ଗଣିତରେ ଏତେ ଦୁର୍ବଳ ଶିକ୍ଷକ ଯେ 49 ରୁ 12 ଗଲେ ଆଉ କେତେ ବୋଲି ମଧ୍ୟ ଦେଇ ପାରିଲେ ନାହିଁ ଉତ୍ତର…

୪୯ ରୁ ୧୨ ଗଲେ କେତେ ସାରଙ୍କୁ ଜଣାନାହିଁ।ଗଣିତ ଶିକ୍ଷକଙ୍କ ଅଙ୍କ ଭୁଲ,ସାର କହିପାରୁନାହାନ୍ତି ୪୯ ରୁ ୧୨ ଗଲେ କେତେ,ହେଲେ ଶିକ୍ଷିତ ଯୁବକ ଯୁବତୀ ବିରୋଧ କରୁଛନ୍ତି ଆଉ ଯାହାକୁ ପାଠ ଜଣାନାହିଁ ସେମାନେ ଶିକ୍ଷା ଦେଉଛନ୍ତି।ଶିକ୍ଷାକୁ ଉଚ୍ଚ ସ୍ତରକୁ ନେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନବ କଳେବର କରୁଛନ୍ତି ହେଲେ ଶିକ୍ଷାର ବିକାଶ ନାହିଁ।

ସ୍ମାର୍ଟ କ୍ଲାସ ରୁମ କୁ ସ୍ମାର୍ଟ ଶିକ୍ଷା ବୃତ୍ତି ହେଲେ କଣ ଶିକ୍ଷକମାନେ ଭୁଲି ଯାଇଛନ୍ତି ପାଠ?ଢେଙ୍କାନାଳ ଜିଲ୍ଲାର ଜୟପୁର କଟେଣୀ ର ଏହି ସ୍କୁଲ ଯେଉଁଠି ସପ୍ତମ ଶ୍ରେଣୀର ଶିକ୍ଷକଙ୍କୁ ଜଣାନାହିଁ ଓଡ଼ିଆ ବର୍ଣ୍ଣ କିମ୍ବା ସଂଖ୍ୟା।ଛାତ୍ର ମାନଙ୍କ କଥା ତ ନକହିଲେ ହିଁ ଭଲ।ଆମ ମିଡିଆ ଭାଇମାନେ ସପ୍ତମ ଶ୍ରେଣୀର ଛାତ୍ର ମାନଙ୍କୁ

ପଚାରିଥିଲେ ସଂଖ୍ୟା ,ବର୍ଣ୍ଣମାଳ ଆଉ ପଣିକିଆ,ହେଲେ ସେ କେହି ଜଣେ ଛୁଆ ହେଲେ ଜାଣିନଥିଲା ଏସବୁ ବିଷୟରେ।ସାଧାରଣ ଜ୍ଞାନ ମଧ୍ୟ ଆସିନି ଗୋଟେ ପିଲାକୁ ପଚାରିଲେ ଆମ ରାଷ୍ଟ୍ରପତି କିଏ ସେ କହୁଚି ଆସୁନି,ଜିଲ୍ଲାପାଳ କିଏ ସେ ବି ମଧ୍ୟ ଆସୁନି,ଯାହା ପଚାରିଲେ କେବଳ ଆସୁନି କହୁଛି।ଆଉ ତ ଆଉ

ରାଜ୍ୟ ର ନା ମଧ୍ୟ ଆସୁନି।ଛାତ୍ରଙ୍କ ଏଭଳି ଶିକ୍ଷା କୁ ଦେଖି ଆମେ ଶିକ୍ଷକଙ୍କୁ ପଚାରିଥିଲୁ ହେଲେ ଶିକ୍ଷକ କହିଥିଲେ ଆମେ ଠିକ ରେ ପଢ଼ାଉଛୁ ହେଲେ ଛୁଆ ଠିକରେ ଗ୍ରହଣ କରି ପାରୁନାହାନ୍ତି।ହେଲେ ଶିକ୍ଷକଙ୍କୁ ଦେଖି ଆମକୁ ସନ୍ଦେହ ହେବାରୁ ଆମେ ତାଙ୍କୁ କିଛି ସହଜ ପ୍ରଶ୍ନ ପଚରିଥିଲୁ,ହେଲେ ଆପଣ ନିଜେ ଦେଖନ୍ତୁ

ସେ କେମିତି ଉତ୍ତର ଦେଇଥିଲେ।ସେ ଶିକ୍ଷକ ମଧ୍ୟ ନିଜେ ସବୁକିଛି କହିଲା ବେଳେ ଛନ୍ଦି ମନ୍ଦି ହଉଛନ୍ତି ଆଉ ପିଲାଏ ତ ଜାଣି ଦୂରର କଥା,ଆଉ ସବୁଠୁ ବଡ଼ କଥା ଏସବୁ ଠାରୁ ଅଧିକ ଶିକ୍ଷା ବିଭାଗ ଶିକ୍ଷା ମନ୍ତ୍ରୀ ଏମାନେ ସମସ୍ତେ ଆଜି ଚୁପ ଅଛନ୍ତି।

Leave a Reply

Your email address will not be published. Required fields are marked *