ଘରେ ଘରେ ପରିଚିତ ସୁବ୍ରତୋ ବାଗଚି ଙ୍କ ବିଷୟରେ ଆପଣ ଏହି କଥା ଗୁଡିକ ଜାଣିନଥିବେ ? କେଉଁଠୁ ଏତେ ପଇସା ଆଣୁଛନ୍ତି ଦାନ ଦେବା ପାଇଁ ? ଏବେ ଜାଣିରଖନ୍ତୁ ତାଙ୍କ ମହାନତା ବିଷୟରେ

ଭୁବନେଶ୍ୱର – ସୁବ୍ରତ ବାଗଚି ଙ୍କ ନାମ କହିଲେ ସାରା ଓଡ଼ିଶାର ବର୍ତମାନ ସମୟରେ ଜଣେ ଅତି ପରିଚିତ ଓ ଘରେ ଘରେ ପରିଚିତ ଲୋକ କହିଲେ ଭୁଲ ହେବ ନାହି |ତେବେ ମାତ୍ର କିଛି ଦିନରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହେଇଥିଲେ ଓ କରୋନା ଆରମ୍ଭ ଋ ପ୍ରାୟ ଓଡ଼ିଶାର ପ୍ରତୀତି ଲୋକର ମନ ଜିତିବାରେ ମହିର ହେଇଥିବା ଲୋକ ଅଟନ୍ତି ଶ୍ରୀଯୁକ୍ତ ସୁବ୍ରତ ବାଗଚି |ତେବେ କରୋନ ସମୟରେ ବିବରଣୀ ଦେଇ ଲୋକଙ୍କ ମନ ଜିତିବା ହେଉ କିମ୍ବା ସମୟ ସମୟରେ ଲୋକଙ୍କ ପାଇଁ କୋଟି କୋଟି ତାଙ୍କର ସହାୟତା ଦେଉଥିବା ଲୋକ ଅଟନ୍ତି ସୁବ୍ରତ ବାଗଚି |ତେବେ ଅପନକ ଭିତରେ ଖୁବ କମ ଲୋକ ତାଙ୍କ ବିଷୟରେ ଜାଣିଥିବେ |ଆଜି ଆମେ ଆପଣାକୁ ଓଡ଼ିଶାର ବର୍ତମାନ ସମୟର ସବୁଠୁ ଲୋକପ୍ରିୟ ଲୋକ ସୁବ୍ରତ ବାଗଚି ଙ୍କ ବିଷୟରେ ଜଣେଇବୁ

ତେବେ କିଏ ଏହି ସୁବ୍ରତ ବାଗଚି | ଆପଣଙ୍କ ସବୁ ପ୍ରଶ୍ନ ର ଉତ୍ତର ଆଜି ଆମେ ଦେବାକୁ ଯାଉଛୁ |ତେବେ ସୁବ୍ରତୋ ବାଗଚି ମେ ମାସ ୩୧ ତାରିଖ ୧୯୫୯ ମସିହା ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ଜନ୍ମଗ୍ରହଣ କରିଥିଲେ | ସେ ମଖାନ୍ ଗୋପାଳ ବାଗଚି ଏବଂ ଲାବଣ୍ୟ ପ୍ରଭାସ ବାଗଚି ଙ୍କର ସୁପୁତ୍ର ଅଟନ୍ତି |ତାଙ୍କ ସ୍ତ୍ରୀ ଙ୍କ ନାମ ସୁସ୍ମିତା ବାଗଚି ଓ ତାଙ୍କ ପତ୍ନୀ ଜଣେ ଲେଖକ ଅଟନ୍ତି |ତେବେ କାହିଁକି ଆଜି ସାରା ଓଡ଼ିଶାରେ ଘରେ ଘରେ ସେ ଅତି କମ ସମୟରେ ଏତେ ଲୋକପ୍ରିୟ ହେଇ ପାରିଲେ |ଚଳାନ୍ତୁ ସେ ବିଷୟରେ

ତେବେ କରୋନା ମହାମାରୀ ସମୟରେ ସେ ତାଙ୍କର ଆର୍ଥିକ ସହାୟତା ୨ କୋଟି ୫୦ ଲକ୍ଷ ଦେଇ ସାରା ଓଡ଼ିଶାର ଲୋକଙ୍କ ମନକୁ ଜିତିଯାଏଥିଲେ |କିନ୍ତୁ ଏତିକି ରେ ସାରିନଥିଲା ତାଙ୍କ ମହାନତା ଏହାପରେ ଏକ କ୍ୟାଂଶର ହସପିଟାଲ ଓଡ଼ିଶାରେ ଖୋଲିବା ପାଇଁ ସେ ୩୪୦ କୋଟି ଟଙ୍କାର ଦାନ ଦେଇଥିଲେ |ତେବେ ଏହି ଦାନ ଦେବା ସମୟରେ ଏପରି ଏକ କଥା କହିଥିଲେ ସୁବ୍ରତୋ ବାଗଚି ଯାହାକି ସାରା ଓଡ଼ିଶାର ଲୋକଙ୍କ ହୃଦୟକୁ ଜିତିଯାଏଥିଲେ |ତେବେ ସେ ଏହି ସମୟରେ କହିଥିଲେ ଯେ ପଇସା ତାଙ୍କୁ ବୋଝ ପରି ଲାଗିଲା ଓ ସେହି ବୋଝ କୁ ସେ ହାଲକ କରିବା ପାଇଁ ଓଡ଼ିଶା ଲୋକଙ୍କ ସେବା କରିବା ପାଇଁ ଇଛା ପ୍ରକାଶ ବୋଲି କହିଥିଲେ |ଯାହାକି ସାରା ଓଡ଼ିଶା ଲୋକଙ୍କୁ ମନମୋହିତ କରିଥିଲା

