Bhadrak ରେ ଘର ଭିତରେ ପଶିଲା ବିରାଟକାୟ ନାଗ,ଆଉ ଲୋକ ଘଉଡିବା ସମୟରେ ଏଭଳି ହେଲା ଜାଣିଲେ ଆପଣ ମୁଣ୍ଡରେ ହାତଦେବେ…

Uncategorized

ଆମ ଓଡ଼ିଶାରେ ମୁଖ୍ୟତଃ ରୂପରେ ନାଗ ଜାତୀୟ ସାପ ଅଧିକ ଦେଖାଯାଆନ୍ତି। ଖାଆସ କରି ଦୁଇଟି ନାଗ ଆମ ଓଡିଶାରେ ଦେଖାଯାଆନ୍ତି, ଗୋଟିଏ ହେଲା ସାଧାରଣ ନାଗ ଯାହାର ପଛପଟ ଫଣାରେ ଚଷମା ଆକୃତିର ଚିହ୍ନ ଥିବ ଓ ଅନ୍ୟଟି ହେଉଛି ଚନ୍ଦ୍ରନାଗ ବା ତମ୍ପ ଯାହାର ପଛପଟେ ଗୋଲାକୃତି ଚିହ୍ନ ରହିଥାଏ। ନାଗ ପ୍ରଜାତିର ଏହି ତମ୍ପ ସାପ ବହୁତ ରାଗି ହୋଇଥାଏ ଓ

ଏହା ସୁସୁ ଗର୍ଜନ ମଧ୍ୟ କରିଥାଏ। ଲୋକଙ୍କୁ ଦେଖିଲେ ଏହି ସାପ କାମୁଡ଼ିବାକୁ ପ୍ରୟାସ କରିଥାଏ।ଏହିପରି ସାପ ଓଡ଼ିଶାର ଭଦ୍ରକ ଜିଲ୍ଳା କୃଷ୍ଣପୁର ଗ୍ରାମରୁ ସାମ୍ନାକୁ ଆସିଛି। ଯେତେବେଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବିଳମ୍ବିତ ରାତିରେ ଏକ ସାପ ପଶି ଯାଇଥିଲା ଓ ସାପଟି ସୁସୁ ଶବ୍ଦ କରିବାକୁ ଲାଗିଲା।

ସେମାନେ ଭାବିଲେ ଘରେ ଢମଣା ପଶିଛି ଓ କିଛି ଲୋକେ ଏହାକୁ ମାରିବାପାଇଁ ମଧ୍ୟ କହିଥିଲେ କିନ୍ତୁ ଜଣେ ବ୍ୟକ୍ତି ଏହାକୁ ନମାରି ଓ ଏହି ସାପ ପାଖକୁ ନଯିବାପାଇଁ ଉପଦେଶ ଦେଇଥିଲେ ଓ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ।ଖବର ପାଇବାପରେ ସ୍ନେକ ହେଲ୍ପଲାଇନ ଟିମ ଆସି ଗାଁ ରେ ପହଞ୍ଚିଥିଲା

ଓ ଜଣେ ଅଭିଜ୍ଞ ସାପ ଧରାଳି ସାପ ଧରିବାପାଇଁ ଘର ଭିତରକୁ ପ୍ରବେଶ କଲେ ଓ ସେ ଦେଖନ୍ତି ଯେ, ଏହା ଢମଣା ନୁହେଁ ବରଂ ଏକ ବିଷାକ୍ତ ଚନ୍ଦ୍ରନାଗ ଓ ଯାହାକୁ ଆମେ ତମ୍ପ ବୋଲି କହିଥାଉ। ସପା ଧରାଳିଙ୍କୁ ଦେଖି ସାପଟି ଗର୍ଜନ କରିବାକୁ ଲାଗିଲା ଓ ଉକ୍ତ ବ୍ୟକ୍ତି ଜଣକ ନିଜ 25 ବର୍ଷର ଅଭିଜ୍ଞତା ଆପଣାଇ

ସାପଟିକୁ ଧରିଥିଲେ।ସାପକୁ ଧରିବାପରେ ବାହାରକୁ ଆସିଥିଲେ ଓ ସେଠାରେ ସେ ଗାଁ ଲୋକଙ୍କର ଭିଡ଼ ଦେଖିବାକୁ ପାଇଥିଲେ। ଏଠାରେ ସେ ଗାଁ ଲୋକଙ୍କୁ ଉଚିତ ସୂଚନା ଦେଇ କହିଥିଲେ ଯେ, ଏହା ଏକ ବିଷାକ୍ତ ତମ୍ପ ସାପ ଅଟେ। ଏହା ଭୀଷଣ ରାଗି ଓ ମଣିଷକୁ ଦେଖିଲେ ସୁସୁ ଗର୍ଜନ କରି କାମୁଡ଼ିବାକୁ ଆସିଥାଏ।

ଯଦି ଆପଣ। କାହାରିକୁ ଏହି ସାପ କାମୁଡ଼ୁଛି ତାହେଲେ ବ୍ୟକ୍ତିକୁ ତୁରନ୍ତ ହସ୍ପିଟାଲକୁ ନିଅନ୍ତୁ କାରଣ ଏହି ସାପ କାମୁଡ଼ିବା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ସମ୍ଭାବନା ବହୁତ ଅଧିକ ରହିଥାଏ।ସାପଟିକୁ ଧରିବାପରେ ସାପ ଧରାଳି ଜଣକ ଲୋକଙ୍କୁ ନିଜ ପାଖରେ ଥିବା ଆଣ୍ଟି ଭେନୋମ ଇଞ୍ଜେକ୍ସନ ଦେଖାଇଥିଲେ ଓ କହିଥିଲେ କି

ଭଦ୍ରକ ଚିକିତ୍ସାଳୟ ଏଠାରୁ 50 କିଲୋମିଟର ଦୂରରେ ଯଦି ମୁଁ ଧରୁ ଧରୁ ମୋତେ ସାପ କାମୁଡ଼ିଦିଏ କଣ ମୁଁ ଏତେ ଜଲଦି ହସ୍ପିଟାଲରେ ପହଞ୍ଚି ପାରିବି ସେଥିପାଇଁ ମୁଁ ନିଜ ପାଖରେ ଆଣ୍ଟି ଭେନୋମ ରଖିଥାଏ।ଏହାପରେ ସେ ଆଉଏକ ସୂଚନା ଦେଇ କହିଥିଲେ କି, କିଛି ଲୋକେ ୟୁଟ୍ୟୁବରୁ ଭିଡ଼ିଓ ଦେଖି ସାପ ଧରିବାକୁ ଚେଷ୍ଟା କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଓ ଆପଣଙ୍କୁ ସାପ କାମୁଡ଼ିପାରେ। କାରଣ ଆମେ ଅଭିଜ୍ଞତା ରଖି ମଧ୍ୟ ଆମକୁ ସାପ କାମୁଡ଼ି ଦେଉଛି।

Leave a Reply

Your email address will not be published. Required fields are marked *