Nandakishore ଙ୍କୁ ଅଜଗର ଗିଳିବା ଘଟଣା ରେ ଆସିଲା ନୂଆ ମୋଡ,ରେଞ୍ଜର କହୁଛନ୍ତି ଅତି ବେଶୀରେ ଟ୍ରାନ୍ସଫର୍ କରିବେ ମୋର ଆଉ କଣ କରିପାରିବେ…

Uncategorized

ସାନ ମୁଣ୍ଡୁଳି ଗାଁର ନନ୍ଦ କିଶୋର ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଏବେ ସବୁ ଆଡେ ବେଶ ଚର୍ଚ୍ଚା। ସାନ ମୁଣ୍ଡଳି ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ ପରିଚିତ ନନ୍ଦ କିଶୋର ବେହେରା। ସେ ଲୁଗା ବ୍ୟବସାୟ କରନ୍ତି। ତେଣୁ ଲୋକମାନେ ତାଙ୍କୁ ବହୁତ ଖୋଜା ଖୋଜି କରିଛନ୍ତି। ଯେଉଁଠାରୁ ତାଙ୍କ ଗାଡି ଉଦ୍ଧାର ହୋଇଛି ସେହି ସ୍ଥାନରୁ ପାଖାପାଖି ୩ ରୁ ୪ କିମି ପର୍ଯ୍ୟନ୍ତ ତାଙ୍କୁ ଲୋକମାନେ ବହୁତ ଖୋଜିଛନ୍ତି।

୧୦୦ ରୁ ଉର୍ଦ୍ଧ୍ବ ଲୋକ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଟେର ପାଇ ନାହାନ୍ତି।ତେବେ ପ୍ରକୃତରେ ସେ କେଉଁଠି ଅଛନ୍ତି ? ସେ ଗଲେ କୁଆଡେ ? ତାଙ୍କ ନିଖୋଜ ପଛରେ କଣ ରହିଛି କାରଣ ?ବନ କର୍ମଚାରୀଙ୍କ କହିବା ଅନୁସାରେ ଘଟଣା ସ୍ଥଳ ଠାରୁ ୧ କିମି ଦୂରରେ ଏକ ଅଜଗର କିଛି ଗୋଟେ ଗିଳି ଦେଇ ପଡି ରହିଥିବାର

ଦେଖିବାକୁ ମିଳିଛି। କିନ୍ତୁ ଏହ କଥାର କୌଣସି ସ୍ପଷ୍ଟ ହୋଇ ନାହିଁ। ତେବେ ଲୋକମାନଙ୍କ ଅଭିଯୋଗ ଯେ, ଏତେ ବଡ଼ ମଣିଷକୁ ୭ ଫୁଟର ଅଜଗର ଗିଳିବା ଅସମ୍ଭବ।ତେବେ ଏହି କଥାର ତଦନ୍ତ କରାଯାଉ ଏବଂ ନନ୍ଦ କିଶୋରଙ୍କୁ ଖୋଜା ଯାଉ। ତାଙ୍କ ପୁତୁରାଙ୍କ କହିବା ଅନୁସାରେ ଏ ଦିଗରେ ପୋଲିସର କୌଣସି ତତ୍ପରତା ନାହିଁ।

ବନ ବିଭାଗର ରେଞ୍ଜର କହିଲେ ଯେ, ତାଙ୍କର କିଛି ହେବନି।ଅଧିକ ଯଦି କିଛି ହେବ ,ତାହେଲେ ବଦଳି ହୋଇଯିବ। ଆଉ ଅଧିକ କିଛି କରି ପାରିବେ ନାହିଁ। ୧୦୦ ରୁ ଲୋକମାନେ ପ୍ରାୟ ଜଙ୍ଗଲ ଭିତରକୁ ଖୋଜିବାକୁ ଯାଇଥିଲେ। ସାଙ୍ଗରେ ମାତ୍ର ଦୁଇ ଜଣ ବନ ବିଭାଗ କର୍ମଚାରୀ ଏବଂ ଜଣେ ପୋଲିସ ଥିଲେ।

ତାଙ୍କ ପୁରୁରାଙ୍କ ଦାବି ଯେ, ତାଙ୍କ ଦାଦା ହୁଏତ ଦୁର୍ଘଟଣା ଗ୍ରସ୍ତ ହୋଇ ପଡି ଯାଇଥାଇ ପାରନ୍ତି ଏବଂ ବନ ବିଭାଗ ନିଜର ଦୋଷ ଛିଣ୍ଡେଇବା ପାଇଁ ତାଙ୍କୁ ଅଜଗର ଆଗରେ ପକାଇ ଦେଇଛନ୍ତି। ତେବେ ଅଜଗରର ସ୍କାନ କରାଯାଉ ଏବଂ ନୂତନ ଟେକ୍ନୋଲୋଜି ବ୍ୟବହାର କରି ତା ପେଟକୁ ପରୀକ୍ଷା ନିରୀକ୍ଷା କରାଯାଉ।

ସରକାର କଣ ପାଇଁ ଏଥିପ୍ରତି କୌଣସି ଆକ୍ସନ ନେଉ ନାହିଁ ?କଣ ଗରିବ ବୋଲି କଣ ଅବହେଳା କରିବେ ?ଯଦି ରେଞ୍ଜରଙ୍କ ସମ୍ପର୍କରେ କିଏ ଜଣେ କିମ୍ବା ମନ୍ତ୍ରୀଙ୍କ ସମ୍ପର୍କୀୟ କେହି ଯଦି ପଡି ଯାଇଥାଆନ୍ତେ, ତହେଲେ କଣ ଏପରି ଚୁପ ବସି ଥାଆନ୍ତେ ?ଗରିବ ଲୋକ ବୋଲି କଣ ଆମ ପାଇଁ ନ୍ୟାୟ ନାହିଁ।

ଏପରି କହି ଦୁଃଖରେ ଭାଙ୍ଗି ପଡିଛନ୍ତି ନନ୍ଦ କିଶୋରଙ୍କ ପୁତୁରା।ସେ ଅନୁରୋଧ କରିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ ସତ୍ୟ ଖବର ସାମ୍ନାକୁ ଆଣନ୍ତୁ।ଥାନା ଆଇଆଇସି ମଧ୍ୟ ନିଜ ହାତରେ କିଛି ନାହିଁ କହି ତାଙ୍କୁ ଫେରାଇ ଦେଇଥିଲେ। ଦୁଇ ଦୁଇ ତ୍ବର ଏଫଆଇଆର ଦେଇ ସାରିଲେଣି।ହେଲେ କୌଣସି ବି ତଦନ୍ତ କରାଯାଉ ନାହିଁ।ରାଜନୈତିକ ହାତ ନାହିଁ ବୋଲି ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟ ମିଳୁ ନାହିଁ।

Leave a Reply

Your email address will not be published. Required fields are marked *