୩ Cores ଦିଅ ନହେଲେ ତମ ଜିନିଷ ଅକାମି କରିଦେବି ଆଉ ଜୀବନସାରା କେବେ କାହା ସହିତ…

ଅର୍ଚ୍ଚନା ଠକ ଯିଏକି ବଡ଼ ବଡ଼, ଫିଲ୍ମ ପ୍ରଯୋଜକ, ବ୍ୟବସାୟୀ ମାନଙ୍କ ସହ ସଂପର୍କ ରଖୁଥିଲେ।ଖାଲି ସଂପର୍କ ରଖି ନଥିଲେ ତାକୁ ଭିଡିଓ କରି ସେହି ଲୋକଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ।ପ୍ରଯୋଜକ ବଖାଣିଲେ ସମସ୍ତ କଥା।କେମିତି ଚାଲିଥିଲା ଟ୍ରାପ ଓ ବ୍ଲାକମେଲ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ବିରୁଦ୍ଧରେ ଆଣିଲେ ଅଭିଯୋଗ।

ଟ୍ରାପରେ ଫସାଇ କରି ମାଗିଥିଲେ ୩ କୋଟି ଟଙ୍କା।ହେଲେ ଅର୍ଚ୍ଚନା ଠକ ଧରାପଡି ଗଲା ଜେଲ।ପୁରା ଘଟଣା ପଛରେ ଥିଲା ତଥ୍ୟ।ଅର୍ଚ୍ଚନାଙ୍କ ସହ ଥିଲା ଆଉ ଜଣେ ମହିଳା।ଟଙ୍କା ଦିଅ ନହେଲେ ପିସ ପିସ କରି ଦେବି। ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା।ଏଥି ସହିତ ପୁରା ବର୍ବାଦ କରି ଦେବାର ଧମକ ମଧ୍ୟ ମିଳୁ ଥିଲା।

ନିଜେ ଅର୍ଚ୍ଚନା କୁଆଡେ ଏହି ଭଳି ସାମ୍ନା ସାମ୍ନା ବସି କହୁଥିଲେ।ଏହି ଭଳି କହି ଅର୍ଚ୍ଚନାଙ୍କ ପୋଲ ଖୋଲିଲେ ଅକ୍ଷୟ ପରିଜା। ଥାନାରେ ଦେଇଥିବା ଏତଲା ଅନୁସାରେ ନିଜକୁ ଜଣେ ଆଇନଜିବି ଭାବେ ପରିଚୟ ଦେଇଥିଲେ ଅର୍ଚ୍ଚନା।ଜଣେ ଯୁବତୀଙ୍କ ସହିତ ପ୍ରଯୋଜକଙ୍କ ଅନ୍ତରଙ୍ଗ ଭିଡିଓ ଥିବା ପ୍ରଯୋଜକ କହିଥିଲେ।

ସେହି ଯୁବତୀ ଅର୍ଚ୍ଚନାଙ୍କୁ ତାଙ୍କ ଓକିଲ ବୋଲି କହିଥିଲେ। ଟଙ୍କା ନ ଦେଲେ ଯୁବତୀ ଜଣଙ୍କ ଥାନାକୁ ଯିବେ ବୋଲି ଧମକାଇ ଥିଲା। ନହେଲେ ମାନ ହାନି ସହ କ୍ୟାରିୟର ବର୍ବାଦ ପାଇଁ ଧମକ ଦେଇଥିଲା। ସମ୍ମାନ ହାନି ଭୟରେ ବୁଝାମଣା କରିବା ପାଇଁ ରାଜି ହୋଇଥିଲେ ଅକ୍ଷୟ ପରିଜା।ଏଥି ପାଇଁ ଭୁବନେଶ୍ୱର ଶାନ୍ତି

ଟାୱାରରେ ଅର୍ଚ୍ଚନା ସହ ଭେଟି ଆଲୋଚନା ମଧ୍ୟ କରିଥିଲେ।ହେଲେ ସେଠୀ ମାମଲା କୁଆଡେ ରଫା ଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନ ଦେଲେ ଖଣ୍ଡ ଖଣ୍ଡ କରି କାଟି ଦେବି ବୋଲି କହୁଥିଲା।ଏଇପରି କି ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଧମକ ଦେଇଥିଲା ଅର୍ଚ୍ଚନା।

ଅର୍ଚ୍ଚନାଙ୍କ ଉପରେ ସନ୍ଦେହ ହେବାରୁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରି ତାଙ୍କୁ ଟ୍ରାପରେ ଫସାଇବାକୁ ଜାଣିବାକୁ ପାଇଥିଲା ସେ କହିଛନ୍ତି।ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ଏହା ସାଙ୍ଘାତିକ।

Leave a Reply

Your email address will not be published. Required fields are marked *