ତେବେ ସୁବ୍ରତୋ ବାଗଚି ଏତେ ପଇସା କେଉଁଠୁ ଆଣିଲେ |ଏକଥା ସମସ୍ତନକ ମନରେ ନିଶ୍ଚୟ ପ୍ରଶ୍ନ ସୃଷ୍ଟି କରୁଥିବା | ତେବେ ଆପଣାକୁ କହିରଖୁ ଯେ ଶ୍ରୀଯୁକ୍ତ ବାଗଚି ଙ୍କର ଏକ ମିଲିୟନ ଡ଼ଲାର କମ୍ପାନୀ ରହିଛି ଯାହାକି Mindtree ନାମରେ ନାମିତ |ସେ ୧୯୭୪ ମସିହା ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଥିଲେ |ଏହାସହ ସେ ଭାରତୀୟ ସେନାବାହିନୀର ପାରାଚୁଟ ରେଜିମେଣ୍ଟ ଅଧିନରେ ଟ୍ରେନିଙ୍ଗ ଗ୍ରହଣ କରି “ପାରା ଉଇଙ୍ଗସ” ହାସଲ କରିଥିଲେ |ଯାହାକି ନିଶ୍ଚୟ ଏକ ବଡ ଉପଲବ୍ଧି ଅଟେ |ତେବେ ୧୯୭୫ ମସିହା ରେ ସେ ସାରା ଭାରତରେ ଶ୍ରେଷ୍ଠ ଏନସିସି କାଡେଟ ଭାବେ ସଂମାନିତ ହେଇଥିଲେ

ତେବେ ସୁବ୍ରତୋ ବାଗଚି ୧୯୭୬ ମସିହା ରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ରେ ଏକ ଛୋଟ କିରାଣୀ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ |ତେବେ ଏଠାରେ ମାତ୍ର ଏକ ବର୍ଷ ରହିବା ପରେ ୧୯୭୭ ରେ ସେ ଏହି ଚାକିରି ଋ ବିଦାୟ ନେଇଥିଲେ |ଜୀବନରେ କିଛି ବଡ କରିବାର ମନୋବଳ ତାଙ୍କ ଭିତରେ ଜୋରଦାର ଥିଲା |

ସୁବ୍ରତ ବାଗ୍‌ଚୀ ଉଇପ୍ରୋ କମ୍ପାନୀ ସହିତ ସେ ସର୍ବାଧିକ ସମୟ କାମ କରିଥିଲେ |ତେବେ ସୁବ୍ରତ ବାଗ୍‌ଚୀ ୧୯୯୯ ମସିହାରେ ସେ ମାଇଣ୍ଡଟ୍ରୀ କମ୍ପାନୀ ପ୍ରତିଷ୍ଠା କରିଥିଲେ ଓ ନିଜର ୯ ଜଣ ସାଙ୍ଗମାନଙ୍କ ସହଯୋଗ ରେ ସେ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ |ବର୍ତ୍ତମାନ ମାଇଣ୍ଡଟ୍ରୀ ୫୦୦ ବିଲିଅନ ଡଲାର ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଏହି କମ୍ପାନୀ ରେ ବର୍ତମାନ ୧୬ ହଜାର କର୍ମଚାରୀ ଅଛନ୍ତି|ତେବେ ଏହି କମ୍ପାନୀ ଆରମ୍ଭ ଦିନରୁ ଏହାର ସିଇଓ ରହିଥିଲେ ସୁବ୍ରତ ବାଗ୍‌ଚୀ |ତେବେ ସେ ୨୦୧୬ ରେ ଏହି କମ୍ପାନୀ ରୁ ବିରତ ନେଇଥିଲେ |ସେ ବର୍ତମାନ ଓଡିଶା ସରକାର ଙ୍କ ଅଧୀନ ରେ ବାର୍ଷିକ ମାତ୍ର ୧ ଟଙ୍କା ବେତନ ରେ ଚାକିରୀ କରିଛନ୍ତି |ତେବେ ଆପଣଙ୍କୁ ନିଶ୍ଚୟ ଏହି ଲେଖା ଟି ଭଲ ଲାଗିଥିବା |ଭଲ ଲାଗିଲେ ନିଶ୍ଚୟ ବନ୍ଧୁ ମାନକୁ ଏହି ଲେଖା ପଠେଇବେ

Leave a Reply

Your email address will not be published. Required fields are marked *