Soumya ମାମଲାକୁ ୩ ମାସ ପୁରିଥିବା ବେଳେ ଆକ୍ସନ ନେଇ ନାହିଁ ପୋଲିସ,ସୋନାଲି କଣ ଏତେ ଶକ୍ତିଶାଳୀ…

ମିଳିବ ମିଳିବ କେବେ ମିଳିବ ନ୍ୟାୟ।ଥାନାକୁ କେବେ ଆସିବା କଣ୍ଠଶିଳ୍ପୀ ସୋନାଲି ନନ୍ଦ।କେବେ ମୃତ ସୌମ୍ୟର ପରିବାର ପାଇବ ନ୍ୟାୟ।କେବେ ସୌମ୍ୟର ଆତ୍ମା ପାଇବ ଶାନ୍ତି।ଚାହୁଁ ଚାହୁଁ ୩ ମାସ ବିତି ଗଲାଣି। ଏ ଥାନାରୁ ସେ ଥାନା ଏ ଅଫିସରୁ ସେ ଅଫିସ ଆଉ କୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସୌମ୍ୟଙ୍କ ପରିବାର।ହେଲେ ସୌମ୍ୟ ଯାହା ପାଇଁ ଆତ୍ମହତ୍ୟା କରିଛି ସେ ଆଜି ପର୍ଯ୍ୟନ୍ତ କାହିଁକି ଆଇନର କାଠଗଡାକୁ ଆସି ନାହିଁ।

ଏହି ସମ୍ପର୍କରେ ସୌମ୍ୟଙ୍କ ପରିବାର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଡିସିପି ପ୍ରତୀକ ସିଂହକୁ ଭେଟି ମାମଲାର ତଦନ୍ତ ପାଇଁ ତାଙ୍କୁ ନିବେଦନ କରିଛନ୍ତି।ସୌମ୍ୟ ଗତ ଫେବୃଆରୀ ୪ ତାରିଖରେ ଆତ୍ମହତ୍ୟା କରିଥିଲେ।ମୃତ୍ୟୁ ପୂର୍ବରୁ ସୌମ୍ୟ ଏକ ୪ ପୃଷ୍ଠାର ଚିଠି ମଧ୍ୟ ଲେଖିଥିଲେ।

ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ସୋନାଲି ନାମକ ଜଣେ ଯୁବତୀଙ୍କ ନାମ ଲେଖିଥିଲେ।ହେଲେ ଇନ୍ଫୋଷିଟି ଥାନା ପୋଲିସ କେଶକୁ ଏକ ଅପମୃତ୍ୟୁ ମାମଲାର ରୂପ ଦେଇ ବନ୍ଦ କରି ଦେଇଥିଲେ। ଏ ନେଇ ତାଙ୍କ ମାଆ କହିଛନ୍ତି କି ଡିସିପି ସାରଙ୍କୁ ଆଜି କେସ ବିଷୟରେ ଜଣାଇଲୁ। ସାର କହିଲେ କି କେସର ତଦନ୍ତ କରିବେ।

ରିପୋର୍ଟ ଆସିଲେ ଜଣେଇବେ।ଅନ୍ୟ ପୋଲିସ ମାନେ ତ କିଛି ତଦନ୍ତ କରୁ ନାହାନ୍ତି।ଗତ ଏପ୍ରିଲ ମାସରେ ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ କେଶର ହୋଇଥିଲା ରିଓପନ।ହେଲେ ଆଜି ପର୍ଯ୍ୟନ୍ତ ଏ ମାମଲାକୁ ନେଇ କୌଣସି ଅଗ୍ରଗତି ହୋଇ ନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।ତେବେ ଦେଖିବା ବାକି ରହିଲା କି ଅପମୃତ୍ୟ ମାମଲାର ରୂପ ଦେଇ ବନ୍ଦ ହୋଇ ପଡିଥିବା କେସ ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ରିଓପନ ହେଲା ସତ ମାତ୍ର କେବେ ସୌମ୍ୟ ପାଇବ ନ୍ୟାୟ ଏହା ଉପରେ ସମସ୍ତଙ୍କ ନଜର।

https://www.youtube.com/watch?v=xyobhVESfD0

Leave a Reply

Your email address will not be published. Required fields are marked *