Short Moral Story – ଯଦି ସବୁବେଳେ ଖୁସିରେ ରହିବାକୁ ଚାହାଁନ୍ତି ଏହି ୨ ଟି କଥାକୁ ମନେ ରଖନ୍ତୁ

ସାଙ୍ଗମାନେ ଏ ଦୁନିଆର ପ୍ରତି ବ୍ୟକ୍ତି ଚାହୁଁଥାଏ ଖୁସି ଆନନ୍ଦ ଓ ସମ୍ପୂର୍ଣତା।ସେ ସଦା ସର୍ବଦା ଚାହୁଁଚି କିନ୍ତୁ ଦୁଃଖର କଥା ତାକୁ ଏ ସମସ୍ତ ଜିନିଷ ପ୍ରାପ୍ତ ହେଉନାହିଁ।ତାକୁ ଲାଗୁଚି ଏ ସୁଖ ଶାନ୍ତି ଏକ ବିଚିତ୍ର ଜିନିଷ।ତାକୁ ସୁଖ ପ୍ରାପ୍ତି ହେବାର ରାସ୍ତା ଦିଶୁନାହିଁ।ତାକୁ ସୁଖ ଶାନ୍ତି ମରୀଚିକା ଭଳି ଲାଗୁଚି।ଗ୍ରୀଷ୍ମ ଦିନରେ ରାସ୍ତାରେ ଜଳ ଦିଶେ।ଗୋଟେ ଭ୍ରାନ୍ତ ଧାରଣା ସୃଷ୍ଟି କରେ।ଆମେ ଯେତେବେଳେ ତା ପାଖକୁ ଯାଇ ପହଞ୍ଚନ୍ତି ପୁଣି ସେ ଜଳ ଆଉ ଟିକେ ଆଗରେ ଦିଶେ।

ଯାହାକୁ ଶୋଷ ଲାଗୁଥାଏ ସେ ତା ପଛରେ ଧାଉଁଥାଏ।ଯେତେବେଳେ ସେ ସେଠି ପହଞ୍ଚେ ତ ସେଠି କିଛି ନଥାଏ।ଅର୍ଥ ସେ ମରୀଚିକା ପଛରେ ସେ ଜୀବନ ସାରା ଧାଏଁ।ତା ତୃଷ୍ଣା ମେଣ୍ଟାଇବା ପାଇଁ ଚାହେଁ।କିନ୍ତୁ ସଭା ଶେଷରେ ଯାଇ ଥକିଯାଏ।କାରଣ ମରୀଚିକା ଏକ ଭ୍ରାନ୍ତ ଧାରଣା।ଆଜି ମଣିଷକୁ ଖୁସିଟା ସେମିତି ଲାଗୁଚି।

ଆଜି ଯେଉଁଠି ଦେଖିବେ ସେଠି ଖାଲି ଦୁଃଖ।ସମାଜରେ ଦୁଃଖ ପରିବାରରେ ଦୁଃଖ ସାଙ୍ଗସାଥୀ ମାନଙ୍କ ସହିତ ଭଲ ସମ୍ପର୍କ ନାହିଁ।ମଣିଷକୁ ଆଜି ଲାଗୁଚି ଖୁସି ଏକ ଅତ ଅତ୍ୟନ୍ତ ଦୁର୍ଲଭ ଜିନିଷ।କିନ୍ତୁ ପ୍ରକୃତରେ ତାହା ନୁହେଁ।ଖୁସି ହେଉଛି ଏକ ଜନ୍ମ ଗତ ଅଧିକାର।ଆପଣ ଯେତେବେଳେ ଜନ୍ମ ହୋଇଛନ୍ତି ସେତେବେଳେ ଦୁଃଖ ନୁହେଁ ସୁଖ ନେଇ ଆସିଛନ୍ତି।

ଖାଲି ତଫାତ ରହିଛି ଆପଣ ସେ ଜିନିଷକୁ କେମିତି ପ୍ରାପ୍ତ କରିବେ ଜାଣି ନାହାନ୍ତି।ଏ ଜିନିଷ ଆପଣ କେତେବେଳେ ପ୍ରାପ୍ତ କରିପାରିବେ ଯେତେବେଳେ ଆପଣ ଜୀବନର ଅମୂଲ୍ୟ ଶିକ୍ଷାକୁ ଜାଣିବେ।ଯେଉଁ ମୁହୂର୍ତ୍ତରେ ଆପଣ ଜୀବନର ଅମୂଲ୍ୟ ଶିକ୍ଷାକୁ ବୁଝି ପାରିବେ ସେଇ ମୁହୂର୍ତ୍ତରୁ ଆପଣଙ୍କ ଜୀବନ ପରିବର୍ତନ ହେବ।ଆପଣ ଖୁସି ପାଇଁ କାହିଁକି ଏତେ ଚିନ୍ତିତ ହେଉଛନ୍ତି।ଖୁସି ତ ଆପଣଙ୍କର ପାଖରେ ଅଛି।

ତାକୁ ଜାଣିବା ଦରକାର।ଖାଲି ବୁଝି ପାରିବା ଦରକାର।ଆମ ସହିତ ଯେଉଁ ଲୋକେ ଯୋଡ଼ି ହୋଇ ରହୁଛନ୍ତି ସେମାନେ ଆମ କଥାକୁ ବୁଝି ପାରୁ ନାହାଁନ୍ତି।ଆମକୁ ଦୁଃଖ ଲାଗୁଛି।ଆମକୁ କେହି ଭଲ କହିଲେ ଆମେ ଖୁସି ହେଉ।ଆମକୁ କେହି ଗୋଟେ ଜିନିସ ଦେଲେ ଆମେ ଖୁସି ହେଉ।ଆମକୁ କେହି ଦୁଇ ପଦ ପ୍ରଶଂସା କଲେ ଆମେ ଖୁସି ହେବା।

ଏହାର ଅର୍ଥ ଆପଣଙ୍କ ଗାଡ଼ିର ଚାବି ଅନ୍ୟ ହାତରେ।ଆପଣଙ୍କ ଜୀବନର ରୀମୋଟ ଅନ୍ୟ ହାତରେ।ଦୁନିଆରେ ମୁଁ କାହାକୁ ଖୁସି ମାଗିବି ଅନ୍ୟ କାହାର ସାହାଯ୍ୟରେ ମୁଁ ଖୁସି ହେବି ଇଏ ବଡ ଦୁଃଖଦ କଥା।ଖୁସିର ଅର୍ଥ ହେଉଛି ଯାହା ଆମକୁ ଭଲ ଲାଗୁଚି ତାହା ହେଉଛି ଖୁସି।ଯାହା ଆମକୁ ଖରାପ ଲାଗୁଚି ତାହା ହେଉଛି ଦୁଃଖ।ସାଙ୍ଗମାନେ ପ୍ରତି ବ୍ୟକ୍ତି ମାନଙ୍କର ମାନସିକତା ଅଲଗା।

Leave a Reply

Your email address will not be published. Required fields are marked *