ପୋଲିସ ଜାଲରେ ଛତରା ବୁଢା।ଆଳୁ ପୋଡିବାକୁ ଯିବା ନାତୁଣୀ ପାଇଁ ହେଲା କାଳ।ପଛରୁ ଭିଡ଼ି ଧରିଥିଲା ସୈତାନ ଅଜା।ବିଲ ଭିତରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା ଅଜା।୧୬ ବର୍ଷର ନାତୁଣୀ ଏବେ ୭ ମାସର ଗର୍ଭବତୀ।ଛି ଅଜା ଛି ଆସିକି ବୁଢା ହେଲଣି ଏ ବୟସରେ ଏମିତି କାମ କରି ପାରିଲ କେମିତି।ଏ ସମାଜର ନୀତି ନିୟମକୁ ତମେ କଣ ଭୁଲିଗଲ।
ଏ ବୁଢା ବୟସରେ ତମେ ପ୍ରକୃତିଛଡା ହେଲ କେମିତି।ତମ ବିବେକ କଣ ତମକୁ ବାଧା ଦେଲା ନାହିଁ।ଶେଷରେ ୧୬ ବର୍ଷର ନାତୁଣୀ ସହିତ ତମେ ଖରାପ ସମ୍ପର୍କ ରଖିଲ।ନାତୁଣୀକୁ ଏକୁଟିଆ ପାଇ ତମେ ଦୁଷ୍କର୍ମ କଲ।ଛି ଛି ଛି ତମେ ମଣିଷ ନା ରାକ୍ଷାସ।ଏବେ କୁଆଡେ ଯିବ ଅଜା ତମେ ପୋଲିସ ହାବୁଡ଼ରେ ପଡି ସାରିଛ।
ତମ ପାପ କର୍ମର ହିସାବ ଏବେ ଗୋଟି ଗୋଟି କରି କରାଯିବ।ତମେ ତମ ପାପର ଫଳ ନିଶ୍ଚୟ ପାଇବ।କଣ ଦୋଷ କରିଥିଲା ସେ ନିରୀହ ନାତୁଣୀ ଟା ତମର।୧୬ ବର୍ଷର ପିଲାଟା ଦୁନିଆକୁ ବି ଭଲରେ ଜାଣିନି।ପିଲାଟି ଦିନରୁ ମା କୁ ହରାଇ ମାଆ ଛେଉଣ୍ଡ ହୋଇ ଯାଇଛି।ତା ବୋଲି ତାର କଣ ଇଜତ ନାହିଁ।
ଅଜା ହୋଇ ତମେ ଜଣେ ନାତୁଣୀ ସହିତ ଏମିତି କରି ପାରିଲ କେମିତି।ଭାତ ଖାଇବ ବୋଲି ଆଳୁ ପୋଡିବାକୁ ସେ ଯାଇଥିଲା।ସେହି ସମୟରେ ତମର ସେ ସୈତାନ ନଜର ନାତୁଣୀ ଉପରେ ପଡିଗଲା।ଆଉ ତମେ ଅଜା ହୋଇ ନାତୁଣୀକୁ ପଛପଟୁ ଭିଡି ଧରିଲ।ସେ ନାହିଁ ନାହିଁ କଲା ପରେ ମଧ୍ୟ ତମେ ତା ସହିତ
ଖରାପ କାମ କଲ।ବିଚରା ଆଳୁ ପୋଡିବାକୁ ଯାଇ ନିଜର ଇଜତ ମଧ୍ୟ ହରାଇ ବସିଲା।ପୁଣି ତାକୁ ଧମକ ଦେଇ ଡରେଇଲ।କାହାକୁ ନ କହିବା ପାଇଁ ମଧ୍ୟ ବାଧ୍ୟ କଲ।ସେ ବି ଡରରେ କାହା ଆଗରେ ଏ କଥା କହି ପାରିଲା ନାହିଁ।ଏସବୁ ପରେ ମଧ୍ୟ ତମ ପିଶାଚ ମନ ଶାନ୍ତି ହେଲା ନାହିଁ ଯେ ପୁଣି ତମେ ନାତୁଣୀକୁ ପାଇବାକୁ
ସୁଯୋଗ ଖୋଜିଲ।କିଛି ଦିନ ପରେ ସେ ଝିଅ ଗାଧୋଇବା ପାଇଁ ଯାଉଥିଲା ତାକୁ ଏକା ପାଇ ତମେ ପାଖରେ ଥିବା ବିଲକୁ ଡାକି ନେଲ।ଆଉ ଏହା ପରେ ତା ସହିତ ତମେ ଖରାପ ସମ୍ପର୍କ ରଖିଲ।ଝିଅଟି ଯେତେ ନେହୁରା ହୋଇ କହିଲେ ମଧ୍ୟ ତମେ କିଛି କଥା ଶୁଣିଲ ନାହିଁ।ଆଉ ଶେଷରେ ତାକୁ ଧମକ ମଧ୍ୟ ଦେଲ ଆଉ କହିଲ ଏ କଥା କାହା ଆଗରେ କହିଲେ ତତେ ଜୀବନରୁ ମାରିଦେବି।