ପୁଣି ଆସୁଛି ବଡ ବାତ୍ୟା,ପ୍ରବଳରୁ ଅତିପ୍ରବଳ ବର୍ଷା ଏହି ସବୁ ଜିଲ୍ଲା ରେ,ଆଜିଠାରୁ ଓଡ଼ିଶାରେ ଛେଚିବ BARSAA,ଏହି ଜାଗାରେ ନାଛିବ ବର୍ଷା…

Uncategorized

ରାଜସ୍ଥାନର ବିକାନୀର ଠାରୁ ଆରମ୍ଭ କରି ବାଲେଶ୍ଵରର ଦିଘା ଉପକୂଳ ପର୍ଯ୍ୟନ୍ତ ନିମ୍ନଚାପ ରହିଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଯାହା ପ୍ରଭାବରେ ଓଡ଼ିଶାରେ ଏହି ଗଲା କିଛିଦିନ ଗୁଳୁଗୁଳି ସହ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଛି କିନ୍ତୁ ୧୮ ତାରିଖରୁ ଓଡ଼ିଶାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଖବର ସାମ୍ନାକୁ ଆସିଯାଇଛି।

ଏହି ସୂଚନା ଓଡ଼ିଶା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି କରାଯାଇଛି। ବିଭାଗ ତରଫରୁ କୁହାଯାଇଛି ଯେ, ବଙ୍ଗୋପସାଗରର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ଲଘୁଚାପର ରୂପ ନେଇ ଆସନ୍ତା ୧୮ ତାରିଖରୁ ଓଡ଼ିଶାର କିଛି ମୁଖ୍ୟ ସ୍ଥାନ ଗୁଡ଼ିକରେ ପାଗ ମେଘୁଆ ଦେଖାଦେବା ସହିତ ହାଲକା ବର୍ଷା ହେବ।

ପାଣିପାଗ ବିଭାଗ ଆଇଏମଡ଼ି ତରଫରୁ ସୂଚନା ଆସିଛି ଯେ, 19 ତାରିଖରେ ଭୁବନେଶ୍ୱର ସମେତ ଏହାର ସଂଲଗ୍ନ କିଛି ମୁଖ୍ୟ ଅଞ୍ଚଳ ଯଥା: କଟକ, ପୁରୀ ଇତ୍ୟାଦି ଜିଲ୍ଲାରେ ମେଘୁଆ ପାଗ ସହିତ ମେଘ ହେବାର ସମ୍ଭାବନା ବହୁତ ରହିଛି। ସେପ୍ଟେମ୍ବର ୧୯ ତାରିଖରୁ ରାଜ୍ୟର ଉପକୂଳ ଜିଲ୍ଲା ଯଥା

ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ଵର, ଗଞ୍ଜାମ ଗଜପତି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚିତ କରି ଏହି ସ୍ଥାନ ଗୁଡ଼ିକ ଉପରେ ୟେଲୋ ୱାର୍ଣିଂ ଜାରି କରିଦେଇଛି। ଏହାସହ ସେପ୍ଟେମ୍ବର 20 ତାରିଖରେ ବର୍ଷା ପ୍ରବଳରୁ ଅତିପ୍ରବଳ ବେଗରେ ହୋଇ ଏହା ଆହୁରି ଅଧିକ ଜିଲ୍ଲା ଯଥା

ମାଲକାନଗିରି, ନବରଙ୍ଗପୁର,ବରଗଡ଼, କୋରାପୁଟ, ଦେବଗଡ଼ ଇତ୍ୟାଦି ଜିଲ୍ଲାରେ ବର୍ଷିବ।ସେପ୍ଟେମ୍ବର 21 ତାରିଖ ଆଡ଼କୁ ପାଗରେ କିଛି ପରିବର୍ତ୍ତନ ହେବ ଓ ବର୍ଷା କମିବ ବୋଲି କୁହାଯାଇଛି। ଏହାଥିଲା ଆଜିର ପାଣିପାଗ ବିଭାଗର ରିପୋର୍ଟ, ଯେଉଁ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଆଜିଠାରୁ ଆସନ୍ତା ତିନିଦିନ ଯାଏଁ ପ୍ରବଳ ବର୍ଷା ହେବାର ରହିଛି।

Leave a Reply

Your email address will not be published. Required fields are marked *