ବାବୁସାନ ଏବଂ ପ୍ରକୃତିଙ୍କୁ ବିବାଦକୁ ନେଇ ମୁହଁ ଖୋଲିଲେ ହାସ୍ୟ ଅଭିନେତା Harihara ମହାପାତ୍ର,କହିଲେ ଅସଲ ମଞ୍ଜ କଥା…

ବାବୁସାନ ଏବଂ ପ୍ରକୃତିଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଥିବା ବେଳେ ହାସ୍ୟ ଅଭିନେତା ହରି ଏଠି ନେଇ ନିଜ ମତ ରଖିଛନ୍ତି।ସେ କହିଛନ୍ତି ଯେ,ଏହି କଳି ଯଦି ସାଧାରଣ ଘରେ ହୋଇ ଥାଆନ୍ତା, ତେବେ ଏତେ ଗୁରୁତ୍ୱ ଦିଆ ଯାଇ ନଥାନ୍ତା। ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ପ୍ରାୟତଃ ଦେଖା ଯାଏ।ସ୍ୱାମୀ ସ୍ତ୍ରୀ ସମ୍ପର୍କ ଲହରୀର ତରଙ୍ଗ ଭଳି।ବେଳ ବେଳେ ଢେଉ ଧୀରେ ଆସେ ତ ବେଳେ

ବେଳେ ଢେଉ ଜୋରରେ ଆସେ।ଏବେ ବାବୁସାନଙ୍କ ଜୀବନରେ ସେହିଭଳି ଏକ ଢେଉ ଆସିଛି।ଏହା ମଧ୍ୟ ଧୀରେ ଧୀରେ ମିଳେଇ ଯିବ।’ସେ କଥା ମଧ୍ୟ କହିଛନ୍ତି ଯେ,ଓଡ଼ିଆ ସିନେମା ବର୍ତ୍ତମାନ ଯେଉଁଭଳି ଅବସ୍ଥାରେ ପହଂଚିଲାଣି, ସିନେମା ହଲ ସଂଖ୍ୟକ ମଧ୍ୟ କମି ଗଲାଣି, ସରକାର ସିନେମା ହଲ ତିଆରି

କରୁ ନାହାନ୍ତି, ଆଜିକାଲି ସିନେମାକୁ ପ୍ରୋତ୍ସାହନ ନାହିଁ, କଳିଙ୍ଗ ଷ୍ଟୁଡ଼ିଓ ପାଇଁ ପଇସା ଖର୍ଚ୍ଚ କରାଯାଉଛି, କିନ୍ତୁ ସେଥିରେ କୌଣସି ବି ଲାଭ ନାହିଁ।’ ବାବୁସାନଙ୍କ ମାମଲାରେ ସେ କହିଛନ୍ତି ଯେ,’ଏହି କଥାରେ ଥାନା ,କୋର୍ଟ, କଚେରୀ ଯିବାର କୌଣସି ବି ଆବଶ୍ୟକତା ନାହିଁ।ନିଜ ନିଜ ପରିବାର ମଧ୍ୟରେ କଥା ହୋଇ

ଯଥାଶୀଘ୍ର ଏହି କଥାର ସମାଧାନ କରିବା ଦରକାର। ଏପରି ଛୋଟ ଛୋଟ କଥା ଜୀବନରେ ହୁଏ ଏବଂ ତାହା ମିଳେଇ ଯାଏ।ଏହାକୁ ନେଇ ବ୍ୟସ୍ତ ନ ହୋଇ ଓଡ଼ିଆ ସିନେମାକୁ ଟିକେ ଉଠାଇବାକୁ ସମସ୍ତେ ଚେଷ୍ଟା କରନ୍ତୁ।ଓଡ଼ିଆ ସିନେମା ବର୍ତ୍ତମାନ ରୁଗ୍ଣ ପରିସ୍ଥିତିରେ ପଡି ରହିଛି।ଏହାର ବିକାଶ ପାଇଁ କିଛି ପଦକ୍ଷେପ ନିଅନ୍ତୁ।

ଜୀବନରେ ଏଭଳି ଅନେକ ଝଡ଼ ଝଞ୍ଜା ଆସେ ଏବଂ ତାହା ଚାଲି ଯାଏ।ଏହା ଏକ ବ୍ୟକ୍ତିଗତ କଳି।ଦୟାକରି, ଏହାକୁ ଏତେ ବଡ଼ ଇସୁ ବନେଇବା ଦରକାର ନାହିଁ।ଆମ ସମସ୍ତଙ୍କ ଯୁବନରେ ଆସିପାରେ। ଆମେମାନେ ମଧ୍ୟ ଏପରି ଅସୁବିଧାର ସମ୍ମୁଖୀନ ହୋଇ ପାରୁ।ତେଣୁ ଦୟାକରି ଏହାକୁ ନେଇ ମଜା ଉଠାଇବା ବନ୍ଦ କରନ୍ତୁ।ଏହା ସମୟ ଅନୁସାରେ ନିଜ ପରିବାର ସହାୟତାରେ ସମାଧାନ ହୋଇଯିବ।

Leave a Reply

Your email address will not be published. Required fields are marked *