ଭାରତର ଏକ ରେଲୱେ ଷ୍ଟେସନ ଯାହାର ନାମ ଶୁଣିଲେ ଆଜିବି ଲୋକେ ଭୟରେ ଛାନିଆ ହୋଇଯାଉଛନ୍ତି। ଏହି ସ୍ଥାନଟି ପଶ୍ଚିମବଙ୍ଗର କୋଲକାତା ସହର ଠାରୁ 200 କିଲୋମିଟର ଦୂର ପୁଲିଆ ଜିଲ୍ଲା ବେଗୁନକୋଦା ଗ୍ରାମର ଅଟେ। ଏହି ଗ୍ରାମରେ ଥିବା ଏକ କାହାଣୀ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭୟରେ ଛାନିଆ ହୋଇଯିବେ। ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ।
ପଶ୍ଚିମବଙ୍ଗର ପୁଲିଆ ଜିଲ୍ଲା ବେଗୁନକୋଦା ଗ୍ରାମରେ ଭାରତ ସରକାର 1960 ମସିହାରେ ଏକ ରେଲୱେ ଷ୍ଟେସନ ବନାଇବା ପାଇଁ ନିର୍ଣ୍ଣୟ ନେଲେ। ସୁରୁଖୁରୁରେ ସେଠାରେ ଏହି ରେଲୱେ ଷ୍ଟେସନ ବନାଗଲା ଯାହାଦ୍ୱାରା ଗ୍ରାମ ଲୋକଙ୍କ ଖୁସିର କାହାଣୀ କହିଲେ ନସରେ କାରଣ ଗାଁ ଲୋକେ ପୂର୍ବରୁ ଟ୍ରେନରେ ଯାତାୟାତ କରିବାପାଇଁ
ଗାଁ ଠାରୁ 50 କିଲୋମିଟର ଦୂର ପୁଲିଆ ପାଖକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ଗାଁ ରେ ଏକ ଷ୍ଟେସନ ହେବାରୁ ସେ ବହୁତ ଖୁସି ନଜର ଆସୁଥିଲେ।ଏହା ପରଠାରୁ ସେହି ଷ୍ଟେସନରେ ଟ୍ରେନ ରହିବା ଆରମ୍ଭ କରିଥିଲା ଓ ଲୋକେ ବହୁତ ସୁରୁଖୁରୁରେ ଯାତାୟାତର ମଜା ନେଇ ପାରୁଥିଲେ। ଦିନେ ରାତିରେ
ଏହି ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କୁ ନଜର ଆସିଥିଲା କି, ଜଣେ ଝିଅଟି ଟ୍ରେନ ସହିତ ସମାନ ବେଗରେ ଦୌଡ଼ୁଛି ଓ ସେ ଟ୍ରେନ ଠାରୁ ମଧ୍ୟ ଦ୍ରୁତରେ ଦୌଡ଼ି ଟ୍ରେନକୁ ପଛରେ ପକାଇ ଦେଉଛି। ଏହାଦେଖି ସେ କିଛିମାତ୍ରାରେ ଭୟଭୀତ ହୋଇଗଲେ ଓ ଏହାକୁ ନଜର ଅନ୍ଦାଜ କରିଦେଲେ।ପରଦିନ ମଧ୍ୟ ସେଠାରେ
ସେ ଏହିପରି ହିଁ ସମାନ ଦୃଶ୍ୟ ଦେଖିଲେ ଓ ଏଥର ସେ ବହୁତ ଛାନିଆ ହୋଇଗଲେ ଓ ଏହା ପରଦିନ ସେ ତୁରନ୍ତ ଚାକିରୀ ଛାଡ଼ି ନିଜ ଘରକୁ ଚାଲିଗଲେ ଓ କିଛିଦିନ ପରେ ଷ୍ଟେସନ ମାଷ୍ଟରଙ୍କ ସହିତ ତାଙ୍କ ଘର ଲୋକଙ୍କ ମୃତ୍ୟୁ ହୋଇଗଲା। ପୋଲିସ ଯାଞ୍ଚ କରିବାକୁ ଆସିବାପରେ ଗାଁ ଲୋକେ କହିଥିଲେ, କେଉଁ କାରଣ ବଶତଃ
ଏମାନେ ଭୟଭୀତ ଥିଲେ ଓ ଅଜବ ବ୍ୟବହାର କରୁଥିଲେ ଯାହାଦ୍ୱାରା ସେମାନଙ୍କ ମୃତ୍ୟୁ ହୋଇଗଲା।ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁପରେ ସେଠାରେ ଆଉଜଣେ ଷ୍ଟେସନ ମାଷ୍ଟରଙ୍କୁ ରଖାଗଲା କିନ୍ତୁ ସେ ମଧ୍ୟ ଗୋଟିଏ ଦିନ କାମକରି ସେଠାରୁ ଚାଲିଗଲେ। ଏହାପରେ ଅନ୍ୟ ଜଣେ ଷ୍ଟେସନ ମାଷ୍ଟର ସେଠାକୁ ଆସିଥିଲେ
ଓ ସେ ସମାନ ଦୃଶ୍ୟ ଦେଖିବାକୁ ପାଇଲେ କି, ଜଣେ ଝିଅଟି ବହୁତ ଜୋରରେ ଟ୍ରେନ ସହିତ ଦୌଡ଼ୁଛି ଓ ଟ୍ରେନ ଉପରେ ବସି ଯାଉଛି। ସେ ଏହାଦେଖି ଭୟଭୀତ ହୋଇଯାଇ ନିଜ କାମ ଛାଡ଼ି ଦେଇଥିଲେ।ଏହାପରେ ଗ୍ରାମର ସବୁଲୋକ ଜାଣିଲେ ଓ ସେଠାରେ କୋକୁଆ ଭୟ ସୃଷ୍ଟି ହୋଇଗଲା। ଲୋକେ ଆଉ ସେହି ଷ୍ଟେସନ ଦେଉ ଯାତ୍ରା କଲେନାହିଁ
ଓ ଆପେ ଆପେ ଏହି ଷ୍ଟେସନକୁ ସରକାର ବାଧ୍ୟ ହୋଇ ବନ୍ଦ କରିଦେଲେ। ଆଉ କୌଣସି ଟ୍ରେନ ଏହି ଷ୍ଟେସନରେ ରହିଲାନାହିଁ ଓ ଏହି ସ୍ଥାନ ଏକ ଭୁତିଆ ଜାଗା ରୂପରେ ଚିହ୍ନଟ ହୋଇଥିଲା।ଏହାର 42 ବର୍ଷ ପରେ 2009 ରେ ମମତା ବାନାର୍ଜୀ ଏହି ଷ୍ଟେସନକୁ ଖୋଲିବା ପାଇଁ ନିର୍ଣ୍ଣୟ ନେଇଥିଲେ
କିନ୍ତୁ ଗୋଟିଏ ସର୍ତ୍ତରେ ଏଠାରେ ଷ୍ଟେସନକୁ ଖୋଲାଗଲା। ସେହି ସର୍ତ୍ତଟି ଥିଲା ଦିନ ସମୟରେ ଟ୍ରେନ ଏଠାରେ ରହିବ ଓ ସନ୍ଧ୍ୟା ପଞ୍ଚଟା ପରଠାରୁ ଏଠାରେ ଟ୍ରେନ ରହିବ ନାହିଁ। ଏହାର କାରଣ ହେଉଛି ଆଜିବି ଲୋକେ କହୁଛନ୍ତି ରାତି ହେବାମାତ୍ରକେ ଗୋଟିଏ। ଝିଅଟିର ଆତ୍ମା ଏହି ଷ୍ଟେସନରେ ବୁଲିଥାଏ।