ଭଗବାନ ଶିବ ଓ ହନୁମାନଜୀଙ୍କ ଏହି ରହସ୍ୟ ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ଆଜି ହିଁ ଜାଣିନିଅନ୍ତୁ

ବନ୍ଧୁଗଣ ଏମିତିରେ ଆମେ ଆଜି ଆପଣଙ୍କୁ ଭଗବାନ ଶିବ ଓ ହନୁମାନଙ୍କର ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବହୁତ କମ୍ ଲୋକ ଜାଣିଛନ୍ତି । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ହନୁମାନ ଆଉ କେହି ନୁହେଁ ବରଂ ଶିବଙ୍କର ଏକ ଅବତାର ଅଟେ, ଶିବଜୀ ହନୁମାନଜୀଙ୍କର ଅବତାର ନେଇଥିଲେ । ଏହି କଥା ବହୁତ ଜାଗାରେ ପଢିବାକୁ ମିଳିଯିବ,  କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ହନୁମାନଙ୍କର ଏହି ରୁପ କେଉଁ କାରଣରୁ ନେଇଥିଲେ, ଆଜି ଆମେ ଏହି ରହସ୍ୟ ଉପରୁ ପରଦା ଉଠାଇବୁ ।

ଏହି କାହାଣୀ ରାମାୟଣର ପ୍ରାରମ୍ଭରୁ ଯୋଡି ହୋଇଛି, ଏହି ସମୟରେ ଭଗବାନ ଶ୍ରୀରାମ ପୃଥିବୀରେ ଜନ୍ମ ନେଇଥିଲେ, ଏମିତିରେ ଶିବଙ୍କର ମନ ହୋଇଥିଲା କି ସେ ପୃଥିବୀ ପୃଷ୍ଟକୁ ଆସି ରାମଙ୍କୁ ଦର୍ଶନ କରିବେ , ଏହି ସମୟରେ ଭଗବାନ ରାମ କେବଳ ୫ ବର୍ଷର ହୋଇଥିଲେ , ଶିବଙ୍କର ସହ ଗୋଟେ ସମସ୍ୟା ଥିଲା କି ସେ ନିଜ ଅସଲ ରୁପରେ ପୃଥିବୀ ପୃଷ୍ଟରେ ଯାଇପାରିନଥାନ୍ତେ । ଏହି ମଧ୍ୟରେ ଶିବ ନିଜ ସ୍ତ୍ରୀ ମା ପାର୍ବତୀଙ୍କୁ କହିଲେ ହେ ପାର୍ବତୀ, କଣ ତୁମେ ଜାଣିଛ କି ମୋର ରାମ ପୃଥିବୀରେ ଜନ୍ମ ନେଇଛନ୍ତି ଓ ତାଙ୍କ ଦର୍ଶନ ଓ ସେବା କରିବାକୁ ଚାହୁଁଛି,  ମୋର ଇଚ୍ଛା ଅଛି ମୁଁ ପୃଥିବୀ ପୃଷ୍ଟରେ ଯାଇକରି ତାଙ୍କ ସହ ସେଠାରେ ରହିବି ।

ଶିବଙ୍କ ଏହି କଥା ଶୁଣିକରି ପାର୍ବତୀ ବିଚଳିତ ହୋଇଗଲେ ଓ କହିଲେ ହେ ସ୍ୱାମୀ, ମୋ ସହ ଏମିତି କି ଭୁଲ୍ ହୋଈଯାଇଛି କି ଆପଣ ମୋତେ ଛାଡି ପୃଥିବୀଲୋକ ଯିବାକୁ ମନ ବଳାଇଛନ୍ତି , ଯଦି ଆପଣ ମୋତେ ଛାଡି ଚାଲିଯିବେ ତେବେ ଆପଣଙ୍କ ବିନା ମୁଁ କେମିତି ଜୀବିତ ରହିପାରିବି ?

