ଭଦ୍ରକ ରେ ଦେଖାଗଲା ବିରଳ ବନସୁନ୍ଦରୀ ସାପ,ଭାଗ୍ୟରେ ଥିଲେ ଦେଖିବାକୁ ମିଳିଥାଏ ଏମିତି SUNDARI ସାପ,କିନ୍ତୁ ଉଦ୍ଧାର ସମୟରେ ଯାହା ଘଟିଲା…

ଓଡିଶାର ଭଦ୍ରକ ଜିଲ୍ଲାର ଏକ ଗ୍ରାମରୁ ଏକ ଅଦ୍ଭୁତ ପ୍ରକାରର ସାପ ଲୋକଲୋଚନକୁ ଆସିଛି। ସାପଟି ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଦେଖାଯାଇଥିଲା ଓ ସାପଟିକୁ ଦେଖି ଲୋକେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେମାନେ ତାଙ୍କ ଅଞ୍ଚଳରେ ଏହି ପ୍ରଜାତିର ସାପକୁ ପୂର୍ବରୁ କେବେ ଦେଖିନଥିଲେ ଓ ସେମାନେ ସାପ ପାଖକୁ ମଧ୍ୟ ଯିବାକୁ ଭୟ କରୁଥିଲେ।

ଏହି ସମୟରେ ଗାଁ ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ଓ ଦୁର୍ଲଭ ପ୍ରଜାତିର ସାପଟି ବିଷୟରେ ଶୁଣି ଉଦ୍ଧାରକାରୀ ଟିମ ଆସି ଗାଁ ରେ ପହଞ୍ଚିଗଲା।ସ୍ନେକ ହେଲ୍ପଲାଇନର ଜଣେ ଅଭିଜ୍ଞ ସାପ ଧରାଳି ବାଡ଼ି ଭିତରକୁ ପ୍ରବେଶ କଲେ ଓ ସେ ମଧ୍ୟ ସାପଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ

ଏହି ପ୍ରଜାତିର ସାପ ଆମ ଓଡ଼ିଶାରେ ବହୁତ କମ ଦେଖିବାକୁ ମିଳିଥାଏ। ସାପ ଧରାଳି ଜଣକ ନିଜର ଉଦ୍ୟମ ଦ୍ୱାରା ସାପଟିକୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସାପଟି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲା। ସାପ ଧରାଳି ନିଜର ସମସ୍ତ କୌଶଳ ଆପଣାଇ ସାପଟିକୁ ଧରିଥିଲେ ସତ ତଥାପି ସାପଟି ବାୟୁରେ

ଉଡ଼ିଯାଇ ଆକ୍ରମଣ କରୁଥିଲା ଓ ତା’ର ଏହି ଆକ୍ରମଣ ଠାରୁ ସାପ ଧରାଳି ଜଣକ ବର୍ତ୍ତି ଯାଉଥିଲେ ଓ ସାପଟିକୁ ନିଜ ଆୟତ୍ତରେ କରିଥିଲେ।ସାପଟିକୁ ଧରିବାପରେ ସାପ ଧରାଳି ଲୋକଙ୍କୁ ଏହି ସାପ ବିଷୟରେ ସୂଚନା ଦେଇ କହିଥିଲେ ଯେ, “ଏହି ସାପର ନାଁ ହେଉଛି Trinket ଯାହାକୁ ଆମେ ଓଡ଼ିଆରେ

ବନସୁନ୍ଦରୀ ବୋଲି କହିଥାଉ। ଏହି ସାପକୁ ଭଗବାନ ବହୁତ ସୁନ୍ଦରତାର ସହିତ ବିଭିନ୍ନ ରଙ୍ଗରେ ବନାଇଥାନ୍ତି। ଏହି ସାପର ଖାସିୟତ ହେଉଛି, ଯଦି କୌଣସି ବିପଦ ତା’ ଉପରକୁ ଆସେ ତାହେଲେ ସାପଟି ମରିବା ଭଳି ଅଭିନୟ କରିଥାଏ ଓ ସୁଯୋଗ ପାଇଲେ ମଣିଷ ଉପରକୁ ଆକ୍ରମଣ କରିବାପାଇଁ ତତ୍ପର ଥାଏ

ସାପ ଧରାଳି ଜଣକ ସାପଟିକୁ କାବୁ କରି ନେଉଥିବା ସମୟରେ ଗାଁ ର ଜଣେ ମଦୁଆ ଲୋକ ତାଙ୍କୁ ବାଧା ଦେଇ କହିଥିଲେ ଯେ, “ଦେଖ ଭାଇ ଇଏ ହେଉଛି ଠାକୁରଙ୍କ ସାପ, ତାକୁ ଛାଡ଼ିଦେ”। ବ୍ୟକ୍ତି ଜଣକ ସାପ ଧରାଳିଙ୍କ କାମରେ ବାଧା ଦେଉଥିବାରୁ ଅନ୍ୟ ଲୋକେ ସେହି ମଦୁଆ ଲୋକଟିକୁ ଟାଣି ନେଇଥିଲେ ଓ ସାପ ଧରାଳି ସୁରୁଖୁରୁରେ କାମ କରି ସାପଟିକୁ ନେଇ ଚାଲିଗଲେ।

Leave a Reply

Your email address will not be published. Required fields are marked *