Nayapalliରେ ସବୁଠାରୁ ଦାମୀ ଦୁର୍ଗାପୂଜା ମେଢ଼,୧୦ କୋଟିର ମେଢ଼,ସାରା ଭୁବନେଶ୍ୱର ଘାଣ୍ଟିଲା ନୟାପଲ୍ଲୀ ଆପଣ ମଧ୍ୟ ଥରେ ଦେଖନ୍ତୁ…

Uncategorized

ଏଥର ଦଶହରା ପୂର୍ବ ବର୍ଷଭଳି ଫିକା ପଡ଼ିନାହିଁ କାରଣ ପୂର୍ବବର୍ଷ ବହୁତ ବର୍ଷା ସହିତ କରୋନାର ଗାଇଡ଼ ଲାଇନ ଗୁଡ଼ିକ ସବୁ ଦଶହରାର ମଜା ଧୋଇ ଦେଇଥିଲା। ଏବର୍ଷ ଚାରିଆଡେ ଦଶହରା ବହୁତ ଆନନ୍ଦର ସହିତ ପାଳିତ ହୋଇଛି ଓ ମାଆଙ୍କୁ ମଧ୍ୟ ବହୁତ ଆଡ଼ମ୍ବର ସହକାରେ ଭକ୍ତବୃନ୍ଦ ମାନେ ସ୍ୱାଗତ ଜଣାଇଛନ୍ତି।

ସାରା ଓଡ଼ିଶାରେ ଦଶହରା ପୂଜା ପାଳନ ହେଉଛି ସତ କିନ୍ତୁ ଭୁବନେଶ୍ୱରରେ ଏହି ପୂଜା ଟିକେ ଅଲଗା ଅଟେ। ଏଠାରେ ଭକ୍ତ ମାନଙ୍କ ମଧ୍ୟରେ ପୂଜାକୁ ନେଇ ଆନନ୍ଦ ଉତ୍ସାହ ଦେଖିବାକୁ ତ ମିଳେ ଏହାସହ କମ୍ପିଟିସନର ଜୋରଦାର ଲଢେ଼ଇ ମଧ୍ୟ ପୂଜାକୁ ନେଇ ଏଠାରେ ଲାଗି ରହିଥାଏ।

ନୟାପଲ୍ଲୀ, ବୋମିଖାଲ, ରସୁଲଗଡ଼, ଷ୍ଟେସନ ବଜାର ଇତ୍ୟାଦି ସ୍ଥାନରେ ପୂଜା ମଣ୍ଡପ କରାଯାଇ ମାଆଙ୍କୁ ପୂଜା କରାଯାଇଥାଏ। ଚାରିଆଡ଼ୁ ଲୋକେ ଏହି ସ୍ଥାନକୁ ଦର୍ଶନ କରିବାକୁ ଆସିଥାନ୍ତି। ଏବର୍ଷ କିନ୍ତୁ ଏହି ଲଢେଇରେ ନୟାପଲ୍ଲୀ ପୂଜା କମିଟି ବାଜି ମାରିନେଇଛି। ଏବର୍ଷ କମିଟି ତରଫରୁ କୋଟି କୋଟି ଟଙ୍କା

ଖର୍ଚ୍ଚ କରାଯାଇ ମଣ୍ଡପ ନିର୍ମାଣ କରାଯାଇଥିଲା।ମଣ୍ଡପ ଏତେ ସୁନ୍ଦର ଥିଲା ଯେ, ଯେକେହିବି ଦେଖୁଥିଲା ତା’ ଆଖି ଲାଖି ରହିଯାଉଥିଲା। ଏଥର ମେଢ଼ର ରଙ୍ଗ ଧଳା ଓ ନୀଳ ରଖାଯାଇଥିଲା ଯାହାକି ବହୁତ ଆକର୍ଷଣୀୟ ନଜର ଆସୁଥିଲା। ଭିତରକୁ ପଶିବାପରେ ଆମକୁ ଦେଖିବାକୁ ମିଳିଥିଲା କେମିତି ଶ୍ରଦ୍ଧାଳୁ ଧାଡ଼ି

ବାନ୍ଧି ଦର୍ଶନ କରିପାରିବେ ତା’ପାଇଁ ଉଚିତ ବ୍ୟବସ୍ଥା ରହିଥିଲା। ପୂଜା ମଣ୍ଡପ ବାହାରେ ଦୀପ, ଘିଅ ଓ ଫୁଲ ଦୋକାନର ଷ୍ଟଲ ଗୁଡ଼ିକ ଲାଗିଥିଲା ଯାହାକି ପରିବେଶକୁ ଆହୁରି ଆତ୍ମୀୟତାର ସହିତ ଭରି ଦେଉଥିଲା। ନୟାପଲ୍ଲୀ ପୂଜା କମିଟି ଏଥର ସ୍ଥାନୀୟ ଆୱାର୍ଡ଼ ପ୍ରଦାନ କରୁଥିବା ସଂସ୍ଥା ଠାରୁ ବେଷ୍ଟ ଆଇଡ଼ଲ ୱରସିପର ଆୱାର୍ଡ଼ ମଧ୍ୟ ଜିତିଲା।

Leave a Reply

Your email address will not be published. Required fields are marked *