ଗତ କିଛିମାସ ହେବ ତୁଙ୍ଗୁରୁ ଭୋଳ ଓ ବର୍ଷା ଭାଉଜଙ୍କ ଷ୍ଟୋରୀ ଓଡ଼ିଶାର ଘରେ ଘରେ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ ଟୁଙ୍ଗୁରୁଙ୍କୁ ପୋଲିସ ଦୁଇଦିନ ଧରି ଜେଲ ଭିତରେ ଗିରଫ କରି ରଖିଥିଲା ସତ କିନ୍ତୁ କୌଣସି ଦୋଷ ନପାଇବାରୁ ଟୁଙ୍ଗୁରୁ ଭୋଳକୁ ପୋଲିସ ଛାଡ଼ି ଦେଇଥିଲା। ଜେଲରୁ ହଠାତ ବହାରିବା ପରେ ମିଡ଼ିଆ ମାନେ ଟୁଙ୍ଗୁରୁ ଭୋଳକୁ ଘେରି ଯାଇଥିଲେ
ଓ ସେଠାରେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ଏଥିରେ ଟୁଙ୍ଗୁରୁ ଯେଉଁ ଉତ୍ତର ଦେଲେ ଆପଣ ଶୁଣିଲେ ନିଜ ମୁଣ୍ଡରେ ହାତ ଦେଇଦେବେ। ଆସନ୍ତୁ ଜାଣିବା ଟୁଙ୍ଗୁରୁ କଣ କହିଥିଲେ।ଜଣେ ମିଡ଼ିଆ ଭାଇ ପଚାରିଥିଲେ,ଆଚ୍ଛା ଟୁଙ୍ଗୁରୁ ତୁମେ କାହିଁକି ବର୍ଷା ଭାଉଜଙ୍କୁ ଭଲ ପାଇଲ? ଏହି ପ୍ରଶ୍ନର ଉତ୍ତରରେ ଟୁଙ୍ଗୁରୁ କହିଥିଲା
ମୁଁ ତାକୁ ଭଲ ପାଇନାହିଁ। ମୁଁ ତାକୁ ଅଟୋରେ ନେବା ଆଣିବା କଲାବେଳେ ଆମର ବନ୍ଧୁତା ବଢ଼ିଥିଲା ଓ ସେ ମୋତେ ନମ୍ବର ଦେଇଥିଲେ।ମିଡ଼ିଆଙ୍କ ଦ୍ଵିତୀୟ ପ୍ରଶ୍ନ ଥିଲା ଯେ,ଆଛା ଟୁଙ୍ଗୁରୁ ତୁମେ କଣ ଜାଣିନଥିଲ ବର୍ଷା ଜଣେ ବିବାହିତା ମହିଳା ଅଟନ୍ତି? ଏହି ପ୍ରଶ୍ନର ଉତ୍ତରରେ ଟୁଙ୍ଗୁରୁ କହିଥିଲା, ହଁ ମୁଁ ଜାଣିଥିଲି ସେ
ବିବାହିତା ଥିଲା ଓ ତା’ର ଦୁଇଟି ପିଲା ମଧ୍ୟ ଥିଲା।ମିଡ଼ିଆର ତୃତୀୟ ପ୍ରଶ୍ନ ଥିଲା, ଟୁଙ୍ଗୁରୁ ତୁମେ କଣପାଇଁ ବର୍ଷାଙ୍କ ଘରେ ଆଠଦିନ ରହିଥିଲ? ଏଥିରେ ଟୁଙ୍ଗୁରୁ ଉତ୍ତର ଦେଇ କହିଥିଲା, ବର୍ଷା ମୋ ଫୋଟୋ ଉଠାଇ ମୋତେ ବ୍ଲାକମେଲ କଲା ଓ ନିଜ ଘରେ ଆଠଦିନ ଧରି ରଖିଥିଲା। ମୁଁ ଏହି ପରିସ୍ଥିତିରେ କିଛି
କରି ପାରିଲିନାହିଁ।ମିଡ଼ିଆ ଚତୁର୍ଥ ପ୍ରଶ୍ନ ଥିଲା ଯେ, ଏଥିରେ ଭୁଲ କାହାର? ଟୁଙ୍ଗୁରୁ ଏହାର ଉତ୍ତର ଦେବାକୁ ଯାଇ କହିଥିଲେ, ଦେଖନ୍ତୁ ମୋ ବୟସ 21 ବର୍ଷ ଓ ବର୍ଷାର ବୟସ 40 ପାଖାପାଖି ହେବ। ସେ ମୋତେ ଫସାଇ ଦେଇଛି ଓ ମୋତେ ବାରମ୍ବାର ଫୋନ କରୁଛି ଓ ଧମକ ଦେଉଛି। ଏଥିରେ ମୋର କୌଣସି ଭୁଲନାହିଁ
କାରଣ ସେ ମୋତେ ତା’ ନମ୍ବର ପ୍ରଥମେ ଦେଇଥିଲା ଓ ମୋତେ ବାରମ୍ବାର ବାଧ୍ୟ କରୁଥିଲା।ମିଡ଼ିଆଙ୍କ ଆଉ ଏକ ପ୍ରଶ୍ନ ଥିଲା କି, କଣ ଟୁଙ୍ଗୁରୁ ଏଥର ଭାଉଜ ପ୍ରେମର ମଜା ପାଇଲ ତ? ଏହି ପ୍ରଶ୍ନର ଉତ୍ତରରେ ଟୁଙ୍ଗୁରୁ କହିଥିଲା, ମୋ ଜୀବନରେ ମୁଁ ସବୁଠାରୁ ବଡ଼ ଭୁଲ କରିଦେଇଛି। ଜୀବନରେ ଆଉ କେବେବି କୌଣସି ସ୍ତ୍ରୀ ଲୋକ ଉପରେ ଆଖି ପକାଇବି ନାହିଁ କି ପ୍ରେମ କରିବିନାହିଁ