ବହୁତ ବିଷାକ୍ତ Chandranaga ତିନୋଟି ନିରୀହ ବାଛୁରୀ ର ଜୀବନ ନେଇଗଲା,ଆଉ ତାପରେ ଯାହା ଘଟିଲା ଦେଖିଲେ ଆପଣ କାନ୍ଦି ପକେଇବେ…ଦେଖନ୍ତୁ Video

ଚନ୍ଦ୍ରନାଗ ବା ତମ୍ପ ଏହି ସାପ ପ୍ରଜାତି ଦକ୍ଷିଣ ଏସିଆ ମହାଦେଶ ଭଳି ଦେଶ ଭାରତ, ଚାଇନା, ଭିଏତନାମ ଭଳି ଦେଶରେ ଦେଖିବାକୁ ମିଳିଥାଏ। ଏହି ସାପର ଲମ୍ବ ଅପେକ୍ଷାକୃତ ଅତି ବେଶୀରେ 2 ମିଟର ପର୍ଯ୍ୟନ୍ତ ହୋଇଥାଏ।ଏହି ସାପକୁ ଚିହ୍ନିବେ କିପରି? :-ଏହି ସାପକୁ ଆପଣ ଅତିସହଜରେ ଚିହ୍ନିପାରିବେ କାରଣ ଏହି ସାପର ଫଣାରେ ବା ମୁଣ୍ଡର ପଛପଟେ ଏକ ଗୋଲ ଆକାରରେ ଚିହ୍ନ ରହିଛି। ଏହି ସାପ ମଣିଷକୁ ଦେଖିଲେ ବହୁତ କ୍ରୋଧିତ ହୋଇଯାଏ ଓ ଅତି ଜୋରରେ ସୁସୁ ଶବ୍ଦ କରିଥାଏ।

ନାଗ ପ୍ରଜାତିର ଅଟେ ଏହି ସାପ:-ଏକ୍ସପର୍ଟ ମାନଙ୍କ କହିବାନୁଯାୟୀ, ଏହି ସାପ ନାଗ ଜାତିର ଅଟେ। ଆମ ଭାରତରେ ସାଧାରଣତଃ ଦୁଇଟି ପ୍ରକାରର ନାଗ ଦେଖିବାକୁ ମିଳିଥାନ୍ତି। ଚନ୍ଦ୍ରନାଗ ଯାହାକୁ ଆମ ଓଡିଶାରେ ପ୍ରାୟତଃ କେତେକ ସ୍ଥାନରେ ତମ୍ପ ସାପ ବୋଲି କହୁଛେ, ଏହାର ପଛପଟେ ଚନ୍ଦ୍ର ବା ଗୋଲାକୃତି ଦେଖିବାକୁ ମିଳିଥାଏ।

ଏହାବ୍ୟତୀତ ଆଉ ଏକ ନାଗ ଦେଖିବାକୁ ମିଳିଥାଏ ଯାହା ପଛପଟେ କଠଉ ବା ଚଷମା ଆକୃତି ଦେଖିବାକୁ ମିଳେ।କେତେ ଖତରନାକ?:-ଏକ୍ସପର୍ଟ ମାନଙ୍କ ମତରେ ଏହି ସାପ ବହୁତ ବିଷଧର ଅଟେ। ଏହି ସାପ କାମୁଡ଼ିବା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇଥାଏ। ସେଥିପାଇଁ ଯଦି କାହାରିକୁ ଏହି ସାପ କାଟି ଦେଉଛି ତାହେଲେ ଆପଣ ଝଡ଼ାଫୁଙ୍କା ନକରି ତୁରନ୍ତ ହସ୍ପିଟାଲ ନେଇଯାଆନ୍ତୁ।

ଠିକ ଏହିପରି ଏକ ସାପ ଓଡ଼ିଶାର ଭଦ୍ରକ ଜିଲ୍ଲା ଧର୍ମଶାଳାରୁ ସାମ୍ନାକୁ ଆସିଥିଲା। ସାପଟି ବିଗତ ଏକମାସ ମଧ୍ୟରେ ତିନୋଟି କଅଁଳା ବାଛୁରୀର ଜୀବନ ନେଇସାରିଲାଣି। ପରିବାର ଲୋକଙ୍କ କହିବାହେଲା ସାପଟି ଘାର ପଛପଟ ବଣରେ ସର୍ବଦା ବୁଲାବୁଲି କରେ ଓ ବହୁତବାର ଘର ଭିତରକୁ ମଧ୍ୟ ଚାଲି ଆସିଥାଏ।

ପରିବାର ଲୋକଙ୍କ ଏହା କହିବାହେଲା ତିନୋଟି ବାଛୁରୀର ମୃତ୍ୟୁ ଏହି ସାପର କାମୁଡ଼ାରେ ହିଁ ହୋଇଥିଲା। ପ୍ରଥମେ ଶ୍ରାବଣ ମାସରେ ଏହି ସାପର କାମୁଡ଼ାରେ ଦୁଇଟି ବାଛୁରୀ ପ୍ରାଣ ହରାଇଥିବା ବେଳେ ଏବେ ଆଉ ଏକ ବାଛୁରୀର ଜୀବନ ଚାଲିଯାଇଛି। ପରିବାର ଲୋକେ ବାଛୁରୀ ମାନଙ୍କ ମୃତ୍ୟୁରେ ବହୁତ ଭାଙ୍ଗି ପଡ଼ିଛନ୍ତି।

ସେପଟେ ସ୍ନେକ କ୍ୟାଚର ଜଣଙ୍କୁ ସାପଟିକୁ ଧରିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା କାରଣ ସାପଟି ଗୁହାଳ ଭିତରେ ଲୁଚି ଯାଇଥିଲା ଓ ସାପଟି ଆଦୌ ଧରା ଦେଉନଥିଲା। ସାପଟିକୁ ଧରିବାପରେ ସେ ତଥାପି ନିଜର କ୍ରୋଧିତ ସ୍ଵଭାବ ଛାଡୁନଥାଏ ଓ ସାପ ଧରାଳିଙ୍କୁ କାଟିବାକୁ ଚେଷ୍ଟା କରୁଥାଏ। କିନ୍ତୁ ସାପ ଧରାଳି ଜଣକ କୁଶଳତାର ସହିତ ସାପଟିକୁ ନିଜ ଆୟତ୍ତକୁ ଆଣି ନିଜ ସାଥିରେ ନେଇଯାଇଥିଲେ।

https://www.youtube.com/watch?v=4C7kVc2FH5w

Leave a Reply

Your email address will not be published. Required fields are marked *