Talcher ରେ ମରିଯାଇଥିବା ଲୋକର ଜୀବନ ବଞ୍ଚାଇଦେଲା ଇଛାଧାରୀ ନାଗୁଣୀ, ଏହାଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ଆଉ ତାପରେ ଯାହା ଘଟିଲା…

Uncategorized

ଘଟଣାଟି ହେଉଛି ତାଳଚେର ର ବକ୍ତିଆରପୁର ଅଞ୍ଚଳର ଏଠାରେ ଜଣେ ନାଗୁଣୀର କାହାଣୀ ଫେମସ ଅଟେ। କୁହାଯାଏ ବକ୍ତିଆରପୁର ଠାରୁ ପାଞ୍ଚ କିଲୋମିଟର ଦୂରରେ ଏକ ନାଗୁଣୀର ମନ୍ଦିର ଅଛି ଓ ଏଠାରେ ଲୋକମାନେ ଏକ ଇଛାଧାରୀ ନାଗୁଣୀକୁ ପୂଜା କରିଥାଆନ୍ତି।କାହାଣୀ ଏହା ହେଉଛି ଯେ, ବହୁତବର୍ଷ ପୂର୍ବେ ବିହାରର ବକ୍ତିଆରପୁରରେ

ରାଜୁ ନାମକ ଜଣେ 14 ବର୍ଷୀୟ ପିଲାଟି ରହୁଥିଲା। ରାଜୁ ସେହି ସମୟରେ ନିଜ ବାପା ଓ ମାଆଙ୍କୁ ଏକ ରୋଗ ଦ୍ୱାରା ହରାଇଥିଲା। ବାପା ଓ ମାଆ ମରିଯିବା ପରେ ନିଜ ସାନ ଭଉଣୀ ଓ ଭାଇର ଦାୟିତ୍ୱ ରାଜୁ ଉପରକୁ ଆସିଥିଲା ଓ ତାଙ୍କ ପେଟ ପୋଷିବା ପାଇଁ ରାଜୁ ଏକ କୋଇଲା ଫାକ୍ଟ୍ରିରେ ମୂଲିଆ ଭାବରେ କାମ କରିବାକୁ ଲାଗିଲା।

ରାଜୁ ପ୍ରତିଦିନ କୋଇଲା ଫାକ୍ଟ୍ରିକୁ କାମ କରିବାକୁ ଯାଏ ଓ ଏଠାରେ ସେ ନିଜର ଏକ ଭଲ ବନ୍ଧୁ ବନାଇଲା ଯାହାର ନାମ ରମେଶ ଅଟେ। କୋଇଲା ଫାକ୍ଟ୍ରିରେ ଯେତେସବୁ କୋଇଲା ଆସିଥାଏ ତାହା ମୁନ୍ସୀ ମୂଲିଆ ଲଗାଇ ଏହାକୁ ବସ୍ତାରେ ପ୍ୟାକ କରିଥାଏ ଓ ଗାଡ଼ିରେ ସେଠଙ୍କ ପାଖକୁ ପଠାଇଥାଏ। କିନ୍ତୁ ମୁନ୍ସୀ କିଛି କୋଇଲାକୁ ବେଆଇନ ଭାବରେ ନିଜ ପାଖରେ ଲୁଚାଇ ରଖିଦିଏ ଓ ଏହାକୁ ଅନ୍ୟ ଜାଗାରେ ବିକ୍ରି କରି ଟଙ୍କା କମାଇଥାଏ।

କୋଇଲା କାରବାରରେ ମୁନ୍ସୀ ଏହିପରି ଭାବରେ ଗଡ଼ବଡ଼ କରୁଥିବାରୁ ସେଠଙ୍କୁ ଦିନେ କୋଇଲାର ଅଭାବ ବିଷୟରେ ଜଣାପଡ଼ିଲା ଓ ସେ ଦେଖନ୍ତି ତ ତାଙ୍କ ପାଖକୁ ଯେତିକି କୋଇଲା ସପ୍ଲାଏ ହେବାକଥା ସେତିକି ହୋଇନାହିଁ। ଏହାର ଅଭିଯୋଗ ସେଠ,ମୁନ୍ସୀଙ୍କ ପାଖରେ କରିଥିଲେ ଓ ମୁନ୍ସୀ ଏହାର ଦୋଷ ଏକ ମୂଲିଆ ଉପରେ ଲଦିଦେଲେ।

