IAS ସନ୍ତୋଷଙ୍କ ସହ ଅପରାଜିତାଙ୍କ ପ୍ରେମ କାହାଣୀ,ଏହି କାହାଣୀ ଜାଣିଲେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ…

ଅପରାଜିତା ଷଡ଼ଙ୍ଗୀ ଯାହାଙ୍କୁ ନିଜର ପରିଚୟ ଦେବା ଆବଶ୍ୟକତା ନାହିଁ। ଆଜି ସେ ଓଡ଼ିଶାରେ ପରିଚିତ କାରଣ ସେ ଜଣେ ଦୃଢ଼ ମହିଳା ଅଟନ୍ତି ଓ ସ୍ପଷ୍ଟବାଦୀ ମଧ୍ୟ ଅଟନ୍ତି। ଓଡ଼ିଶାରେ ବର୍ତ୍ତମାନ ସେ ରାଜନୀତି ଯୋଗୁଁ ନିଜ ପରିଚୟ ସୃଷ୍ଟି କରିଛନ୍ତି କିନ୍ତୁ ଆଜି ଆମେ ତାଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ଜାଣିବାକୁ ଯାଉଛେ। ଆସନ୍ତୁ ଜାଣିବା ତାଙ୍କ ଲାଇଫ ଷ୍ଟୋରୀ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

ଅପରାଜିତା ଷଡ଼ଙ୍ଗୀ 1969 ମସିହାରେ ବିହାରର ଭାଗଲପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ନାଳନ୍ଦା ୟୁନିଭରସିରେ ଅର୍ଥନୀତିରେ ଗ୍ରାଜୁଏସନ ପଢା ସାରିଥିଲେ ଓ 1994 ମସିହାରେ ସେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ଭାବରେ କାର୍ଯ୍ୟରତ ହୋଇଥିଲେ।ତାଙ୍କ ଲାଇଫ ପାର୍ଟନରଙ୍କ ବିଷୟରେ

କହିବାକୁ ଗଲେ ସନ୍ତୋଷ ଷଡ଼ଙ୍ଗୀ ହେଉଛନ୍ତି ତାଙ୍କର ଲାଇଫ ପାର୍ଟନର ଓ ସେ ମଧ୍ୟ ଜଣେ ଆଇଏଏସ ଅଧିକାରୀ ଅଟନ୍ତି। ଅପରାଜିତା ଓ ସନ୍ତୋଷଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ପୁଅର ନାମ ଶିଖର ଷଡ଼ଙ୍ଗୀ ଓ ଝିଅର ନାଁ ହେଉଛି ଅର୍ଚ୍ଚିତା ଷଡ଼ଙ୍ଗୀ ଅଟେ।2006 ମସିହାରୁ 2013 ମସିହା

ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ରହିସାରିଛନ୍ତି ଅପରାଜିତା ଷଡ଼ଙ୍ଗୀ। 2006 ରୁ 009 ପର୍ଯ୍ୟନ୍ତ ସେ ବିଏମସି ବା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପାଇଁ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ଚାରିବର୍ଷ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସେକ୍ରେଟାରୀ, ଉଚ୍ଚଶିକ୍ଷା ବିଭାଗର ସେକ୍ରେଟାରୀ

ଟେକ୍ସଟାଇଲ ଓ ହ୍ୟାଣ୍ଡଲୁମ ଡ଼ିପାର୍ଟମେଣ୍ଟର ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଥିଲେ।2012 ମସିହାରେ ସେ ଭାରତୀୟ ସ୍କାଉଟ ଓ ଶକ୍ତି ସମ୍ଵନ୍ଧରେ ପୁରସ୍କୃତ ହୋଇଥିଲେ। ଏହାପରେ ସେ ସେଣ୍ଟ୍ରାଲରେ କାମ କରିବାକୁ ଚାଲିଯାଇଥିଲେ। 2018 ମସିହାରେ ଆଇଏଏସ ଅଧିକାରୀ ଭାବରେ ନିଜର ସେବା ତ୍ୟାଗ କରିବାପରେ ନଭେମ୍ବର 2018 ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

https://www.youtube.com/watch?v=8i7HZ6Tb1P8

Leave a Reply

Your email address will not be published. Required fields are marked *