଲେ କିନ୍ତୁ ସେଠାରେ ପୋଲିସ ତାଙ୍କୁ ବୁଝାଇ କହିଲା, ଦେଖ ଆମେ ଏଥିରେ କିଛି କରିପାରିବୁନାହିଁ। ଆପଣଙ୍କ ବୋହୂ ଆପଣଙ୍କ ଘରେ ଛୋଟ ଡ୍ରେସର ବୁଲୁ କି ଲଙ୍ଗଳା ହୋଇ ବୁଲୁ ଆମେ

ଏଥିରେ କିଛି କରିପାରିବୁନାହିଁ।ପୋଲିସ ପାଖରୁ ନିରୁପାୟ ହୋଇ ଆସି ସେ ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ବୃଦ୍ଧ ବ୍ୟକ୍ତି ଜଣକ ନିଜ ସହିତ ହେଉଥିବା ଟରଚର ବିଷୟରେ ସବୁକଥା କହିଥିଲେ ଓ ତାଙ୍କ ବୋହୂ ଅନ୍ୟ ଟୋକା ସହ ଗୋଆ ରେ ବୁଲୁଛି ବୋଲି କହିଥିଲେ।

ଏହାପରେ ବ୍ୟୋମକେଶ ବାବୁ ହାଇକୋର୍ଟଙ୍କ ପାଖରେ ନିବେଦନ କରି କେଉଁଭଳି ଭାବରେ ଯୁବତୀଙ୍କୁ ଦଣ୍ଡ ଦେବେ ତାହା ଉପରେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *