କେମିତି ଆବିର୍ଭାବ ହେଲେ ମାଆ କଟକଚଣ୍ଡୀ,ମା Chandi ଙ୍କ ଏହି କଥା ଆପଣ ଜାଣିଲାପରେ ହୋଇଯିବେ ଆଶ୍ଚର୍ଯ୍ୟ..

ଓଡ଼ିଶାର କଟକ ସହର ଯାହାକି 1000 ବର୍ଷର ପୁରୁଣା ସହର, କଟକ ସହର ମଧ୍ୟ ସିଲଭର ସିଟି ବା ଚାନ୍ଦିର ସହର ରୂପରେ ସାରା ଓଡ଼ିଶାରେ ପରିଚିତ। ଭୁବନେଶ୍ୱର ପୂର୍ବରୁ ଓଡ଼ିଶାର ରାଜଧାନୀ କଟକ ମଧ୍ୟ ଥିଲା। କଟକ ପୂର୍ବ ଓଡ଼ିଶାର ଏକ ସର୍ବପୁରାତନ ଜିଲ୍ଲା ଅଟେ, ଏହା ମହାନଦୀ ଓ କାଠଯୋଡ଼ି ମଝିରେ ଅବସ୍ଥିତ ହୋଇ ରହିଛି। କଟକର କଥା କହିବାକୁ ଗଲେ ଏଠାରେ ମାଆ କଟକଚଣ୍ଡୀ ପୂଜା ପାଆନ୍ତି

ଓ କଟକ ମାଆଙ୍କ ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ। ଆଜି ଆମେ ଏହି ଆର୍ଟିକଲ ମଧ୍ୟରେ ଖାଆସ କରି ମାଆ କଟକଚଣ୍ଡୀଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ମାଆଙ୍କ ବିଷୟରେ।ମାଆ କେମିତି ହେଲେ ଆବିର୍ଭାବ:-ବହୁତ ବର୍ଷ ପୂର୍ବେ ହଂସନାଦ ପଣ୍ଡା ନାମକ ଜଣେ ଗାଈ ଚରାଳି

ନିଜ ଗାଈ ଚରାଉଥିଲେ ଓ ଗାଈ ଚରାଇ ଥକିଯାଇ ସେ ଏକ ଗଛ ମୂଳରେ ବସିପଡ଼ିଲେ। ଏହି କିଛି ସମୟ ବିଶ୍ରାମ ସମୟରେ ତାଙ୍କ ଆଖିକୁ ନିଦ ଆସିଯାଇଥିଲା ଓ ସେ ନିଦରେ ଦେଖିଲେ ଜଣେ ଦେବୀ ତାଙ୍କୁ ସ୍ୱପ୍ନାଇଛନ୍ତି ଓ ସେ ଏହି ସ୍ଥାନରେ ରହିଛନ୍ତି ବୋଲି ହଂସନାଦ ପଣ୍ଡାଙ୍କ ସ୍ୱପ୍ନରେ ଆସି କହିଛନ୍ତି।

ଏହିସବୁ ଜିନିଷ ନିଜ ସ୍ୱପ୍ନରେ ଦେଖିଲାପରେ ହଂସନାଦ ପଣ୍ଡା ତୁରନ୍ତ କନିକ ରାଜାଙ୍କୁ ଖବର ଦେଇଥିଲେ ଓ ରାଜା ତାଙ୍କ କଥାନୁସାରେ ସେହି ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ। ବହୁତ ସମୟ ଖୋଳିବାପରେ ସେଠାରୁ 4 ଟ୍ରିପ ସିନ୍ଦୂର ବାହାରିଥିଲା ଓ ଏହାପରେ ମାତାଙ୍କ ଦର୍ଶନ ଦେଖିବାକୁ ମିଳିଥିଲା।

ରାଜା ନିଜ ପ୍ରଜାଙ୍କ ସହାୟତାରେ ମାତାଙ୍କ ମୂର୍ତ୍ତିକୁ ସେଠାରୁ ବାହାର କଲେ ଓ ଏକ କଦମ୍ବ ଗଛ ପାଖରେ ରଖି ମାତାଙ୍କୁ ପୂଜା କରିବା ଆରମ୍ଭ କରିଥିଲେ।ମାତା ଅବସ୍ଥାନ କରିବାପରେ ହଂସନାଦ ପଣ୍ଡା ପ୍ରତିଦିନ ମାଆଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି। ଧିରେଧିରେ ହଂସନାଦ ପଣ୍ଡାଙ୍କ ବୟସ ବଢ଼ିଲା ଓ ତାଙ୍କ ପରେ ତାଙ୍କ ପୁଅ ଲଖଣ ପଣ୍ଡା

ମଧ୍ୟ ମାତାଙ୍କ ପୂଜା କାମ ଜାରି ରଖିଲେ ଓ ସେ ମାଆଙ୍କ ଭାବର ଭକ୍ତ ଥିଲେ। ମାତା ଏଠାରେ ପୂଜା ପାଉଥିବାର ଖବର ଚାରିଆଡ଼େ ଶୁଣିବାକୁ ମିଳିଲା ଓ ଲୋକେ ଏଠାକୁ ମାତାଙ୍କ ପୂଜା କରିବାକୁ ଆସିଲେ ଓ ମନସ୍କାମନା ପୂରଣ ହେବାପରେ ବହୁତସାରା ଲୋକେ ଆସ୍ତେ ଆସ୍ତେ ମାତାଙ୍କ ମନ୍ଦିରକୁ ଗଢ଼ିବା ଆରମ୍ଭ କରିଥିଲେ।

ଠିକ ଏହିପରି ଲଖଣ ପଣ୍ଡାଙ୍କ ପରେ ତାଙ୍କ ପୁଅ ଦୟାନିଧି ପଣ୍ଡା ଏକ ଅଲଗା ପ୍ରକାରର ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ସେ ମାତାଙ୍କୁ ଭକ୍ତିଭାଵ ସହିତ ଉଚିତ ମନ୍ତ୍ରପାଠ ଦ୍ୱାରା ପୂଜା କରିବା ଆରମ୍ଭ କରିଥିଲେ। ଏହିଠାରୁ ମାଆଙ୍କ କରୁଣା ଚାରିଆଡ଼େ ଖେଳିଚାଲିଲା ଓ ମାତା ସାରା ଓଡ଼ିଶାରେ ଲୋକ ପରିଚୟ ପାଇଥିଲେ।

ଦୟାନିଧି ପଣ୍ଡାଙ୍କର ଛଅ ପୁଅଥିଲେ ଓ ଏମାନେ ସମସ୍ତେ ମନ୍ଦିର ପରିଚାଳନା ଓ ପୂଜାକାର୍ଯ୍ୟ ବିଷୟରେ ବୁଝିବା ଆରମ୍ଭ କରିଥିଲେ ଓ ମାତାଙ୍କ କରୁଣାକୁ ପୂର୍ବଭଳି ବଜାଇ ରଖିଥିଲେ। ଏହି ଛଅ ଜଣଙ୍କର ମଧ୍ୟ ଚଉଦ ପୁଅ ଓ ଚଉଦ ଝିଅ ରହିଛନ୍ତି।ସେମାନେ ଆଜି ଆଧୁନିକ ସମୟରେ ମନ୍ଦିରର କାର୍ଯ୍ୟଭାର ନିଜ କାନ୍ଧରେ ସମ୍ଭାଳିଛନ୍ତି।

ଯିଏ ଯେଉଁ କ୍ଷେତ୍ରରେ ଯେତେ ମାତ୍ରାରେ ଆଗକୁ ବଢ଼ନ୍ତୁ ନା କାହିଁକି ପ୍ରଥମ ସ୍ତରରେ ସେ ମାଆଙ୍କ ପୂଜାର୍ଚ୍ଚନା ଓ ମନ୍ଦିର ଦେଖରେଖ କାମ କରିଥାଆନ୍ତି। ଏହି ଚଉଦ ପୁଅ ମାନଙ୍କ ମଧ୍ୟରୁ ମନୋଜ ପଣ୍ଡାଙ୍କୁ ଆପଣ ନିଶ୍ଚୟ ରୂପରେ ଜାଣିଥିବେ କାରଣ ସେ ମାଆ କଟକଚଣ୍ଡୀଙ୍କ ପୂଜା କରିବାସହ ଜଣେ ଜଣେ ଓଡ଼ିଆ ଅଭିନେତା ମଧ୍ୟ ଅଟନ୍ତି। ଯାହାଙ୍କୁ ଆପଣ ଓଡ଼ିଆ ଟିଭି ଜଗତରେ ଦେଖିଥିବେ ଓ ସେ ଜଣେ ଜଣାଶୁଣା ଓଡ଼ିଆ ମୁହଁ ମଧ୍ୟ ଅଟନ୍ତି।

Leave a Reply

Your email address will not be published. Required fields are marked *