ପାର୍ବତୀଙ୍କ ଏହି କଥା ଶୁଣିକରି ଶିବଙ୍କୁ ଅନୁଭବ ହେଲା କି ସେ ତାଙ୍କ ବିନା ରହିପାରିବେ ନାହିଁ , ସେ ଭାବିଲେ କି ଯଦି ମୁଁ ଚାଲିଯିବି ତେବେ ପାର୍ବତୀ ନିଜ ପ୍ରାଣକୁ ତ୍ୟାଗ କରିପାରନ୍ତି, ଏମିତିରେ ଶିବ ଏକ ବଡ ଅସୁବିଧାରେ ପଡିଗଲେ, ଯେଉଁଠି ଶିବଙ୍କୁ ପାର୍ବତୀଙ୍କ ସହ ରହିବାର ଥିଲା ଓ ଅନ୍ୟ ପଟେ ପୃଥିବୀ ପୃଷ୍ଟକୁ ଯାଇକରି ଶ୍ରୀରାମଙ୍କର ସେବା କରିବାର ଥିଲା ଏଥିପାଇଁ ଶିବ ଏକ ଉପାୟ ଭାବିଲେ ସେ ପାର୍ବତୀଙ୍କୁ ନିଜ ୧୧ ଟି ରୁଦ୍ରାକ୍ଷର ରହସ୍ୟ କହିଲେ ହେ ପାର୍ବତୀ ! ମୁଁ ନିଜ ୧୧ ଟି ରୁଦ୍ରାକ୍ଷର ଅବତାରରୁ ଏକ ବାନର ଅବତାର ଆଜି ନେଉଛି , ମୋର ଏହି ବାନର ରୁପ ହନୁମାନଙ୍କ ରୁପ ଭାବେ ଜଣାଯିବ ।

ଶାସ୍ତ୍ରକୁ ମାନିଲେ ଭଗବାନ ଶିବ ପୁର୍ବରୁ ଜାଣିଥିଲେ କି କଳିଯୁଗରେ ନା ସେ ରହିବେ ଓ ନା ଶ୍ରୀରାମ ରହିବେ , ଏମିତିରେ ସେ ପୃଥିବୀ ଲୋକରେ ଲୋକଙ୍କ କଲ୍ୟାଣପାଇଁ ହନୁମାନଜୀଙ୍କ ରୁପ ଧାରଣ କଲେ ଓ ଅମରତାର ବରଦାନ ସହ ଜନ୍ମ ନେଲେ , ଏହି କାରଣରୁ ଆଜି ବି ହନୁମାନ ପୃଥିବୀ ପୃଷ୍ଟରେ କେଉଁଠି ନା କେଉଁଠି ରହୁଛନ୍ତି, ଓ ନିଜ ଭକ୍ତଙ୍କ ସବୁ ଦୁଃଖ କଷ୍ଟକୁ ଦୁର କରୁଛନ୍ତି, ସମୟ ସମୟରେ ଏହି କଥାର ସାକ୍ଷ୍ୟ ପ୍ରମାଣ ବି ପୃଥିବୀ ପୃଷ୍ଟରେ ଦେଖିବାକୁ ମିଳେ ।

ଏହି ପରି ଭାବେ ଯଦି କେଉଁ ଭକ୍ତ ହନୁମାନଙ୍କୁ ପ୍ରସନ୍ନ କରିଦିଏ ତେବେ ତାର ସବୁ ମନୋକାମନା ପୁରା ହୋଇଯାଏ , ହନୁମାନଜୀଙ୍କ ପାଖରେ ଏତେ ମହାଶକ୍ତି ଅଛି ଯାହାର କଳ୍ପନା କରିହେବ ନାହିଁ , ସେ ଶିବଙ୍କର ଏକ ଅବତାର ଅଟନ୍ତି ।

Leave a Reply

Your email address will not be published. Required fields are marked *