ମୁନ୍ସୀ ରାତାରାତି ଲୋକ ଲଗାଇ କିଛି କୋଇଲା ବସ୍ତା ରମେଶ ଘର ପାଖରେ ରଖିଦେଇ ଆସିଲେ ଓ ସେଠଙ୍କୁ ଖବର ଦେଇ କହିଥିଲେ ଚୋର ଧରା ପଡିଯାଇଛି। ସେଠ ଆସି ରମେଶକୁ ବହୁତ ମାରିଲେ ଓ ତାକୁ ପୋଲିସ ହାତରେ ଟେକିଦେଲେ କିନ୍ତୁ ରମେଶ ସମ୍ପୂର୍ଣ୍ଣ ଭାବରେ ନିର୍ଦୋଷ ଥିଲା। ସେପଟେ ରାଜୁ ଜାଣିଥିଲା ଯେ, ରମେଶ ସମ୍ପୂର୍ଣ୍ଣ ଭାବରେ ନିର୍ଦୋଷ ଅଟେ, ରମେଶ ଜେଲ ଯିବାଶୁଣି ରାଜୁ ବହୁତ ଦୁଃଖ କରିଥିଲା।

ଦିନେ ରାଜୁ କୋଇଲା ଫାକ୍ଟ୍ରିରେ କାମ କରୁଥିବା ସମୟରେ ଦେଖିଲା ଯେ, ମୁନ୍ସୀ ଚୋରା ଭାବରେ କିଛି କୋଇଲା ବସ୍ତାକୁ ଅନ୍ୟ ଲୋକଙ୍କୁ ବିକ୍ରି କରି ଟଙ୍କା କମାଉଛି ଓ ସେ ଏହାର ଖବର ସେଠକୁ ଦେଇଥିଲା। ସେଠ ନିଜର ଏକ ଲୋକ ପଠାଇ ମୁନ୍ସୀର କାରନାମା ଧରିଥିଲା। ସେଠ ଆସି ମୁନ୍ସୀକୁ ଗାଳିଗୁଲଜ କଲେ ଓ ସମସ୍ତଙ୍କ ସାମନାରେ ତାକୁ ନିନ୍ଦା କରି ପୋଲିସକୁ ଟେକି ଦେଇଥିଲେ।

ସେପଟେ ଜେଲରୁ ଫେରି ମୁନ୍ସୀ, ରାଜୁ ଠାରୁ ପ୍ରତିଶୋଧ ନେବାପାଇଁ କିଛି ଗୁଣ୍ଡା ରାଜୁକୁ ମାରିବାକୁ ପଠାଇଲା। ସେମାନେ ରାଜୁକୁ ପିଟିପିଟି ମାରିଦେଲେ। ସକାଳ ହେବାପରେ ରାଜୁର ଭଉଣୀ ବହୁତ କାନ୍ଦିଲା ଓ ସେ ଇଛାଧାରୀ ନାଗୁଣୀଙ୍କ ମନ୍ଦିର ପାଖକୁ ଯାଇ ପ୍ରାର୍ଥନା କରି କହିଥିଲା କି, ବାପା ମାଆଙ୍କୁ ହରାଇବାପରେ ମୋ ଭାଇ ମୋ ପାଇଁ ସବୁକିଛି ଥିଲା ଓ ଆଜି ସେ ବି ଚାଲିଗଲା।

ଝିଅର ଦୁଃଖ ଦେଖି ନାଗୁଣୀ ଉଭା ହୋଇଥିଲେ ଓ ସେ କହିଥିଲେ, ଝିଅ କାନ୍ଦନି। ତୁମ ଭାଇ କିଛି ସମୟ ଗଭୀର ନିଦ୍ରାରେ ଶୋଇ ଯାଇଥିଲା ଓ ଏବେ ସେ ସମ୍ପୂର୍ଣ୍ଣ ଭଲ ହୋଇଯାଇଛି। ଝିଅଟି ନିଜ ଭାଇ ପାଖକୁ ଯାଇ ଦେଖିଲେ କି, ତାଙ୍କ ଭାଇ ଭଲ ହୋଇଯାଇଛନ୍ତି। ଏହିକଥା ଗାଁ ର ସବୁଲୋକ ଜାଣିବାପରେ ସେମାନେ ଖୁସି ହୋଇଥିଲେ ଓ ଇଛଧାରୀ ନାଗୁଣୀକୁ ଧନ୍ୟବାଦ ଜଣାଇ ତାଙ୍କର ପୂଜା କରିଥିଲେ।

Leave a Reply

Your email address will not be published. Required fields are marked *